Masthead

ପ୍ରଣବଙ୍କ ଭାଇ ନାଁରେ ଅନାସ୍ଥା

ଧର୍ମଶାଳା (ବଡ଼ ଖବର ବ୍ୟୁରୋ): ଧର୍ମଶାଳା ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରଭାତ ବଳବନ୍ତରାୟତଙ୍କ ନାଁରେ ଅନାସ୍ଥା । ପ୍ରଭାତଙ୍କ ନାଁରେ ଅନାସ୍ଥା ଆଣିଛନ୍ତି ୩୮ ସମିତି ସଭ୍ୟ, ସରପଞ୍ଚ ବିକାଶ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି ପ୍ରଭାତ । ଦସ୍ତଖତ ଯାଞ୍ଚ ପାଇଁ ହାଜର ହେବେ ସମିତିସଭ୍ୟ ସରପଞ୍ଚା ଧର୍ମଶାଳା ବ୍ଲକ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଆସିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ଯାଜପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନାସ୍ଥା ପ୍ରସ୍ତାବ ଆଣିଥିବା ୩୮ ଜଣ ସମିତିସଭ୍ୟ ଓ ସରପଂଚ ହାଜର ହୋଇ ନିଜର ଦସ୍ତଖତ ଯାଂଚ କରାଇବେ। ଉପ ଜିଲ୍ଲାପାଳଙ୍କ ଚିଠିକୁ ଆଧାର କରି ଧର୍ମଶାଳା ବିଡିଓ ଅନସ୍ଥା ଆଣିଥିବା ସମିତିସଭ୍ୟ ଓ ସରପଂଚଙ୍କୁ ଆଜି ହାଜର ହେବାକୁ ଚିଠି କରିଛନ୍ତି।

ଦସ୍ତଖତ ମେଳ କରିବା ପରେ ଅନାସ୍ଥା ଆଗତ ହେବ କି ନାହିଁ ସ୍ପଷ୍ଟ ହେବା। ଧର୍ମଶାଳାରେ ଏବେ ବିଜେପିର ନେତୃତ୍ୱ ନେଇଥିବା ବିଧାୟକ ହିମାଂଶୁ ଶେଖର ସାହୁ ବିଧାୟକ ଥିବା ବେଳେ ପଞ୍ଚାୟତ ସମିତି କିନ୍ତୁ ବବିଙ୍କ ଅନୁଗତ ବିଜେଡିର ପ୍ରଣବ ବଳବନ୍ତରାୟ (ଜିତୁ)ଙ୍କ ଭାଈ ପ୍ରଭାତ ବଳବନ୍ତରାଙ୍କ ଦଖଲରେ ରହିଛି। ଯାହା ଦ୍ୱାରା ସାଧରଣ ଲୋକଙ୍କ କାର୍ଯ୍ୟ ହେଉ କି ବିକାଶ ମୂଳକ କାର୍ଯ୍ୟରେ ବାଧା ସୃଷ୍ଟି ହେଉଛି। ଏପର୍ଯ୍ୟନ୍ତ ଅନେକ କାର୍ଯ୍ୟ ଟେଣ୍ଡର ହୋଇଥିଲେ ମଧ୍ୟ କାର୍ଯ୍ୟ ଆରମ୍ଭ ହୋଇ ପାରୁନାହିଁ। ପ୍ରତ୍ୟେକ ସରକାରୀ କର୍ମଚାରୀ ଦୋଛକିରେ ଛିଡ଼ା ହୋଇ ବିକାଶ ଆଗେଇ ପାରୁନାହିଁ। ୨୦୧୭ ମସିହାରୁ ପୂର୍ବତନ ବିଧାୟକ ପ୍ରଣବଙ୍କ ଭାଇ ପ୍ରଭାତ କୁମାର ବଳବନ୍ତରାୟ (ଦିପୁ ) ଲଗାତାର ଦୁଇ ଥର ବ୍ଲକ ଅଧ୍ୟକ୍ଷ ଭାବେ କାର୍ଯ୍ୟ କରୁଛନ୍ତି। ୨୫ ବର୍ଷ ଧରି ଧର୍ମଶାଳାରେ ଗୋଟିଏ ପରିବାରବାଦ ଶାସନରେ ରହିଆସୁଥିବା ବେଳେ ଗତ ସାଧାରଣ ନିର୍ବାଚନରେ ବିଜେଡିର ପ୍ରଣବ ବଳବନ୍ତରାୟଙ୍କୁ ପରାସ୍ତ ହୋଇ ସାରିଥିବା ବେଳେ ଏବେ ତାଙ୍କ ଭାଇ ଅଧ୍ୟକ୍ଷ ପଦରେ ରହିଛନ୍ତି।

ଯଦି ଅନାସ୍ଥା ସପକ୍ଷରେ ସର୍ବାଧିକ ଭୋଟ ପଡେ ତେବେ ଏଇଠୁ ପାରିବାରବାଦ ଶାସନର ଅନ୍ତ ହେବ। ହୁଏତ ଆଗକୁ ପଞ୍ଚାୟତ ନିର୍ବାଚନରେ ପୁଣି କ’ଣ ହୋଇପାରେ। ହିମାଂଶୁ ଶେଖର ସାହୁ ବିଧାୟକ ହୋଇ ରାଜ୍ୟରେ ବିଜେପି ସରକାରକୁ ପୂର୍ଣ୍ଣମାତ୍ରାରେ ସମର୍ଥନ ଦେଇ ସରକାରରେ ନିଜର ସ୍ଥିତି ସୁଦୃଢ଼ କରିପରିଛନ୍ତି । ଉନ୍ନୟନମୂଳକ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଯୋଗୁଁ ସରପଂଚ ଓ ସମିତିସଭ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଅଧ୍ୟକ୍ଷଙ୍କ ଦସ୍ତଖତ ସବୁ ଫାଇଲ ପାସ ପାଇଁ ଆବଶ୍ୟକ ହେଉଥିବାରୁ କାମ କରିବାକୁ କେହି ଆଗ୍ରହ ଦେଖାଉ ନଥିଲେ। ଫଳରେ ଗତ ୧୦ ତାରିଖରେ ସରପଂଚ ଓ ସମିତିସଭ୍ୟମାନେ ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ।

ଧର୍ମଶାଳା ବ୍ଲକରେ ୪୫ ଗୋଟି ପଂଚାୟତ ରହିଥିବା ବେଳେ ସେଥିରେ ୯୦ ଜଣ ସରପଞ୍ଚ ଓ ସମିତି ସଭ୍ୟଙ୍କ ମଧ୍ୟରୁ ଜେନାପୁର ଓ ଚୋର ମୁଂହା ପଞ୍ଚାୟତର ସରପଞ୍ଚ ମୃତ୍ୟୁ ହୋଇଥିବାରୁ ଏବେ ୮୮ ଜଣ ଅଛନ୍ତି। ଏହି ଅନାସ୍ଥା ଅଭିଯାନରେ ସାମିଲ ହୋଇଥିବା ସରପଂଚ ଓ ସମିତିସଭ୍ୟମାନଙ୍କ ଦସ୍ତଖତ ଯାଞ୍ଜ ପାଇଁ ଧର୍ମଶାଳା ବିଡିଓ ପତ୍ର ମାଧ୍ୟମରେ ଜଣାଇ ଦେଇଛନ୍ତି । ତେବେ ଆଜି ୩୮ ଜଣ ସରପଂଚ ଓ ସମିତିସଭ୍ୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ହାଜିର ହୋଇ ନିଜର ଦସ୍ତଖତ ଯାଂଚ କରାଇବେ ।ଯାଞ୍ଚ ପରେ ଯଦି ଅନାସ୍ଥାର ଆବଶ୍ୟକତା ରହିଛି ବୋଲି ଉପଜିଲ୍ଲାପାଳ ଅନୁଭବ କରନ୍ତି ତେବେ ସେ ଅନାସ୍ଥା ଭୋଟ ପାଇଁ ନିର୍ଦ୍ଦେଶ ଦେଇପାରନ୍ତି । ଅଧ୍ୟକ୍ଷଙ୍କ ବିରୁଦ୍ଧରେ ଅନାସ୍ଥା ଭୋଟ ଆସିଲେ ପରାଜୟ ହେବାର ଅଶଙ୍କା ଅଧିକ ଥିବାରୁ ବିଜେଡି ଶିବିର ଏବେ ଚଳଚଞ୍ଚଳ ହୋଇଛି । ଧର୍ମଶାଳା ବ୍ଲକରେ ବିଜେଡି ସମର୍ଥିତ ଅଧ୍ୟକ୍ଷଙ୍କ ପରାଜୟ ହେଲେ ଏହା ବିଜେଡି ପାଇଁ ଏକ ଶକ୍ତ ଧକ୍କା ହେବ ବୋଲି ରାଜନୈତିକ ସମୀକ୍ଷକ ମାନେ କହନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ 🔴 କାଉଣ୍ଟର ଆଗରେ ଲମ୍ବା ଲାଇନ 🔴 ଥଣ୍ଡାରେ ଥରୁଛି ସାରା ଓଡ଼ିଶା 🔴 ରାଜ୍ୟରେ ଗଡ଼ୁଛି ୨ ଲକ୍ଷ ୧୯ ହଜାର ୬୭୭ ଇଭି ଗାଡ଼ି 🔴 ଛତିଶଗଡ଼ ବିଜାପୁରରେ ବଡ଼ ଏନକାଉଣ୍ଟର 🔴 ଶୀତ ଅଧିବେଶନର ଆଜି ସପ୍ତମ ଦିନ 🔴 ଆଜି ଭାରତ ଆସୁଛନ୍ତି ପୁଟିନ୍‌ 🔴 ଆଗକୁ ବଢ଼ିବ ଶୀତ 🔴 ଡିସେମ୍ବର ୩୧ ଯାଏଁ E-KYC 🔴 ୫ ଘଣ୍ଟା ଜଗା ଦର୍ଶନ ବନ୍ଦ 🔴 ଆଜି ଘୋଷଣା ହୋଇପାରେ +୨ ପରୀକ୍ଷା ତାରିଖ