Masthead

ଏଣିକି ଦାଢି କାଟିଲେ ମିଳିବ ଦଣ୍ଡ

କାବୁଲ( ବଡ଼ ଖବର ): ଏଣିକି ଦାଢି କାଟିଲେ ମିଳିବ ଦଣ୍ଡ। ଏଭଳି  ଅଜବ ନିୟମ ଆଣିଛି ଆଫଗାନକୁ ଅକ୍ତିଆର କରିଥିବା ତାଲିବାନ। ଧର୍ମକୁ ଢାଲ କରି ନିଜର କ୍ରୂରତାକୁ ଦେଶବାସୀଙ୍କ ଉପରେ ଲଦି ଦେଉଛି ତାଲିବାନ। ସରକାର ଗଠନ ବେଳେ ସମସ୍ତଙ୍କ ସୁରକ୍ଷା ଓ ଅଧିକାରକୁ ପ୍ରାଥମିକତା ଦେବାକୁ ଘୋଷଣା କରିଥିବା ତାଲିବାନ କିନ୍ତୁ ଧିରେ ଧିରେ ଅଜବ ନୀତିକୁ ଅପଣଉଛି। ପ୍ରଥମେ ମହିଳାଙ୍କୁ ଟାର୍ଗେଟ କରୁଥିବା ତାଲିବାନ ଏବେ ଶିଶୁ, ପୁରୁଷମାନଙ୍କ ସ୍ୱାଧୀନତାରେ ବେଡି ପକାଇଛି । ତାଲିବାନ ମାନିବାକୁ ମନାକଲେ ମୃତ୍ୟୁଦଣ୍ଡ ମିଳୁଛି। ଏପରିକି ମହିଳାଙ୍କୁ  ବିଚ୍‌ ରାସ୍ତାରେ ବାଡ଼େଇବା ସହ ନିୟମ ଉଲ୍ଲଘଂନକାରୀଙ୍କୁ ସର୍ବସମ୍ମୁଖରେ ଫାଶୀରେ ଝୁଲାଇ ଦେଉଛି।

ଆଫଗାନର ନାଗରିକଙ୍କୁ ସେଭିଂ ହେବାର ତଥା ଦାଢି କାଟିବାକୁ ଆଉ ଅନୁମତି ମିଳିବ ନାହିଁ। ଏହି ନିୟମ ଉଲ୍ଲଘଂନକାରୀଙ୍କୁ ଶରିଆ ନିୟମ ଅନୁଯାୟୀ, କଠୋର ଦଣ୍ଡ ଦିଆଯିବ। ଏହାବାଦ ତାଲିବାନ ପକ୍ଷରୁ ହଜାରା ସମୁଦାୟ ଲୋକଙ୍କ ଉପରେ ବି ବଳ ପ୍ରୟୋଗ କରାଯାଉଛି। ପିଢି ପିଢି ଧରି ରହି ଆସିଥିବା ସେମାନଙ୍କ ଜମିକୁ ଜୋରଜବରଦସ୍ତି ଭାବେ ଛଡ଼ାଇ ନିଆଯାଉଛି। ଏପରିକି ସେମାନଙ୍କୁ ଭୂମିହୀନ କରାଯିବା ସହ ଘରୁ ମଧ୍ୟ ବାହାର କରି ଦିଆଯାଉଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା 🔴 ସହଯୋଗର ହାତ ବଢ଼ାଇବ ଭାରତ 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା! 🔴 ଚାଇନା ନାଗରିକଙ୍କୁ ମିଳିବ ଭାରତର ପର୍ଯ୍ୟଟନ ଭିଜା 🔴 ସହଯୋଗର ହାତ ବଢ଼ାଇବ ଭାରତ 🔴 ଭିଜିଲାନ୍ସ ଜାଲରେ BMC କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ଜଗନ୍ନାଥ ପଟ୍ଟନାୟକ 🔴 ଜଗଦୀପ ଧନକରଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ 🔴 ଓଡ଼ିଶା ବନ୍ଦ ଆନ୍ଦୋଳନ, କଂଗ୍ରେସ ଓ ବିଜେଡିକୁ ନୋଟିସ 🔴 ମାଲକାନଗିରି ନାବାଳିକାଙ୍କୁ ଦୁଷ୍କର୍ମ ମାମଲା, ଦୁଷ୍କର୍ମ ନୁହେଁ ଗଣଦୁଷ୍କର୍ମ 🔴 ଦିଲ୍ଲୀ ଗଲେ ମନମୋହନ, ମନ୍ତ୍ରିମଣ୍ଡଳ ଲିଷ୍ଟ ଫାଇନାଲ! 🔴 ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣା, ତଦନ୍ତ ପାଇଁ ୩ ଜଣିଆ ଟିମ୍ ଗଠନ 🔴 ପୁଣି ଲଜ୍ଜା, ମାଲକାନଗିରିରେ ନାବାଳିକାଙ୍କୁ ଦୁଷ୍କର୍ମ 🔴 ୨୩ରୁ ପ୍ରବଳ ବର୍ଷା!