Masthead

ଅଧ୍ୟାପକଙ୍କ ନାମରେ ଅଭିଯୋଗ ଆଣିଲେ ଛାତ୍ର

ଯାଜପୁର (ବଡ଼ ଖବର ବ୍ୟୁରୋ): ଯାଜପୁର ବିରଜାକ୍ଷେତ୍ର ସ୍ଥିତ +୩ ଡିଗ୍ରୀ ଚିତାଲୋ ମହାବିଦ୍ୟାଳୟର ରାଜନୀତି ବିଜ୍ଞାନର ଛାତ୍ର ଶିବ ଶଙ୍କର ଦତ୍ତ ସେହି ବିଭାଗର ମୁଖ୍ୟ ଅଧ୍ୟାପକ ନିରଞ୍ଜନ ପଣ୍ଡା ଯୌନ ଇଙ୍ଗିତ କରୁଥିବା ନେଇ ପରିଚାଳନା କମିଟିର ସଭାପତି ତଥା ଉପ ଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କରିଛନ୍ତି । ମୋ ବେଡ଼ ରୁମକୁ ଆସି ମୋତେ ଖୁସି କଲେ ତମକୁ ଅଧିକା ନମ୍ବର ଦେଇ ପାସ କରିବି ବୋଲି ଅଧ୍ୟାପକ କହିବା ସହ ଯଦି ମୋତେ ଖୁସି ନ କରୁ ତୁ ଫେଲ ହବୁ ବୋଲି ଅଧ୍ୟାପକ କହିଥିବାର ଛାତ୍ର ଲିଖିତ ଅଭିଯୋଗ କରିଛନ୍ତି ।

ଯଦି ପ୍ରଶାସନ ୨୪ଘଣ୍ଟା ଭିତରେ ଅଧ୍ୟାପକଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନ ନିଅନ୍ତି ତାହେଲେ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବା ସହ କଲେଜ ତାଲା ପକାଇବୁ ବୋଲି ଚେତାବନୀ ଦେଇଛନ୍ତି । ଏହି ଅଭିଯୋଗର ଦୁଇ ଦିନ ପୂର୍ବରୁ ସ୍ଥାନୀୟ ଅଞ୍ଚଳର ମୁରବିମାନେ ଅଧ୍ୟାପକ ପଣ୍ଡା ମହାବିଦ୍ୟାଳୟରେ ଛାତ୍ରମାନଙ୍କୁ ଯୌନ ବ୍ୟଭିଚାର କରୁଛନ୍ତି ବୋଲି ଅଭିଯୋଗ ଆଣିଥିଲେ । ଏହି ଘଟଣା ସମ୍ପର୍କରେ ପରିଚାଳନା ସମିତିର ସଭାପତି ତଥା ଉପ ଜିଲ୍ଲାପାଳଙ୍କ ସୂଚନା ଅନୁଯାୟୀ ଏହି ଘଟଣାର ତଦନ୍ତ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବୟ ବୋଲି କହିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା