Masthead

କାଣୀ ନଦୀରେ ୫୦ ଫୁଟ୍‌ର ଘାଇ

ଯାଜପୁର (ବଡ଼ ଖବର ବ୍ୟୁରୋ): ବୈତରଣୀର ଶାଖା କାଣୀ ନଦୀରେ ୫୦ ଫୁଟ୍‌ର ଘାଇ ।  ବନ୍ୟା ପାଣି ଗାଁରେ ଭୁସ୍ ଭୁସ୍‌ ହୋଇ ମାଡ଼ିଯାଉଛି । ଦଶରଥପୁର ବ୍ଲକ ଅହିୟାସ ମୁସଲିମ ସାହି ନିକଟରେ ୫୦ ଫୁଟରୁ ଉର୍ଦ୍ଧ୍ୱ ଘାଇ ହୋଇଥିବା ଦେଖିବାକୁ ମିଳିଛି ।  ଦଶରଥପୁର ବ୍ଲକର ୪ଟି ପଞ୍ଚାୟତ ଘାଇ ଦ୍ୱାରା ପ୍ରଭାବିତ । ସୋମବାର ଭୋର ୪ଟା ୫୦ରେ ଘାଇ ହୋଇଥିବା ସୂଚନା ମିଳିଛି।  ରବିବାର ରାତିରେ ଘଳିଆ ପଡ଼ିଥିଲା ।
ଯାହା ଫଳରେ ୫୦ ଫୁଟର ସୃଷ୍ଟି ହୋଇଛି । ବୈତରଣୀ ନଦୀରେ ବିପଦ ସଂକେତ ଉପରେ ପାଣି ପ୍ରବାହିତ ହେଉଥିବାରୁ ଏହି ଘାଇ ସୃଷ୍ଟି ହୋଇଛି । ଏହାର ପ୍ରଭାବରେ ଅହିୟାସ ମଲ୍ଲିକା ପୁର, କସପା, ମହାନ୍ତି ପାଟଣା ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି । ସେପଟରେ ବୈତରଣୀ ନଦୀରେ ବନ୍ୟା ଜଳ ଆସିବା ଦ୍ଵାରା ଅନେକ ପଞ୍ଚାୟତରେ ପାଣି ପଶିଥିବା ଦେଖିବାକୁ ମିଳିଛି । ଯାଜପୁର ବ୍ଲକ ସିମିଳିଆ ପଞ୍ଚାୟତର ମୁଖ୍ୟ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି । ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଏବେ ବୈତରଣୀ ଏବଂ ଏହାର ଶାଖା ନଦୀ କାଣୀ ନଦୀ ରେ ଭୟଙ୍କର ବନ୍ୟାର ସ୍ଥିତି ଦେଖିବାକୁ ମିଳିଛି ।
ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ମଧ୍ୟ ଦେଇ ବହିଯାଇଥିବା ବୈତରଣୀ ଏବଂ କାଣୀ ନଦୀରେ ଜଳ ସ୍ତର ବଢ଼ିବାରେ ଲାଗିଛି । ଯାହାଫଳ ରେ ମଲ୍ଲୀକାପୁର, ଦୁଦୁରାଅଣ୍ଟା, ଶୁଶୁଆ, ଦତ୍ତପୁର, ଜୟନ୍ତରା, କସପା, ଏବଂ ତରପଦା ଆଦି ପଞ୍ଚାୟତ ଗୁଡିକରେ ବନ୍ୟା ଜଳ ପ୍ରବାହିତ ହେବାର ଆଶଙ୍କା ଅଛି । ବିଜେପି ନେତା ଗୌତମ ରାୟ, ଜିଲ୍ଲପାଳ ଅମ୍ବର କୁମାର କର, ବିଡ଼ିଓ ଆକାଶ ପଟ୍ଟନାୟକ, ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ମଲ୍ଲିକ, ବାବୁରାମ ମୁର୍ମୁ ଏବଂ ଜଳସେଚନ ଅଧିକାରୀ ବନ୍ୟାଅଞ୍ଚଳ ପରିଦର୍ଶନ କରିବା ସହ କିଭଳି ଭାବେ ଏହାର ସ୍ଥାୟୀ ସମାଧାନ କରାଯାଇପାରିବ ସେ ସମ୍ପର୍କ ରେ ଆଲୋଚନା କରିଥିଲେ ।
ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ 🔴 ଆଇଇଡି ବିସ୍ଫୋରଣରେ ଉଡ଼ିଲା ରେଳ ଟ୍ରାକ୍ 🔴 କଙ୍ଗାରୁ କୋର୍ଟ ପାଇଁ ଜୀବନ ହାରିଲା ପରିବାର 🔴 ଆଜି ଭାରତ-ଇୟୁ ମଧ୍ୟରେ ବଡ଼ ଡ଼ିଲ୍ 🔴 ସାଧାରଣତନ୍ତ୍ର ଦିବସରେ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ 🔴 ଦେଶ ପାଳୁଛି ୭୭ତମ ସାଧାରଣତନ୍ତ୍ର ଦିବସ 🔴 ଜୀବନ ଯୁଦ୍ଧରେ ହାରିଗଲେ ଅଭିଜିତ ମଜୁମଦାର 🔴 ଆହୁରି ବଢିବ ରାତି ତାପମାତ୍ରା 🔴 ଶ୍ରୀମନ୍ଦିରରେ ନାବାଳକକୁ ମାଡ଼! 🔴 ପବିତ୍ର ଶ୍ରୀପଞ୍ଚମୀରେ ବିଦ୍ୟାଦାତ୍ରୀ ମା’ ସରସ୍ବତୀଙ୍କୁ ଆବାହନ 🔴 ୭୨ ପ୍ରଧାନଶିକ୍ଷକଙ୍କ ଦରମା ବନ୍ଦ