Masthead

ବିଶ୍ୱଭୂଷଣ ହରିଚନ୍ଦନଙ୍କ ଜନ୍ମଦିନ ଅବସରରେ ସମୂହ ଦୀପଦାନ କାର୍ଯ୍ୟକ୍ରମ

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ପୂର୍ବତନ ରାଜ୍ୟପାଳ ତଥା ଓଡିଶାର ପୂର୍ବତନ ମନ୍ତ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଆସନ୍ତା କାଲି ୯୨ବର୍ଷରେ ପାଦ ଥାପିବାକୁ ଯାଉଛନ୍ତି । ତାଙ୍କ ଜନ୍ମଦିନ ଅବସରରେ ବୁଦ୍ଧିଜୀବୀ ମଞ୍ଚ ମାଲକାନାଗିରି ପକ୍ଷରୁ ତାଙ୍କର ଦୀର୍ଘ ଜୀବନ କାମନା କରି ମହାପ୍ରଭୁ ଜଗନ୍ନାଥଙ୍କ ନିକଟରେ ଦୀପଦାନ କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି । ଏଥିସହ ଶ୍ରୀଯୁକ୍ତ ହରିଚନ୍ଦନ ଦୀର୍ଘ ଓ ନିରାମୟ ଜୀବନ କାମନା କରି ରାଜ୍ୟବ୍ୟାପୀ ବିଭିନ୍ନ ମନ୍ଦିରରେ ପ୍ରାର୍ଥନା, ସମୂହ ଦୀପଦାନ ଓ ସ୍ମୃତି ସଭାର ଆୟୋଜନର କାର୍ଯ୍ୟକ୍ରମ ମଧ୍ୟ ରହିଛି।

ନିମ୍ନ କାର୍ଯ୍ୟସୂଚୀ ଅନୁଯାୟୀ ରାଜ୍ୟର ବିଭିନ୍ନ ସ୍ଥାନରେ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
୧. ଅପରାହ୍ନ ୬ ଘଟିକା – ପୁରୀ ଜଗନ୍ନାଥ ମନ୍ଦିର, ସିଂହଦ୍ୱାରରେ ଦୀପଦାନ ଓ ପ୍ରାର୍ଥନା ।
୨. ସକାଳ ୮ ଘଟିକା – ଲିଙ୍ଗରାଜ ମନ୍ଦିର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ଓ ପ୍ରାର୍ଥନା ।
୩. ସଂଧ୍ୟା ୬ ଘଟିକା – ଉକ୍ରଳ ସାମ୍ବାଦିକ ଭବନ ସଭାଗୃହଠାରେ ପୂଜ୍ୟପୂଜା ସଂସ୍କୃତି ସମ୍ମାନ ଅଭିଯାନ ଆନୁକୂଲ୍ୟରେ ସଭା ।
୪. ସକାଳ ୯ ଘଟିକା – “ସ୍ୱାଭିମାନ କଟକ” ଆନୁକୂଲ୍ୟରେ ମା ତାରେଣୀ ମନ୍ଦିର, କଲେଜ ଛକଠାରେ ସମୂହ ଦୀପଦାନ ଓ ପ୍ରାର୍ଥନା ।
୫. ଅପରାହ୍ନ ୬ ଘଟିକା – “ଉକ୍ରଳ ସନ୍ତାନ” କଟକ ତରଫରୁ ଶ୍ରୀ ଗଡେଶ୍ୱର ମନ୍ଦିର ପରିସରରେ ଦୀପଦାନ ଓ ପ୍ରାର୍ଥନା ।
୬. ଅପରାହ୍ନ ୬ ଘଟିକା – “ମା ସମଲେଶ୍ୱରୀ ମନ୍ଦିର” ପ୍ରାଙ୍ଗଣରେ କୁଚିଣ୍ଡା ଉପକଣ୍ଠ ତରଫରୁ ଦୀପଦାନ ଓ ପ୍ରାର୍ଥନା ।
୭. ଅପରାହ୍ନ ୬ ଘଟିକା – “ଜଗନ୍ନାଥ ମନ୍ଦିର” ବୁଦ୍ଧିଜିବୀ ମଞ୍ଚ, ମାଲକାନଗିରିଠାରେ ସମୂହ ଦୀପଦାନ ଓ ପ୍ରାର୍ଥନା ।
୮. ଅପରାହ୍ନ ୬ ଘଟିକା – “ସମଲେଶ୍ୱରୀ ମନ୍ଦିର” ସମ୍ବଲପୁର, ସମୂହ ଦୀପଦାନ ଓ ପ୍ରାର୍ଥନା ।
୯. ଅପରାହ୍ନ ୬ ଘଟିକା – “ମା ବୁଢ଼ିଠାକୁରାଣୀ ମନ୍ଦିର” ବ୍ରହ୍ମପୁର, ଗଞ୍ଜାମ ଓ ଗଜପତି ଜିଲ୍ଲା ସମବାୟ ସଂଘ ଆନୁକୁଲ୍ୟରେ ଦୀପଦାନ ଓ ପ୍ରାର୍ଥନା ।
୧୦. ଅପରାହ୍ନ ୬ ଘଟିକା – “କେନ୍ଦ୍ରପଡା ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣ”ରେ ସମୂହ ଦୀପଦାନ ଓ ପ୍ରାର୍ଥନା ।
୧୧. ଅପରାହ୍ନ ୬ ଘଟିକା – “ବାଣପୁର ଭଗବତୀ ମନ୍ଦିର ପ୍ରାଙ୍ଗଣ”ରେ ସମୂହ ଦୀପଦାନ ଓ ପ୍ରାର୍ଥନା ।
୧୨. ସକାଳ ୮ ଘଟିକା – “ବାରିପଦା ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ”ରେ ସମୂହ ଦୀପଦାନ ଓ ପ୍ରାର୍ଥନା ।
୧୩. ଅପରାହ୍ନ ୬ ଘଟିକା – “ବାରିପଦା ଅମ୍ବିକା ମନ୍ଦିର ପ୍ରାଙ୍ଗଣ”ରେ ସମୂହ ଦୀପଦାନ ଓ ପ୍ରାର୍ଥନା ।
୧୪. ଅପରାହ୍ନ ୬ ଘଟିକା – “ରାଉରକେଲା- ସେକ୍ଟର-୩, ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ” କାନ୍ଭାସ୍ ଆନୁକୂଲ୍ୟରେ ସମୂହ ଦୀପଦାନ ଓ ପ୍ରାର୍ଥନା ।
୧୫. ସକାଳ ୯ ଘଟିକା – “ବଲାଙ୍ଗୀର- ସମଲେଶ୍ୱରୀ ମନ୍ଦିର ପ୍ରାଙ୍ଗଣ”ରେ ସମୂହ ଦୀପଦାନ ଓ ପ୍ରାର୍ଥନା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ