Masthead

ଡିସେମ୍ବରରେ ମୋହନ-ବିଷ୍ଣୁଦେଓ ବୈଠକ!

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ମହାନଦୀ ଜଳ ବିବାଦର ଆପୋସ ସମାଧାନ  କରିବାକୁ ଓଡ଼ିଶା ଓ ଛତିଶଗଡ଼ ପକ୍ଷରୁ  ସରକାରୀସ୍ତରରେ ଆଗ୍ରହ ପ୍ରକାଶ ପାଇଛି । ଦୀର୍ଘଦିନର ଏ ବିବାଦର ସମାଧାନ ପାଇଁ  ଉଭୟ ପକ୍ଷ ବାଟ ବାହାର କରିବାକୁ ସହମତ ହୋଇଛନ୍ତି । ଏପରିକି ଆସନ୍ତା ଡିସେମ୍ବର ମାସରେ ଏ ନେଇ ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ  ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ବୈଠକରେ ଏକାଠି ହୋଇପାରନ୍ତି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ସୋସିଆଲ ମିଡିଆରେ ଏନେଇ ପୋଷ୍ଟ କରିଛନ୍ତି ।

ମହାନଦୀ ଜଳ ବିବାଦର ସମାଧାନ ପାଇଁ ଦୁଇ ରାଜ୍ୟ ଏକାଠି କାମ କରିବେ । ସେପ୍ଟେମ୍ବର ମାସରେ ଉଭୟ ରାଜ୍ୟର ସର୍ବୋଚ୍ଚ ଯନ୍ତ୍ରୀଙ୍କ ନେତୃତ୍ୱରେ ଗଠିତ ଟେକ୍ନିକାଲ କମିଟି ପ୍ରତି ସପ୍ତାହରେ ବସିବେ । ମହାନଦୀ ପାଣି ଭାଗବଣ୍ଟା ନେଇ ଏକ ଫ୍ରେମ୍‌ୱର୍କ ପ୍ରସ୍ତୁତ କରିବେ । ଅକ୍ଟୋବର ମାସରେ ବସିବ ମୁଖ୍ୟ ଶାସନ ସଚିବ ସ୍ତରୀୟ ବୈଠକ । କଥାବାର୍ତ୍ତା କେତେ ବାଟ ଆଗେଇଛି, ସେନେଇ ଉଭୟ ରାଜ୍ୟର ଜଳସମ୍ପଦ ବିଭାଗର ଅଧିକାରୀ ବସି ଆଲୋଚନା କରିବେ । ଡିସେମ୍ବର ମାସରେ ଉଭୟ ଓଡ଼ିଶା ଓ ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଏକାଠି ବସି ଆଲୋଚନା କରିବେ ।

ଲୋକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ମହାନଦୀ ଜଳ ବିବାଦର କିପରି ଦୀର୍ଘସ୍ଥୟୀ ସମାଧାନ ହୋଇପାରିବ, ସେ ଦିଗରେ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିବେ । ଏଥିପାଇଁ ସେପ୍ଟେମ୍ବର ମାସରେ ପ୍ରତ୍ୟେକ  ରାଜ୍ୟର ଇଆଇସିଙ୍କ ନେତୃତ୍ୱରେ ଗଠିତ  ବୈଷୟିକ କମିଟିଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ବିଷୟ  ଉପରେ ସପ୍ତାହକୁ ଥରେ ବୈଠକ କରିବେ ।

ଏହି କମିଟି ଦ୍ୱାରା ମହାନଦୀ ଜଳ ବଣ୍ଟନରେ  ଦୁଇ ରାଜ୍ୟରେ ଅଧିକ ସମନ୍ୱୟ ପାଇଁ ଏକ  ଢାଞ୍ଚା ପ୍ରସ୍ତୁତ କରିବା ନେଇ ମଧ୍ୟ ଆଲୋଚନା  ହେବ । ଅକ୍ଟୋବର ମାସରେ ଆଉଥରେ  ମୁଖ୍ୟ ସଚିବ ଓ ଜଳସମ୍ପଦ ସଚିବସ୍ତରୀୟ  ବୈଠକ ଅନୁଷ୍ଠିତ ହେବ । ଡିସେମ୍ବର ମାସରେ ସୁବିଧା ଅନୁସାରେ ଉଭୟ ରାଜ୍ୟର  ମୁଖ୍ୟମନ୍ତ୍ରୀ ଏକାଠି ହେବେ । ଉଭୟ ରାଜ୍ୟର ଲୋକମାନଙ୍କ  ହିତରେ ଦୀର୍ଘକାଳୀନ ଭାବରେ ସହମତିଭିତ୍ତିରେ ସମାଧାନ  ପାଇଁ ବାଟ ବାହାର କରିବେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଜ୍ୱରରେ ଆକ୍ରାନ୍ତ ବଣମଣିଷ 🔴 ୟୁକ୍ରେନ୍ ରେଳଷ୍ଟେସନ ଉପରେ ଋଷର ଆକ୍ରମଣ 🔴 ବର୍ଷାରେ ଭିଜିବ ଗଣେଶ ପୂଜା ଓ ନୂଆଖାଇ 🔴 ଧରାପୃଷ୍ଠରେ ଅବତରଣ କରିଛନ୍ତି ଗଜାନନ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ