Masthead

TVK ପାର୍ଟିର ମୁଖ୍ୟମନ୍ତ୍ରୀ ଚେହେରା ହେବେ ଅଭିନେତା ବିଜୟ

ତାମିଲନାଡ଼ୁ(ବଡ଼ ଖବର ବ୍ୟୁରୋ): ଅଭିନେତା ରୁ ପାଲଟିଲେ ରାଜନେତା । ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେଲେ ତାମିଲ ଅଭିନେତା ବିଜୟ । ବିଜେପି ସହ ମେଣ୍ଟ କରିବନି TVK । ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଦଳ ଏକାକୀ ଲଢ଼ିବ ।

୨୦୨୬ ତାମିଲନାଡୁ ନିର୍ବାଚନ ପାଇଁ TVK ପାର୍ଟିର ବଡ଼ ଘୋଷଣା । ଏଥର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହୋଇ ଲଢ଼ିବେ ତାମିଲ ଅଭିନେତା ବିଜୟ । ଶୁକ୍ରବାର ଚେନ୍ନାଇରେ ବସିଥିବା  ଦଳୀୟ ବୈଠକରେ ବିଜୟ ଥାଲାପଥୀଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଚୟନ କରାଯାଇଛି । ବିଜେପି ସହ କୌଣସି ମେଣ୍ଟ କରିବେ ନାହିଁ ବୋଲି ସ୍ପଷ୍ଟ କଲେ ଦଳ ମୁଖ୍ୟ ବିଜୟ । ତାଙ୍କ ଦଳର ଆଦର୍ଶ ସହ ବିଜେପିର ଆଦର୍ଶ ମିଶୁନାହିଁ ବୋଲି କହିଲେ ବିଜୟ । ବିଜେପି ଅନ୍ୟ କୌଣସି ଦେଶରେ ବିଷର ମଞ୍ଜି ବୁଣିପାରେ କିନ୍ତୁ ତାମିଲନାଡ଼ୁରେ ନୁହେଁ । ‘ଟିଭିକେ’ ଏଆଇଏଡିଏମକେ ନୁହେଁ ଯେ ବିଜେପି ସହିତ ହାତ ମିଶାଇବ । ଟିଭିକେ ସର୍ବଦା ଡିଏମକେ ଏବଂ ବିଜେପିକୁ ବିରୋଧ କରିବ । ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ବିଜୟ ପୁରା ତାମିଲନାଡ଼ୁ ଭ୍ରମଣ କରିବାର କାର୍ଯ୍ୟକ୍ରମ ରହିଛି । ଏହି କାର୍ଯ୍ୟକ୍ରମ ଚଳିତ ବର୍ଷ ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇ ଡିସେମ୍ବର ମାସରେ ଶେଷ ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ