Masthead

ବାବାଙ୍କ ନାଁରେ ସଙ୍ଗୀନ ଅଭିଯୋଗ

କାମାକ୍ଷାନଗର (ବଡ଼ ଖବର ବ୍ୟୁରୋ): ବାବାଙ୍କ ନାଁରେ ସଙ୍ଗୀନ ଅଭିଯୋଗ । କାମାକ୍ଷାନଗର ବାବା ମଧୂ ମଙ୍ଗଳଙ୍କ ନାଁରେ ଅଭିଯୋଗ । ଆଶ୍ରମ ଅନ୍ତେବାସୀଙ୍କୁ ଦୁଷ୍କର୍ମ ସହ ଅସଦାଚରଣ ଅଭିଯୋଗ । ଅଭିଯୋଗ ଆଧାରରେ ବାବାଙ୍କୁ ଧରିଲା ପୋଲିସ । ପୁଣି ଚର୍ଚ୍ଚାରେ ଜଣେ ଯୌନ ପିପାସୁ ବାବାଙ୍କ କଳା କାରନାମା।

ମହିଳାଙ୍କୁ ଲୋଭ ଦେଖାଇ ଯୌନ ଶୋଷଣ କରାଯାଇଥିବା ଅଭିଯୋଗ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ମଠକରଗୋଳା ଗାଁ ସ୍ଥିତ ମଠରେ ଥିବା ବାବା ମଧୂ ମଙ୍ଗଳଙ୍କ ନାମରେ ଆସିଛି ସଙ୍ଗୀନ ଅଭିଯୋଗ। ଭୁବନ ଅଂଚଳର ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି। ଏପରିକି ଘଟଣାକୁ ରଫାଦଫା କରିବା ପାଇଁ ତାଙ୍କୁ ୫୦ ହଜାର ଟଙ୍କାର ଲୋଭ ମଧ୍ୟ ଦେଖା ଯାଇଥିବା ପୀଡିତା ଜଣଙ୍କ ପ୍ରକାଶ କରିଛନ୍ତି।

ପରିବାର ଛାଡି ବାବାଙ୍କ ମଠକୁ ସେବା କରିବାକୁ ଆସିଥିଲେ ଜୈନିକା ମହିଳା। ପ୍ରାୟ ୧୦ ଦିନ ହେବ ବାବାଙ୍କ ମଠରେ ଥିଲେ ପୀଡିତା। ତାଙ୍କୁ ବଳ ପୂର୍ବକ ବାବା ଯୌନ ନିର୍ଯାତନା ଦେଇଥିବା ମହିଳା ଜଣଙ୍କ ପ୍ରକାଶ କରିଛନ୍ତି । ଯାହାକୁ ନେଇ ଏବେ ଘଟଣା କାମାକ୍ଷାନଗର ଥାନାରେ ପହଞ୍ଚିଛି। ଏ ନେଇ କାମାକ୍ଷାନଗର ପୋଲିସର ତନାଘନା ଜାରି ରହିଥିବା ବେଳେ ବାବା ମଧୂ ମଙ୍ଗଳ ଫେରାର ମାରିଥିବା ଜଣାପଡିଛି। ଯାହାକୁ ନେଇ ଉଠୁଛି ପଡୁଛି ସମଗ୍ର ଅଂଚଳ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି