ବନ୍ଧୁ ମିଳନ 2025

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): କଥାରେ ଅଛି ବନ୍ଧୁ ହିଁ ଶ୍ରେଷ୍ଠ । ଯାହା ପାଖେ ଅଛି ବନ୍ଧୁଟିଏ ତାକୁ ବା ଆଉ କାହାର ରହିଛି ଦରକାର । ବନ୍ଧୁ ମିଳନ କରିବା ପୂର୍ବରୁ ମନେ ପଡ଼ିଯାଏ ସେହି ସୁବଳ ଓ ସୁଦାମ । ନିଜର କାର୍ଯ୍ୟବ୍ୟସ୍ତତାକୁ ପଛରେ ପକାଇ ଆଜି ସେହି ବନ୍ଧୁତାକୁ ଆହୁରି ସୁଦୃଢ଼ ଓ ସଶକ୍ତ କରିବା ପାଇଁ ଏକତ୍ରିତ ହୋଇଥିଲେ ୨୦୧୭ ମସିହା ବ୍ୟାଚର ପିଲାମାନେ । ଆଉ ମନେ ପକାଇଥିଲେ ସେହି ବିଦ୍ୟାଳୟରେ କାଟିଥିବା ଗୋଟିଏ ଗୋଟିଏ ମୁହୂର୍ତ୍ତକୁ । ନିଜର ପାଠପଢ଼ା ସାଙ୍ଗକୁ କିପରି ଥିଲା ସେହି ପିଲା ଦିନର ସମୟ ତାକୁ କରିଥିଲେ ସ୍ମରଣ। ଯାହା ବେଶ ସମସ୍ତଙ୍କୁ ଆନନ୍ଦିତ କରିଥିଲା । ସମାଜ ପାଇଁ ସେମାନଙ୍କ ଭୂମିକା କଣ ହେବାର ଆବଶ୍ୟକ ରହିଛି ତା ଉପରେ ମଧ୍ୟ କରୁଥିଲେ ଚର୍ଚ୍ଚା ।

ସାଇ ନର୍ସରୀ ସ୍କୁଲରେ ଅଧ୍ୟୟନ କରି ୨୦୧୭ ମସିହାରେ ଦଶମ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ମାନେ ଆଜି ହୋଇଥିଲେ ଏକତ୍ରିତ । ବିଭିନ୍ନ ଦିଗକୁ ନେଇ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ । ବିଶେଷ କରି ନିଜ ସ୍କୁଲ ସମୟର ପ୍ରତ୍ୟେକଟି ଦିନକୁ ମନେ ପକାଇ ସମୟକୁ ଅତିବାହିତ କରିଥିଲେ । ଏହା ଥିଲା ଦ୍ୱିତୀୟ ବୈଠକ । ବହୁତ ବର୍ଷ ବ୍ୟବଧାନରେ ସମସ୍ତେ ଏକାଠି ହୋଇଥିବାରୁ ବେଶ ଖୁସି ବ୍ୟକ୍ତ କରିଥିଲେ । ଏହି ବ୍ୟାଚର ଅନେକ ପିଲା ଏବେ ସମାଜ କାର୍ୟ୍ୟରେ ନିୟୋଜିତ ଅଛନ୍ତି । କିଏ ସରକାରୀ ତ କିଏ ବେସରକାରୀ ଚାକିରି କରି ସମାଜ ପାଇଁ କାର୍ୟ୍ୟ କରି ଆସୁଛନ୍ତି । ଯାହାକୁ ନେଇ ସେମାନେ ମଧ୍ୟ ନିଜେ ନିଜର ଶ୍ରେୟ ବନ୍ଧୁ ମାନଙ୍କ ଉଦ୍ଦେଶ୍ୟରେ ରଖିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ