ପ୍ରକାଶ ପାଇଲା ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଫଳ

କଟକ  (ବଡ଼ ଖବର ବ୍ୟୁରୋ): ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାରେ 3457 ଜଣ ଛାତ୍ର ଛାତ୍ରୀ ପରୀକ୍ଷା ଦେଇଥିଲେ। ଏମାନଙ୍କ ମଧ୍ୟରୁ 1944 ଜଣ ଛାତ୍ର ପାସ କରିଛନ୍ତି। ପାସ ହାର 56.23 ଶତକଡା ରହିଛି। ସେହିପରି ଓପନ ସ୍କୁଲ ଦ୍ୱିତୀୟ ପରୀକ୍ଷା 10, 809 ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ 5973 ଜଣ ଛାତ୍ରଛାତ୍ରୀ ପାସ କରିଛନ୍ତି। ଓପନ ସ୍କୁଲ ଦ୍ୱିତୀୟର ପାସ ହାର ରହିଛି 55.26 ଶତକଡା। ଆଜି ଦିନ 2ଟା ପରେ ଛାତ୍ର ଛାତ୍ରୀ ମାନେ ଅନ ଲାଇନ ରେ ତାଙ୍କ ରେଜଲ୍ଟ ଜାଣି ପାରିବେ।

ଏହା ସହ ଛାତ୍ର ଛାତ୍ରୀମାନେ ମୋବାଇଲ ମାଧ୍ୟମରେ sms କରି ରେଜଲ୍ଟ ଜାଣି ପାରିବେ। ଆସନ୍ତା ସୋମବାର ଦିନ ଛାତ୍ରଛାତ୍ରୀମାନେ ସେମାନଙ୍କର ଡିଜିଟାଲ ସାର୍ଟିଫିକେଟ ନେଟରୁ ଡାଉନଲୋଡ କରିପାରିବେ। ଏକ ମାସ ପରେ ବିଦ୍ୟାଳୟରୁ ସାର୍ଟିଫିକେଟର ହାର୍ଡ କପି ଛାତ୍ରଛାତ୍ରୀମାନେ ସଂଗ୍ରହ କରିପାରିବେ ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବୋର୍ଡର ସଭାପତି ଶ୍ରୀକାନ୍ତ ତାରାଇ।

ଗତ ଜୁନ ୩୦  ତାରିଖରୁ ଆରମ୍ଭ ହୋଇଥିବା ମାଟ୍ରିକ ସପ୍ଲିମେଣ୍ଟାରୀ ଓ ଓପନ ସ୍କୁଲ ପରୀକ୍ଷା ଜୁଲାଇ ୧୦ ତାରିଖରେ ଶେଷ ହୋଇଥିଲା। ଜୁଲାଇ ୧୪ ତାରିଖରୁ ଖାତା ଦେଖା ହୋଇ ୨୦ ତାରିଖ ସୁଦ୍ଧା ଖାତା ଦେଖା ଶେଷ କରିବା ସହିତ ଦୁଇ ସପ୍ତାହ ମଧ୍ୟରେ ରେଜଲ୍ଟ ପ୍ରୋସେସିଂ ହୋଇଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ