Masthead

କର୍କଟ ପୀଡ଼ିତାଙ୍କୁ ଆର୍ଥିକ ସହାୟତା

ତିର୍ତ୍ତୋଲ(ବଡ଼ ଖବର ବ୍ୟୁରୋ): ତିର୍ତ୍ତୋଲ ବ୍ଲକ ତେନ୍ତୁଳିପଦା ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିପଦା ଗ୍ରାମର ଅସହାୟ କର୍କଟ ପୀଡିତା ଅଞ୍ଜଳୀ ସେଠୀଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ଓଡ଼ିଶାର ଅଗ୍ରଣୀ ସ୍ୱେସ୍ଥାସେବୀ ଅନୁଷ୍ଠାନ ମା’ ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସ । ସୂଚନା ଯୋଗ୍ୟ କି, ଅଞ୍ଜଳୀ ସେଠୀଙ୍କ ପତି ନୃସିଂହ ସେଠୀ ଦିନ ମଜୁରିଆ ଭବେ କାମ କରନ୍ତି । କିଛି ବର୍ଷ ପୂର୍ବେ ନୃସିଂହ ନିଜ ବାପା ମାଙ୍କୁ ହରାଇଥିବା ବେଳେ ସାତ ମାସ ପୂର୍ବରୁ ନିଜର ଭଉଣୀଙ୍କର ବି ଦେହାନ୍ତ ଘଟିଥିଲା ।

ଦଇବ ଦାଉ ସାଧିଲା ଭଳି ଏବେ ପତ୍ନୀ ଅଞ୍ଜଳୀ କର୍କଟ ରୋଗରେ ଆକ୍ରାନ୍ତ ହୋଇ ବିଛଣାରେ ପଡିରହିଛନ୍ତି । ଝିଅ ମାନଙ୍କର ପାଠ ପଢ଼ାରେ ଡୋରି ବନ୍ଧା ହୋଇ ଯାଇଛି । ଅର୍ଥାଭାବରୁ ନା ପତ୍ନୀଙ୍କର ଚିକିସ୍ଥା କରାଇପାରୁଛନ୍ତି ନା ପିଲାମାନଙ୍କୁ ପାଠ ପଢାଇପାରୁଛନ୍ତି । ବିଭିନ୍ନ ଗଣମାଧ୍ୟମରୁ ଏହି ଦୁଖଦଃ ଖବର ପାଇ ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ସଭାପତି ତଥା ଯୁବ ସମାଜସେବୀ ଇଂଜିନିୟର ଶଙ୍ଖେଶ୍ଵର ପ୍ରସାଦ ମହାନ୍ତି, ମହିଳା ସଦସ୍ୟା ସାଗରୀକା ସାହାଣୀ, ବରିଷ୍ଠ ସଦସ୍ୟ ଶେଷ ବସନ୍ତିଆ, ନାରାୟଣ ଦାସ, ସୌମ୍ୟରଞ୍ଜନ ଦାସ, ଶୁଭେନ୍ଦୁ ବରାଳ ଏବଂ ଶ୍ରୀକାନ୍ତ ସେନାପତି ପ୍ରମୁଖ ଅଞ୍ଜଳୀଙ୍କ ବାସଭବନରେ ପହଞ୍ଚି ତାଙ୍କୁ ୮୦୦୦ ଟଙ୍କା ଆର୍ଥିକ ସହାୟତା ଦେବା ସହ ତାଙ୍କର ଆଶୁ ଆରୋଗ୍ୟ କାମନା କରିଥିଲେ । ମା ତାରିଣୀ ହେଲପିଙ୍ଗ ହ୍ୟାଣ୍ଡସର ବଦାନ୍ୟତା ପାଇଁ ଅଞ୍ଜଳୀ ଓ ତାଙ୍କ ପରିବାର କୃତଜ୍ଞତା ଜଣାଇଥିବା ବେଳେ ସଂଗଠନର ଏହି କାର୍ୟ୍ୟକୁ ସ୍ଥାନୀୟ ଅଞ୍ଚଳରେ ଅତ୍ୟନ୍ତ ପ୍ରଶଂସା କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’