ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): କରୋନା ମହାମାରୀ ପାଇଁ ସମଗ୍ର ବିଶ୍ୱ ଅସୁବିଧାର ସମ୍ମୁଖିନ ହେଉଛି। ଏଥିରୁ ରକ୍ଷା ପାଇବା ପାଇଁ ପ୍ରତେକ ଲୋକ ସଚେତନ ହେବା ସହ ଡ଼ାକ୍ତରୀ ଟିମ ଟିକା ପ୍ରସ୍ତୁତ କରିବାରେ ଲାଗିପଡିଛନ୍ତି । କିଛି ସ୍ଥାନରେ ଟିକା ବଜାରକୁ ଆସିଥିବା ବେଳେ ଅନ୍ୟ ସ୍ଥାନରେ ଏଥିପାଇଁ ପ୍ରକ୍ରିୟା ଚାଲୁ ରହିଛି । ସବୁ କଂପାନୀର ଟିକା ପ୍ରସ୍ତୁତି ପ୍ରକ୍ରିୟା ଭିନ୍ନ ଭିନ୍ନ ଅଟେ । ତେବେ ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ ବୈଜ୍ଞାନିକମାନେ ଅନେକ ପ୍ରକାରର ଟିକା ପ୍ରସ୍ତୁତ କରିଛନ୍ତି । ଆସନ୍ତୁ ଜାଣିବା ଦୁନିଆର ସବୁଠାରୁୁ କେଉଁଟା ଦାମୀ ଟିକା? ଡୋଜର ମୂଲ୍ୟ କେତେ? ଏବଂ କେଉଁ ରୋଗ ପାଇଁ ଆମେ ତାକୁ ବ୍ୟବହାର କରୁ…

ଟୁଇନରିକ୍ସ : ହେପାଟାଇଟିସ୍-ଏ ଏବଂ ହେପାଟାଇଟିସ୍- ବି ରୁ ରକ୍ଷା ପାଇବାପାଇଁ ଏହି ଇନଜେକ୍ସନ ବ୍ୟବହାର କରାଯାଏ । ଏହି ଭ୍ୟାକସିନ ଡୋଜ୍ ପିଛା ୬୯୬୧ ଟଙ୍କା । ୧୬ ବର୍ଷ କିମ୍ବା ତା’ ଠାରୁ ଉର୍ଦ୍ଧ୍ୱ ବ୍ୟକ୍ତି. ଯିଏ ହେପାଟାଇଟିସ୍-ଏ ଏବଂ ହେପାଟାଇଟିସ୍- ବି ର ଶିକାର ହୋଇଥାନ୍ତି, ସେଥିରୁ ରକ୍ଷା ପାଇବା ପାଇଁ ଏହି ଟିକା ଦିଆଯାଏ ।ଏହାର ଅନେକ ବ୍ରାଣ୍ଡ ରହିଛି । ଏହି ବ୍ରାଣ୍ଡକୁ ଦୁନିଆର ଅନ୍ୟ ଔଷଧ କଂପାନୀ ନିଜର ପ୍ରଡ଼କ୍ଟ ନାମ ଦେଇଥାନ୍ତି ।

ମେନାକଟ୍ରା: ଏହି ଟିକା ବିପଜ୍ଜନକ ରୋଗ ମେନିଙ୍ଗୋକୋକାଲ୍ ମେନିଞ୍ଜାଇଟିସ୍ ଏବଂ ମେନିଙ୍ଗୋକୋକାଲ୍ ସେପସିସ୍ ରୁ ରକ୍ଷା ପାଇଁ ବ୍ୟବହୃତ ହୁଏ । ଏହି ଭ୍ୟାକସିନ ଡୋଜ ପିଛା ୮୩୮୩ ଟଙ୍କା । ଫ୍ରାନ୍ସର ସାନୋଫି ଔଷଧ କମ୍ପାନୀ ଏହି ବ୍ରାଣ୍ଡରେ ଔଷଧ ତିଆରି କରେ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ସାନୋଫି କମ୍ପାନୀରେ ନିଜର ଅର୍ଥ ବିନିଯୋଗ କରିଛନ୍ତି।

ପ୍ରେବନାର୧୩: ଏହି ଟିକା ଛୋଟ ପିଲାମାନଙ୍କ ପାଇଁ ଉଦ୍ଧିଷ୍ଟ ଅଯେ । ଯାହା ସେମାନଙ୍କୁ ଡିଫଥେରିଆ ସମେତ ଅନେକ ରୋଗରୁ ରକ୍ଷା କରିଥାଏ । ଏହି ଭ୍ୟାକସିନ ୦.୫ ମିଲିଲିଟର ଡୋଜ ପିଛା ୧୦,୧୦୫ ଟଙ୍କା।

ଗାର୍ଡାସିଲ୍: ଦୁନିଆର ଏକମାତ୍ର ଟିକା ଯାହା ଲୋକଙ୍କୁ ଐଚଠ(ଐଙ୍କଜ୍ଞବଦ୍ଭ ଚବକ୍ଟ୍ରସକ୍ଷକ୍ଟ ଙ୍ଖସକ୍ସଙ୍କଗ୍ଦ) ରୁ ରକ୍ଷା କରିଥାଏ । ଐଚଠ
ସମ୍ବନ୍ଧ ସମୟରେ ବ୍ୟ।।ପୁଥିବା ସଂକ୍ରମଣ ଅଟେ । ଏହା ଉଭୟ ପୁରୁଷ ଏବଂ ମହିଳାଙ୍କୁ ହୋଇପାରେ । ଡୋଜ ପିଛା ଏହା୧୦,୫୫୫ ଟଙ୍କା ।

ଭାରିସେଲା: ଏହି ଟିକା ବେରିସେଲା ଜୀବାଣୁରୁ ରକ୍ଷା କରିଥାଏ । ଏହାକୁ ସାଧାରଣତଃ ଚିକେନ୍ ପକ୍ସ କୁହାଯାଏ ଜ୍ଝ ଚିକେନ୍ ପକ୍ସ ଶରୀରରେ ଲାଲ୍ ଦାଗ ଏବଂ ଦାଗ ଆଣିଥାଏ, ଯାହା ଭୟଙ୍କର ଯନ୍ତ୍ରଣା ଦେଇଥାଏ । ଏହା ଶିଶୁ ଏବଂ ବୃଦ୍ଧଙ୍କ ପାଇଁ ଅତ୍ୟନ୍ତ ବିପଜ୍ଜନକ ଅଟେ। ଡୋଜ ପିଛା ଏହା ୧୧,୭୫୨ ଟଙ୍କା।

ପ୍ରୋକ୍ୱାଡ୍: ଏହି ଟିକା ୧୨ ବର୍ଷ ବୟସ ପର୍ଯ୍ୟନ୍ତ ପିଲାମାନଙ୍କୁ ଦିଆଯାଏ । ଜ୍ଝ ଏହା ପିଲାମାନଙ୍କୁ ମମ୍ପସ୍, ମିଳିମିଳା ଭଳି ବିପଜ୍ଜନକ ରୋଗରୁ ରକ୍ଷା କରିଥାଏ । ପ୍ରତି ଡୋଜ ଏହାର ୧୧,୮୨୭ ଟଙ୍କା ।
ଜୋଷ୍ଟାବେକ୍ସ : ଏହି ଟିକା ୫୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଲୋକଙ୍କୁ ଶିଙ୍ଗଲେସ୍ ନାମକ ରୋଗରୁ ରକ୍ଷା କରିଥାଏ । ଏହି ରୋଗ ହିିର୍ପିସ୍ ଜୋଷ୍ଟର ଭାବରେ ମଧ୍ୟ ଜଣାଶୁଣା । ଏହି ରୋଗ ବେରିସେଲା ଜୀବାଣୁ ଦ୍ୱାରା ହୋଇଥାଏ, ଯାହା ଚିକେନ୍ ପକ୍ସ ସୃଷ୍ଟି କରିଥାଏ। ଲକ୍ଷଣ ମଧ୍ୟ ସମାନ । ଏହା ଡୋଜ ପିଛା ୧୩,୦୨୪ ଟଙ୍କା।

ଜୋଷ୍ଟାବେକ୍ସ : ଏହି ଟିକା ୫୦ ବର୍ଷ କିମ୍ବା ତଦୁର୍ଦ୍ଧ୍ୱ ଲୋକଙ୍କୁ ଶିଙ୍ଗଲେସ୍ ନାମକ ରୋଗରୁ ରକ୍ଷା କରିଥାଏ । ଏହି ରୋଗ ହିିର୍ପିସ୍ ଜୋଷ୍ଟର ଭାବରେ ମଧ୍ୟ ଜଣାଶୁଣା । ଏହି ରୋଗ ବେରିସେଲା ଜୀବାଣୁ ଦ୍ୱାରା ହୋଇଥାଏ, ଯାହା ଚିକେନ୍ ପକ୍ସ ସୃଷ୍ଟି କରିଥାଏ। ଲକ୍ଷଣ ମଧ୍ୟ ସମାନ ।ଏହା ଡୋଜ ପିଛା ୧୩,୦୨୪ ଟଙ୍କା।

Leave a Reply

Your email address will not be published. Required fields are marked *