Masthead

ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣା, ଆଉ ଜଣେ ଗିରଫ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଆଉ ଜଣେ ଗିରଫ । କଳାହାଣ୍ଡିର ଜଣେ ଶିକ୍ଷକଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ । ଏବେ ଆଉ ଜଣକୁ ମାରାଥନ୍ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ । ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ଗିରଫ ହେଲେଣି ମୋଟ୍ ୭ ଜଣ । ଆଗରୁ ୪ ଶିକ୍ଷକ ସମେତ ୬ ଜଣ ଗିରଫ ହୋଇଥିଲେ । ବୋର୍ଡର ଡାଟା ଏଣ୍ଟ୍ରି ଅପରେଟର ଜିତନ ମହାରଣା ମାଷ୍ଟରମାଇଣ୍ଡ । ୨୦ ତାରିଖ ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ମାମଲାରେ ପୂର୍ବରୁ ୬ ଅଭିଯୁକ୍ତଙ୍କୁ ଗିରଫ କରିଥିଲା ଓଡ଼ିଶା ପୁଲିସର କ୍ରାଇମବ୍ରାଞ୍ଚ । ଜିତନ ମହାରାଣା, ବିଜୟ କୁମାର ମିଶ୍ର, ସନାତନ ବିଶୋଇ, ରାମଜୀ ପ୍ରସାଦ ଗୁପ୍ତା, ଅଜୟ କୁମାର ସାହୁ ଓ ଜୟନ୍ତ କୁମାର ରାଉତଙ୍କୁ ବାନ୍ଧିଥିଲା ତଦନ୍ତକାରୀସଂସ୍ଥା । ଏମାନେ ହେଉଛନ୍ତି ପ୍ରଶ୍ନପତ୍ର ଲିକ୍‌ର ଜଣେ ଜଣେ ମାଷ୍ଟରମାଇଣ୍ଡ । ଆଉ ମୁଖ୍ୟ କାର୍ପଟଦାର ହେଉଛି ଜିତନ ମହାରଣା ।

କଟକ ମାଧ୍ୟମିକ ଶିକ୍ଷା ପରିଷଦ ଅଫିସରେ ଡାଟା ଏଣ୍ଟ୍ରି ଅପରେଟର ଅଛନ୍ତି ଜିତନ । କ୍ରାଇମବ୍ରାଞ୍ଚ ଡିଜିଙ୍କ କହିବା ଅନୁସାରେ, ଡାଟା ଏଣ୍ଟ୍ରି ଅପରେଟର୍‌ ଜରିଆରେ ପ୍ରଶ୍ନପତ୍ର ଲିକ୍‌ ହୋଇଛି ଏବଂ ଜିତନ ମହାରଣାଙ୍କ ଏଥିରେ ସମ୍ପୃକ୍ତି ରହିଛି । ଜିତନ ମହାରଣା ବୋର୍ଡ ଅଫିସର ଡାଟା ଏଣ୍ଟ୍ରି ଅପରେଟର ହୋଇଥିବାବେଳେ ରାୟଗଡାର ବିଜୟ ମିଶ୍ର ଓ କୋରାପୁଟର ସନାତନ ବିଶୋଇ ହେଉଛନ୍ତି ଶିକ୍ଷକ ସଂଘ ନେତା । ଯେଉଁମାନେ ଗତ ଓଟିଇଟି ପରୀକ୍ଷାରେ ସଫଳ ହୋଇନଥିଲେ ସେମାନଙ୍କୁ ଟାର୍ଗେଟ କରିଥିଲେ ଏହି ୩ ଜଣ ଅଭିଯୁକ୍ତ । ଆଉ ପ୍ରଶ୍ନପତ୍ର ପାଇଲା ପରେ ଦଲାଲ ରାମଜୀ ପ୍ରସାଦ ଗୁପ୍ତା, ଅଜୟ ସାହୁ ଓ ଜୟନ୍ତ ରାଉତଙ୍କ ଜରିଆରେ ପ୍ରଶ୍ନପତ୍ର ବିକ୍ରି କରିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ