Masthead

ପୁଣି ଜନନୀ ଯନ୍ତ୍ରଣା, ବାଟରେ ଜନ୍ମ ହେଲା ନବଜାତ ଶିଶୁ

କୋକସରା (ବଡ଼ ଖବର ବ୍ୟୁରୋ): ଜଙ୍ଗଲ ଭିତରେ ଗାଁ । ଯିବାକୁ ନାହିଁ ରାସ୍ତା । ପହଞ୍ଚିପାରିଲାନି ଆମ୍ବୁଲାନ୍ସବାଟରେ ଜନ୍ମ ହେଲା ଶିଶୁ । ଏଭଳି ଦୃଶ୍ୟ ଦେଖବବାକୁ ମିଳିଛି କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ପଞ୍ଚାୟତ ସର୍ଗିପାନି ଗାଁରେ । ଗାଁଟି ଜଙ୍ଗଲ ମଧ୍ୟରେ ରହିଥିବା ବେଳେ ଜଙ୍ଗଲ ରାସ୍ତାରେ ଆମ୍ବୁଲାନ୍ସ ଯିବା ସମ୍ଭବ ହେଉନାହିଁ । ଗର୍ଭବତୀଙ୍କୁ ଖଟିଆରେ ବୁହା ହେବା ଘଟଣା ଏହି ଅଞ୍ଚଳ ପାଇଁ କିଛି ନୂଆ ନୁହେଁ ।

ସର୍ଗିପାନିର ଜାଗର ସାନ୍ତାଙ୍କ ସ୍ତ୍ରୀ ହୀରାମଣି ସାନ୍ତାଙ୍କ ପ୍ରସବ ବେଦନା ହେବାରୁ ସ୍ଥାନୀୟ ଆଶା କର୍ମୀ ଉର୍ମିଳା ଠାକୁରଙ୍କୁ ଖବର ଦେଇଥିଲେ । ଆଶା କର୍ମୀ ଆମ୍ବୁଲାନ୍ସକୁ ଖବର ଦେଇଥିଲେ । ସର୍ଗିପାନିକୁ ରାସ୍ତା ନଥିବାରୁ ଗର୍ଭବତୀଙ୍କୁ ପ୍ରାୟ ୩ କିମି ବୁହା ହୋଇ ଅଣାଯିବା ବେଳେ ବାଟରେ ଏକ ଶିଶୁ ସନ୍ତାନକୁ ଜନ୍ମ ଦେଇଥିଲେ ଗର୍ଭବତୀ ମହିଳା । ପରେ ତାଙ୍କୁ ଆମ୍ବୁଲାନ୍ସରେ କୋକସରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ନବଜାତ ଶିଶୁ ସ୍ୱାସ୍ଥ୍ୟ ଠିକ ଥିବାବେଳେ ଗର୍ଭବତୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ଓମ୍ଫେଡ୍ ବଜାରକୁ ଆଣିବ ଆଇସକ୍ରିମ୍ ଓ ପାଣି 🔴 ଓଭରଡୋଜ୍ ଆନାସ୍ତେସିଆ ଡାକ୍ତରଙ୍କ ନେଲା ଜୀବନ! 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା