ପାସ କଲେ ଦାନ ମାଝୀଙ୍କ ଝିଅ, ଗାଁ ରେ ପ୍ରଥମ

କଳାହାଣ୍ଡି (ବଡ଼ ଖବର ବ୍ୟୁରୋ): ଖୁସିରେ ଆତ୍ମବିଭୋର ଦାନ ମାଝୀ । କାହିଁକି ବା ନହେବେ । ଝିଅ ଯେତେବେଳେ  ମାଟ୍ରିକ୍ ପାସ୍ କରିଛି। ଗାଁ ଏବଂ ପରିବାର ପାଇଁ ଗୌରବ ଅର୍ଜନ କରିଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ-ରାମପୁର ବ୍ଲକ ମେଲଘରାର ଦାନ ମାଝୀଙ୍କ ବଡ଼ ଝିଅ ଚାନ୍ଦିନୀ । ଚଳିତ ବର୍ଷ ୨୮୦ ମାର୍କ ରଖି ପାସ୍ କରିଛନ୍ତି ମାଟ୍ରିକ୍ । ଯାହା କି ଗାଁରେ ପ୍ରଥମ । କାରଣ ଆଜି ଯାଏଁ ମେଲଘରାର କୌଣସି ଝିଅ ମାଟ୍ରିକ୍ ପାସ୍ କରିନଥିଲେ । ତେଣୁ ଗର୍ବରେ ଦାନ କହୁଛନ୍ତି ଝିଅ ଜନ୍ମ କରି ବେଶ୍ ଖୁସି ।

ଚାନ୍ଦିନୀ ବି ଭାବପ୍ରବଣ ହୋଇଛନ୍ତି ପରୀକ୍ଷା ଫଳକୁ ନେଇ । କାରଣ ପାହାଡ଼ ଘେରା ଗାଁରେ ରହି ମାଟ୍ରିକ ପାସ୍ କରିବେ ବୋଲି ସେ ଆଶା କରିନଥିଲେ । ଏ ହେଉଛି ସେହି ଚାନ୍ଦିନୀ, ୨୦୧୬ରେ ଯିଏ ସରକାରୀ ବ୍ୟବସ୍ଥାର ଦେଖିଥିଲା ନଗ୍ନ ରୂପ । ବାପାଙ୍କ କାନ୍ଧରେ ଓହଳିଥିବା ମାର ଶବ କଡ଼େ କଡ଼େ ଏମିତି ବାଟ ଚାଲିଥିଲା ବାପା ସହ । ହାତରେ ଖଣ୍ଡେ ବ୍ୟାଗ୍ ଧରି ଲୁହ ଝରାଉଥିଲା।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ