ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାଲିପାଟଣା ଜ୍ୟୋତି ରଞ୍ଜନ ମାଠିଆ ଜଳି ଯିବା ଘଟଣା । ଜମି ବିବାଦ ପାଇଁ ଜ୍ୟୋତିକୁ ହତ୍ୟା କରିଛନ୍ତି ପରିବାର । ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ଜଣା ପଡିଛି । ଘଟଣାରେ ବାପା ସୁରେନ୍ଦ୍ର ମାଠିଆ, ସାବତ ମା ପ୍ରଭାତୀ ମାଠିଆ ଓ ସାବତ ଭାଇ ପ୍ରଶାନ୍ତ ମାଠିଆଙ୍କୁ ଗିରଫ କଲା ବାଲିପାଟଣା ଥାନା ପୋଲିସ । ଅଧିକ ତଦନ୍ତ ପାଇଁ ରିମାଣ୍ଡ ରେ ଆଣାଯିବ । ଅଭିଯୁକ୍ତ ଙ୍କ ବିରୁଦ୍ଧରେ ବିଏନଏସ ଦଫା ୧୧୮(୨), ୧୦୯, ୧୦୩/୩(୫) ରେ ମାମଲା ରୁଜୁ ହୋଇଛି । ଦୀର୍ଘ ବର୍ଷର ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା । ଦୀର୍ଘ ବର୍ଷର ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି ।
ସେପଟେ ମୃତ ଜ୍ୟୋତିଙ୍କ ସ୍ତ୍ରୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଜମିବାଡ଼ି ଓ ସମ୍ପତ୍ତି ପାଇଁ ବାପା, ସାବତ ମା ଓ ଭାଇ ମାରିଥିବା ଅଭିଯୋଗ ଆଣିଛନ୍ତି ପତ୍ନୀ । ପୂର୍ବରୁ ମାରପିଟ ଘଟଣା ନେଇ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ । ସ୍ତ୍ରୀଙ୍କ ମୁଣ୍ଡ ଫଟାଇ ଦେଇଥିଲେ ସାବତ ମା’। କିନ୍ତୁ ଅଭିଯୋଗ ପରେ ବି ହୋଇନଥିଲା କାର୍ଯ୍ୟାନୁଷ୍ଠାନ । ନିଜ ଘରେ ରହିବାକୁ ଭଡ଼ାଟିଆ ଭଳି ଭଡ଼ା ଦେଉଥିଲେ ମୃତ ଜ୍ୟୋତିରଞ୍ଜନ । ଏନେଇ ଖୁଲାସା କରିଛନ୍ତି ପତ୍ନୀ ବିଜୟଲକ୍ଷ୍ମୀ । କେବଳ ସେତିକି ନୁହଁ ଭଡ଼ା ସାଙ୍ଗକୁ ଦେଉଥିଲେ ବାପାଙ୍କ ପ୍ରତିପୋଷଣର ଖର୍ଚ୍ଚ ବୋଲି କହିଛନ୍ତି ମୃତକଙ୍କ ସ୍ତ୍ରୀ ।
