Masthead

ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ

ଗଞ୍ଜାମ  (ବଡ଼ ଖବର ବ୍ୟୁରୋ): ଜମିବାଡ଼ି ପାଇଁ ମାଆର ଜୀବନ ନେଲା ପୁଅ । ମାଆର ତଣ୍ଟିଚିପି ହତ୍ୟା କଲା ନୃଶଂସ ପୁଅ । ଗଞ୍ଜାମ ଜିଲ୍ଲା ଆସିକାରେ ଏହି ହୃଦୟବିଦାରକ ଘଟଣା ଘଟିଛି । ଜମିବାଡ଼ିକୁ କେନ୍ଦ୍ର କରି ମାକୁ ହତ୍ୟା କରିଥିବା ସୂଚନା । ଗତକାଲି ବିଳମ୍ବିତ ରାତିରେ ହତ୍ୟା ।  ଆସିକା ଥାନା ଦନ୍ତାରି ବଗଡ଼ ଗାଁରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ପୁଅ ଘଟାଇଛି ଏହି ବର୍ବର କାଣ୍ଡ। ମୃତ ମହିଳା ହେଲେ ୭୫ ବର୍ଷୀୟା ଲଷ୍ମୀ ବରାଡ଼। ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଆସିକା ମେଡ଼ିକାଲରେ ରଖି ତଦନ୍ତ କରୁଛି ।

ଗତକାଲି ରାତିରେ ଏହି ଘଟଣା ଘଟିଥିବା ବେଳେ ରାତି ପ୍ରାୟ ୩ଟାରେ ଘଟଣା ଜଣାପଡିଥିଲା । ଖବର ପାଇ ମୃତ ମା’ର ତିନି ଝିଅ ଦନ୍ତାରିବଗଡ ଗାଁରେ ପହଞ୍ଚି ଥିଲେ । ଏହା ପରେ ଆସିକା ମେଡିକାଲକୁ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ସେପଟେ ଗାଙ୍ଗପୁର ପୋଲିସ ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।

ମିଳିଥିବା ସୂଚନା ଅନୁଯାୟୀ ପ୍ରତ୍ୟେକ ଦିନ ବଡ଼ ପୁଅ ଓ ବଡ ବୋହୂ ମାରପିଟ କରୁଥିଲେ । ପୈତୃକ ଜମିବାଡ଼ି ଓ ମା’ର ଭତ୍ତା ଟଙ୍କାକୁ ନେଇ ସବୁ ଦିନ ଝଗଡା ହେଉଥିଲା । ଗତକାଲି ରାତିରେ ପୂର୍ବ ଭଳି କଥା କଟାକଟି ହୋଇ ପାଟିତୁଣ୍ଡ ଆରମ୍ଭ ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ବଡ଼ ପୁଅ ନିଜ ମାଆକୁ ମାରପିଟ କରିବା ସହ ତଣ୍ଟି ଚିପି ହତ୍ୟା କରିଥିବା ତିନି ଝିଅ ମାନେ ଅଭିଯୋଗ କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା 🔴 ଜାଡ଼ରେ ଥରୁଛି ଓଡ଼ିଶା, ୧୦ ଡିଗ୍ରୀ ତଳେ ରାଜ୍ୟର ବିଭିନ୍ନ ସହରର ତାପମାତ୍ରା 🔴 ବରିଷ୍ଠ କଂଗ୍ରେସ ନେତା ଶିବରାଜ ପାଟିଲଙ୍କ ଦେହାନ୍ତ 🔴 ଶୀତରୁ ନିସ୍ତାର ନାହିଁ 🔴 ରାସ୍ତା କଡ଼ରେ ଫିଙ୍ଗିଦେଲେ ସରକାରୀ ଔଷଧ 🔴 ବିଳମ୍ବିତ ରାତିରେ ଅନୁଗୁଳରେ ଗୁଳିମାଡ଼ 🔴 ଭୁବନେଶ୍ୱରରୁ ୮ଟି ବିମାନ ବାତିଲ 🔴 ରାଜ୍ୟରେ ଅସମ୍ଭାଳ ଜାଡ଼ 🔴 ମିଳିଲା ରାଖେଲଗୁଡ଼ା ମହିଳାଙ୍କ କଟାମୁଣ୍ଡ 🔴 ଆନ୍ଦୋଳନରୁ ହଟିଲେ ପ୍ରାଥମିକ ଶିକ୍ଷକ 🔴 ରାଜ୍ୟରେ ଆହୁରି ବଢ଼ିବ ଥଣ୍ଡା