Masthead

ଏଣିକି ଦାଢି କାଟିଲେ ମିଳିବ ଦଣ୍ଡ

କାବୁଲ( ବଡ଼ ଖବର ): ଏଣିକି ଦାଢି କାଟିଲେ ମିଳିବ ଦଣ୍ଡ। ଏଭଳି  ଅଜବ ନିୟମ ଆଣିଛି ଆଫଗାନକୁ ଅକ୍ତିଆର କରିଥିବା ତାଲିବାନ। ଧର୍ମକୁ ଢାଲ କରି ନିଜର କ୍ରୂରତାକୁ ଦେଶବାସୀଙ୍କ ଉପରେ ଲଦି ଦେଉଛି ତାଲିବାନ। ସରକାର ଗଠନ ବେଳେ ସମସ୍ତଙ୍କ ସୁରକ୍ଷା ଓ ଅଧିକାରକୁ ପ୍ରାଥମିକତା ଦେବାକୁ ଘୋଷଣା କରିଥିବା ତାଲିବାନ କିନ୍ତୁ ଧିରେ ଧିରେ ଅଜବ ନୀତିକୁ ଅପଣଉଛି। ପ୍ରଥମେ ମହିଳାଙ୍କୁ ଟାର୍ଗେଟ କରୁଥିବା ତାଲିବାନ ଏବେ ଶିଶୁ, ପୁରୁଷମାନଙ୍କ ସ୍ୱାଧୀନତାରେ ବେଡି ପକାଇଛି । ତାଲିବାନ ମାନିବାକୁ ମନାକଲେ ମୃତ୍ୟୁଦଣ୍ଡ ମିଳୁଛି। ଏପରିକି ମହିଳାଙ୍କୁ  ବିଚ୍‌ ରାସ୍ତାରେ ବାଡ଼େଇବା ସହ ନିୟମ ଉଲ୍ଲଘଂନକାରୀଙ୍କୁ ସର୍ବସମ୍ମୁଖରେ ଫାଶୀରେ ଝୁଲାଇ ଦେଉଛି।

ଆଫଗାନର ନାଗରିକଙ୍କୁ ସେଭିଂ ହେବାର ତଥା ଦାଢି କାଟିବାକୁ ଆଉ ଅନୁମତି ମିଳିବ ନାହିଁ। ଏହି ନିୟମ ଉଲ୍ଲଘଂନକାରୀଙ୍କୁ ଶରିଆ ନିୟମ ଅନୁଯାୟୀ, କଠୋର ଦଣ୍ଡ ଦିଆଯିବ। ଏହାବାଦ ତାଲିବାନ ପକ୍ଷରୁ ହଜାରା ସମୁଦାୟ ଲୋକଙ୍କ ଉପରେ ବି ବଳ ପ୍ରୟୋଗ କରାଯାଉଛି। ପିଢି ପିଢି ଧରି ରହି ଆସିଥିବା ସେମାନଙ୍କ ଜମିକୁ ଜୋରଜବରଦସ୍ତି ଭାବେ ଛଡ଼ାଇ ନିଆଯାଉଛି। ଏପରିକି ସେମାନଙ୍କୁ ଭୂମିହୀନ କରାଯିବା ସହ ଘରୁ ମଧ୍ୟ ବାହାର କରି ଦିଆଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ଏସୀୟ କ୍ରୀଡ଼ା; ସ୍ୱର୍ଣ୍ଣ ପଦକ ପାଇଁ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ 🔴 ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର 🔴 ୧୩ରେ ଲଘୁଚାପ, ୧୫ରେ ଅବପାତ ସମ୍ଭାବନା 🔴 ପାର୍ବଣ ଆରମ୍ଭରୁ ମହଙ୍ଗା ମାଡ଼; ବଢ଼ିଲା କମର୍ସିଆଲ LPG ସିଲିଣ୍ଡରର ଦର 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ