Masthead

ସମ୍ପତ୍ତି ପାଇଁ ପୁଅକୁ ହତ୍ୟା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବାଲିପାଟଣା ଜ୍ୟୋତି ରଞ୍ଜନ ମାଠିଆ ଜଳି ଯିବା ଘଟଣା । ଜମି ବିବାଦ ପାଇଁ ଜ୍ୟୋତିକୁ ହତ୍ୟା କରିଛନ୍ତି ପରିବାର । ପେଟ୍ରୋଲ ଢାଳି ନିଆଁ ଲଗାଇ ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣା ଜଣା ପଡିଛି । ଘଟଣାରେ ବାପା ସୁରେନ୍ଦ୍ର ମାଠିଆ, ସାବତ ମା ପ୍ରଭାତୀ ମାଠିଆ ଓ ସାବତ ଭାଇ ପ୍ରଶାନ୍ତ ମାଠିଆଙ୍କୁ ଗିରଫ କଲା ବାଲିପାଟଣା ଥାନା ପୋଲିସ । ଅଧିକ ତଦନ୍ତ ପାଇଁ ରିମାଣ୍ଡ ରେ ଆଣାଯିବ । ଅଭିଯୁକ୍ତ ଙ୍କ ବିରୁଦ୍ଧରେ ବିଏନଏସ ଦଫା ୧୧୮(୨), ୧୦୯, ୧୦୩/୩(୫) ରେ ମାମଲା ରୁଜୁ ହୋଇଛି । ଦୀର୍ଘ ବର୍ଷର ଜମି ବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିଲା । ଦୀର୍ଘ ବର୍ଷର ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ଘଟିଥିବା ଜଣାପଡ଼ିଛି  ।

ସେପଟେ ମୃତ ଜ୍ୟୋତିଙ୍କ ସ୍ତ୍ରୀ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ଜମିବାଡ଼ି ଓ ସମ୍ପତ୍ତି ପାଇଁ ବାପା, ସାବତ ମା ଓ ଭାଇ ମାରିଥିବା ଅଭିଯୋଗ ଆଣିଛନ୍ତି ପତ୍ନୀ । ପୂର୍ବରୁ ମାରପିଟ ଘଟଣା ନେଇ ସେ ଥାନାର ଦ୍ୱାରସ୍ଥ ହୋଇଥିଲେ । ସ୍ତ୍ରୀଙ୍କ ମୁଣ୍ଡ ଫଟାଇ ଦେଇଥିଲେ ସାବତ ମା’। କିନ୍ତୁ ଅଭିଯୋଗ ପରେ ବି ହୋଇନଥିଲା କାର୍ଯ୍ୟାନୁଷ୍ଠାନ । ନିଜ ଘରେ ରହିବାକୁ  ଭଡ଼ାଟିଆ ଭଳି ଭଡ଼ା ଦେଉଥିଲେ ମୃତ ଜ୍ୟୋତିରଞ୍ଜନ । ଏନେଇ ଖୁଲାସା କରିଛନ୍ତି ପତ୍ନୀ ବିଜୟଲକ୍ଷ୍ମୀ । କେବଳ ସେତିକି ନୁହଁ ଭଡ଼ା ସାଙ୍ଗକୁ ଦେଉଥିଲେ ବାପାଙ୍କ ପ୍ରତିପୋଷଣର ଖର୍ଚ୍ଚ  ବୋଲି କହିଛନ୍ତି ମୃତକଙ୍କ ସ୍ତ୍ରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ