Masthead

‘ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି’

ନିମାପଡ଼ା (ବଡ଼ ଖବର ବ୍ୟୁରୋ): ବଳଙ୍ଗା ନାବାଳିକା ପୋଡି ମୃତ୍ୟୁବରଣ ଘଟଣାରେ କଂଗ୍ରେସର ରଣହୁଙ୍କାର । ବଳଙ୍ଗାରୁ ନିମାପଡା ଯାଏଁ ନାରୀ ନ୍ୟାୟ ଯାତ୍ରା କରୁଛି ହାତ ଦଳ । ପିସିସି ସଭାପତି ଭକ୍ତ ଦାସଙ୍କ ତତ୍ୱବଧାନରେ ଚାଲିଛି ପଦଯାତ୍ରା । କବର ସ୍ଥଳିକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ପୀଡିତାଙ୍କ ପରିବାରକୁ ଭେଟିବା ପରେ ଆରମ୍ଭ ହୋଇଥିଲା ଏହି ଯାତ୍ରା । ପରିବାର ଲୋକଙ୍କୁ ଭକ୍ତ ଭେଟିବା ପରେ କହିଛନ୍ତି କି ପୀଡିତାଙ୍କ ଅବସ୍ଥା ଯଦି ଗୁରୁତର ଥିଲା ତାହାଲେ କାହିଁକି ଦିଲ୍ଲୀରେ ତାଙ୍କ ବୟାନ ରେକଡ କରାଗଲା ।

କିଏ ପୋଲିସକୁ ଦେଲା ସେ ଅଧିକାର । ଆମ ଦଳର ବରିଷ୍ଠ ନେତୃତ୍ୱ ଯେତେବେଳେ ପୀଡିତାଙ୍କୁ ଜୀବିତ ଅବସ୍ଥାରେ ଭେଟିଥିଲେ ସେହିଦିନ ସେ କହିଥିଲେ କି ମୋତେ ତିନିଜଣ ପୋଡି ଦେଇଛନ୍ତି । ତେଣୁ ସେହି ତିନି ଅଭିଯୁକ୍ତ ଗଲେ କୁଆଡେ । ପୋଲିସ କାହାକୁ ସୁରକ୍ଷ ଦେଉଛି । ସରକାର ନୀରବ କାହିଁକି ? ପୋଲିସ ଷ୍ଟେଟମେଣ୍ଟ ବଦଳାଇଛି।  ଭିଡ଼ିଓ ରେକର୍ଡିଂ ଦେଖାନ୍ତୁ ।  ନହେଲେ ୩ ଅଭିଯୁକ୍ତଙ୍କୁ ଗିରଫ କରନ୍ତୁ ।  ମିଛ କଥା କହି ସରକାର ଖସିଯିବେ ନାହିଁ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା