Masthead

ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ

ବିହାରରେ ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦେଶରେ ଦିନକୁ ଦିନ ବଢ଼ି ଚାଲୁଛି ନାରୀ ନିର୍ଯ୍ୟାତନା । କେଉଁଠି ହସ୍ପିଟାଲରେ ତ କେଉଁଠି କଲେଜ କ୍ୟାମ୍ପସ ଭିତରେ ତ ପୁଣି କେଉଁଠି ଆମ୍ବୁଲାନ୍ସ ଭିତରେ । ନାରୀ ଜାତି ଏବେ ଭୟରେ । କେଉଁଠି ନାରୀ ସୁରକ୍ଷିତ ? ନାରୀ ସୁରକ୍ଷାକୁ ନେଇ ଉଠୁଛି ପ୍ରଶ୍ନବାଚୀ ? ପ୍ରତିଦିନ ଏଭଳି ବହୁ ଅଭିଯୋଗ ଆସୁଛି । କେଉଁଠି ନାରୀଙ୍କୁ ଗଣଦୁଷ୍କର୍ମ ତ ପୁଣି କେଉଁଠି ନାରୀଙ୍କୁ ଅସଦାଚରଣ । ଏଭଳି ଏକ ଲଜ୍ୟା ଜନକ ଘଟଣା ଘଟିଛି ବିହାରରେ । ଆମ୍ବୁଲାନ୍ସ ଭିତରେ ୨୬ ବର୍ଷୀୟ ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ ।

ସୂଚନା ଅନୁସାରେ ଜୁଲାଇ ୨୪ ବିହାରର ବୋଧଗୟାରେ ଯୁବତୀ ଜଣଙ୍କ ହୋମଗାର୍ଡ଼ ଶାରୀରିକ ଦୌଡ଼ ସମୟରେ ଅଚେତ ହୋଇ ତଳେ ପଡ଼ିଯାଇଥିଲେ । ଚେତାସୂନ୍ୟ ହୋଇଯିବାରୁ ଯୁବତୀ ଜଣଙ୍କୁ ତୁରନ୍ତ ଆମ୍ବୁଲାନ୍ସକୁ ନିଆଯାଇଥିଲା । ହସ୍ପିଟାଲକୁ ନିଆଯାଉଥିବା ସମୟରେ ଅଚେତ ହୋଇଯାଇଥିବା ମହିଳାଜଣଙ୍କ ଆମ୍ବୁଲାନ୍ସ ଭିତରେ ଡ଼୍ରଇଭର ଏବଂ ଟେକ୍ନିସିଆନ୍ ଦ୍ୱାରା ଦୁଷ୍କର୍ମର ସିକାର ହୋଇଛନ୍ତି । ପୀଡ଼ିତା ଜଣଙ୍କ ଅଭିଯୋଗ କରିଥିଲେ ଯେ ହସ୍ପିଟାଲ ଯାଉଥିବା ସମୟରେ ଡ଼୍ରାଇଭର ଏବଂ ତାଙ୍କର ସହକର୍ମୀ ଯୌନ ନିର୍ଯ୍ୟାତନା ଦେଇଥିଲେ । ଅଭିଯୋଗ ଦାଖଲ ପରେ ଗୟା ଏସଏସପି ସିଟି ପୋଲିସ ସୁପରିଣ୍ଟେଣ୍ଡଙ୍କ ଏବଂ ବୋଧଗୟାର ସବ-ଡ଼ିଭିଜନାଲ ପୋଲିସ ଅଧିକାରୀଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ତଦନ୍ତ ଦଳ ଗଠନ କରାଯାଇଥିଲା । ଏଥିସହ ପୀଡ଼ିତା ଜଣଙ୍କୁ ଡ଼ାକ୍ତରୀ ପରୀକ୍ଷା ପାଇଁ ପାଠାଯିବା ସହ ଅଭିଯୁକ୍ତଙ୍କୁ ପଚରାଉଚରା କରିଥିଲେ । ତଦନ୍ତପରେ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆଜି ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ ।

 

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼