Masthead

କାରଗିଲ ବିଜୟ ଦିବସରେ ସେନାଙ୍କୁ ବଡ଼ ଉପହାର

କାରଗିଲ ଦିବସ ଅବସରେରେ ସେନାଙ୍କୁ ବଡ଼ ଉପହାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଆଜି ହେଉଛି ଭାରତୀୟ ଇତିହାସର ସ୍ମରଣୀୟ ଦିନ । ଆଜିର ଏହି ଦିନକୁ ସାରା ଦେଶ କାରଗିଲ ଦିବସ ରୂପରେ ପାଳନ କରୁଛି । ୧୯୯୯ ଜୁଲାଇ ୨୬ରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା କାରଗିଲ ଯୁଦ୍ଧ । ଏହି ଯୁଦ୍ଧରେ ଭାରତର ପାକିସ୍ତାନ ସହ ଯୁଦ୍ଧ କରି ଭାରତରେ ବିଜୟର ଧ୍ୱଜା ଉଡ଼ାଇ ଥିଲା । କାରଗିଲ ଯୁଦ୍ଧ ମେ ୩ରୁ ଆରମ୍ଭ ହୋଇ ଜୁଲାଇ ୨୬ରେ ଶେଷ ହୋଇଥିଲା ଏବଂ ଏହି ଯୁଦ୍ଧରେ ପାକିସ୍ତାନ ପରାସ୍ତ ହୋଇଥିଲା । କାରଗିଲ ଯୁଦ୍ଧ ସମୟରେ ଅନେକ ସୈନ ନିଜର ଜୀବନକୁ ବାଜିରେ ଲଗାଇ ଦେଶକୁ ସୁରକ୍ଷା ଦେଇଥିଲେ । ଏହି କାରଗିଲ ଦିବସ ଅବସରେରେ ଜାତୀୟ ଆଇନ ସେବା ପ୍ରଧିକରଣ ଅଧ୍ୟକ୍ଷ ଜଷ୍ଟିସ ସୂର୍ଯ୍ୟକାନ୍ତ ସେନାଙ୍କ ପାଇଁ ବଡ଼ ଉପହାର ପ୍ରଦାନ କରାଯାଇଛି । ଯାହାକି ଭାରତୀୟ ଇତିହାସରେ ପ୍ରଥମ ଥର ପାଇଁ ହୋଇଛି । ସୈନମାନଙ୍କର ପରିବାରକୁ ଆଇନଗତ ସହାୟତା ପ୍ରଦାନ କରାଯିବ ପାଇଁ ଜାତୀୟ ଆଇନ ସେବା ପ୍ରଧିକରଣ ବୀର ପରୀବାର ସହାୟତା ଯୋଜନା ଆରମ୍ଭ କରିଛନ୍ତି ।

ଦେଶର ପରବର୍ତ୍ତୀ ମୁଖ୍ୟବିଚାରପତି ଏବଂ ଜାତୀୟ ଆଇନ ସେବା ପ୍ରଧିକରଣ ଅଧ୍ୟକ୍ଷ ଜଷ୍ଟିସ ସୂର୍ଯ୍ୟକାନ୍ତ ‘ବୀର ପରୀବାର ସହାୟତା ଯୋଜନା’ ଆରମ୍ଭ କରିଛନ୍ତି । ଏହି ଯୋଜନାର ମୂଳ ଲକ୍ଷ୍ୟ ସୈନିକ ପରିବାର ସହିତ ଜଡ଼ିତ ମାମଲା ଗୁଡ଼ିକୁ ସମାଧାନ କରାଯିବ । ଏହି ଯୋଜନାରେ ସୈନମାନଙ୍କୁ ସମ୍ପତ୍ତି, ଘର-ପରିବାର ଏବଂ ଜମି ସମ୍ବନ୍ଧୀୟ ମାମଲାରେ ସାହାର୍ଯ୍ୟ ମିଳିବ । ଯାହା ଫଳରେ ସୈନମାନେ କୋର୍ଟ ମାମଲାରେ ଚିନ୍ତା କରିବାକୁ ପଡ଼ିବ ନାହିଁ କି ସେମାନଙ୍କୁ ବାରମ୍ବାର କୋର୍ଟ ଆସିବାକୁ ପଡ଼ିବନି । ଏହି ଯୋଜନାରେ ଭାରତୀୟ ସେନା, ସୀମା ସୁରକ୍ଷା ବଳ, କେନ୍ଦ୍ର ରିଜର୍ଭ ପୋଲିସ୍ ବଳ, ଭାରତ ତଦ୍ଦୀତ ସୀମା ସୁରକ୍ଷା ବଳ ସମେତ ଅନ୍ୟ ଅର୍ଦ୍ଧ ସାମରୀକ ବାହିନୀ ମଧ୍ୟ ଏଥିରେ ସାମିଲ ରହିବେ । ଅପରେସନ ସିନ୍ଦୂର ସମୟରେ ସେନାଙ୍କ ତ୍ୟାଗ ଏବା ବଳିଦାନରୁ ଅନୁପ୍ରାଣିତ ହୋଇ ଜଷ୍ଟିସ ସୂର୍ଯ୍ୟକାନ୍ତ ସେନାମାନଙ୍କ ପାଇଁ ନୂତନ ପଦକ୍ଷପ ନେବାକୁ ଚିନ୍ତା କରିଥିଲେ । ଏବଂ ଆଜି ଭଳି ଏକ ସ୍ମରଣୀୟ ଦିବସରେ ସେନା ମାନଙ୍କୁ ବଡ଼ ଭେଟି ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ରାଜ୍ୟବାସୀଙ୍କ ପାଇଁ ବଡ଼ ଆଶ୍ୱସ୍ତି, ଓଡ଼ିଶା ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ 🔴 ଗୃହିଣୀଙ୍କ ପାଇଁ ସୁପ୍ରିମକୋର୍ଟରୁ ଆସିଲା ବଡ ଶୁଣାଣୀ 🔴 ଧମକର କେଇ ଘଣ୍ଟା ପରେ ଟ୍ରମ୍ପଙ୍କ ୟୁଟର୍ଣ୍ଣ