Masthead

ପଞ୍ଚାୟତ ଅଫିସରେ ବଟି ଆଦାୟ

ଜଟଣୀ, (ବଡ଼ ଖବର ବ୍ୟୁରୋ): ଦାଦାଙ୍କୁ ସାବାଡ଼ କରିବା ଲାଗି କମିଶନରେଟ୍ ପୋଲିସ ପକ୍ଷରୁ ‘ଦାଦା ବଟିକୁ ନା’ ଅପରେସନ ଆରମ୍ଭ ହୋଇଛି । ଦୁଇଦିନ ମଧ୍ୟରେ ଭୁବନେଶ୍ୱର ଓ କଟକର ବହୁ ଦାଦାଙ୍କୁ ଗିରଫ କରିଛି ପୋଲିସ । ଜଟଣୀ ଜାମୁକୋଳି ପଞ୍ଚାୟତ ଅଫିସରେ କିନ୍ତୁ ଦେଖିବାକୁ ମିଳିଛି ଏହାର ବ୍ୟତିକ୍ରମ ।

ପଞ୍ଚାୟତ କାର୍ଯ୍ୟାଳୟରେ ଏକ ଡବା ରଖାଯାଇ ଦଶହରା ଭେଟି ମଗାଯାଉଛି । ଯେଉଁଥିରେ ଲେଖା ଅଛି ଯେ ‘ପଞ୍ଚାୟତ ପିଅନକୁ ଦଶହରା ଭେଟି’ । ବିଭିନ୍ନ କାମରେ ପଞ୍ଚାୟତକୁ ଆସୁଥିବା ଲୋକଙ୍କଠାରୁ ଆଦାୟ କରାଯାଉଛି ବଟି । ଏ ସମ୍ପର୍କରେ ଜଟଣୀ ବିଡିଓ ସରୋଜ କୁମାର ରାଉତ କହିଛନ୍ତି ଯେ ସେ କିଛି ଜାଣିନାହାଁନ୍ତି । ଯଦି ସତ ହୋଇଥାଏ ତାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ