Masthead

ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ମାଲଦ୍ୱୀପର ରାଷ୍ଟ୍ରପତିଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମାଲଦ୍ୱୀପର ରାଷ୍ଟ୍ରପତି ମହମ୍ମଦ ମୁଇଜୁଙ୍କ ସହ ଆଲୋଚନା କରଛନ୍ତି । ସେ କହିଛନ୍ତି ଯେ ଆଜି ଭାରତ-ମାଲଦ୍ୱୀପ କୂଟନୈତିକ ସମ୍ପର୍କକୁ ୬୦ ବର୍ଷ ପାଳନ କରିଛନ୍ତି । ସେ କହିଛନ୍ତି ଯେ ଭାରତ ମାଲଦ୍ୱୀପର ସବୁଠାରୁ ନିକଟବର୍ତ୍ତୀ ପଡ଼ୋଶୀ । ଭାରତର ପଡ଼ୋଶୀ ପ୍ରଥମ ନୀତି ଏବଂ ମହାସାଗର ଦୃଷ୍ଟିକୋଣରୁ ମାଲଦ୍ୱୀପର ଗୁରୁତ୍ୱପୁର୍ଣ୍ଣ ରହିଛି । ମୋଦୀ ଆହୁରି ମଧ୍ୟ କହିଛନ୍ତି ଭାରତ ମାଲଦ୍ୱୀପର ସବୁଠାରୁ ବିଶ୍ୱସ୍ତ ବନ୍ଧୂ ହେବାକୁ ଗର୍ବିତ । ବିପର୍ଯ୍ୟୟ ହେଉକି ମହାମାରି ଭାରତ ସବୁବେଳେ ମାଲଦ୍ୱୀପ ସହ ଠିଆ ହୋଇଛି । ଅତି ଆବଶ୍ୟକୀୟ ସାମଗ୍ରୀ ଯୋଗାଇବା ହେଉକି କୋଭିଡ଼ ପରେ ଆର୍ଥିକ ସହାୟତା ହେଉ ସର୍ବଦା ଏକାଠି ରହିଛୁ ।

ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆମ ଦେଶର ବିକାଶ ସହଭାଗିତାକୁ ଏକ ନୂତନ ଉଡ଼ାଣ ଦେବା ପାଇଁ ୪୮୫୦ କୋଟି ଟଙ୍କା ରୁଣ ସହାୟତା ପ୍ରଦାନ କରିଛନ୍ତି । ଏହି ସହାୟତା ମାଲଦ୍ୱୀପର ବିକାଶ ପ୍ରକଳ୍ପ ପାଇଁ ଆବଶ୍ୟକୀୟ ସମ୍ବଳ ଯୋଗାଇବ । ଏହି ରୁଣ ସେଠାରେ ଆର୍ଥୀକ ସ୍ଥିରତା ଏବଂ ଅଭିବୃଦ୍ଧି ହାରକୁ ବୃଦ୍ଧି କରିବ । ଏଥି ସହ ଭାରତ-ମାଲଦ୍ୱୀପ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ପାଇଁ ଆଲୋଚନା କରିଛନ୍ତି । ଏହି ଚୁକ୍ତିନାମା ସହିତ ମାଲଦ୍ୱୀପର ଉତ୍ପାଦ ଭାରତ ବଜାରରେ ପ୍ରବେଶ ପାଇବା ସହ ଭାରତୀୟ ଉତ୍ପାଦନ ଦ୍ରବ୍ୟ ମାଲଦ୍ୱୀପରେ ବଜାରରେ ବିକ୍ରି ହେବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ଶୁଭେନ୍ଦୁଙ୍କ PAଙ୍କୁ ଗୁଳି କରି ହତ୍ୟା, ‘ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ’ 🔴 ପୁଣି ଡରାଇଲାଣି ବାତ୍ୟା! 🔴 ସ୍ତ୍ରୀ ମୁହଁରେ ସୁଧୀରଙ୍କ ହତ୍ୟା କାହାଣୀ 🔴 କନ୍ଧମାଳରେ ବନ୍ଧୁକ କାରଖାନା ଠାବ 🔴 ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ପୁଣି ଯୁଦ୍ଧର ଆଶଙ୍କା! 🔴 ଘଟଣାର ପୁଙ୍ଖାନୁପଙ୍ଖ ତଥ୍ୟ ଦିଆଯିବ: ଶୋଭନା 🔴 ମମତାଙ୍କ କ୍ୟାବିନେଟକୁ ବରଖାସ୍ତ କଲେ ରାଜ୍ୟପାଳ 🔴 ୧୨ରେ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ 🔴 ସିସିଟିଭିରେ ରଙ୍ଗ ମାରି ଏଟିଏମ ଲୁଟିନେଲେ 🔴 ଶୁଭେନ୍ଦୁଙ୍କ PAଙ୍କୁ ଗୁଳି କରି ହତ୍ୟା, ‘ଏହା ଯୋଜନାବଦ୍ଧ ହତ୍ୟାକାଣ୍ଡ’ 🔴 ପୁଣି ଡରାଇଲାଣି ବାତ୍ୟା! 🔴 ସ୍ତ୍ରୀ ମୁହଁରେ ସୁଧୀରଙ୍କ ହତ୍ୟା କାହାଣୀ 🔴 କନ୍ଧମାଳରେ ବନ୍ଧୁକ କାରଖାନା ଠାବ 🔴 ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା 🔴 ପୁଣି ଯୁଦ୍ଧର ଆଶଙ୍କା!