Masthead

ସଲମାନଙ୍କୁ ଧନ୍ୟବାଦ ଦେଲେ ରାକ୍ଷୀ

ମୁମ୍ବାଇ (ବଡ଼ ଖବର ବ୍ୟୁରୋ): ଡ୍ରାମା କ୍ୱିନ୍ ରାକ୍ଷୀ ସାୱନ୍ତ, ନିକଟରେ ସେ ଏକ ଭିଡିଓ ସେୟାର କରିଛନ୍ତି । ଯେଉଁଥିରେ ସେ ସଲମାନ ଖାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । କଥାଟି ହେଉଛି ଅଭିନେତ୍ରୀ ରାକ୍ଷୀ ସାୱନ୍ତଙ୍କ ମା ଦୀର୍ଘ ଦିନ ଧରି କ୍ୟାନ୍ସର ରୋଗରେ ପିଡିତ ଅଛନ୍ତି । ଅଭିନେତ୍ରୀ ରାକ୍ଷୀ ସାୱନ୍ତ ଆଜିକାଲି ତାଙ୍କ ମା’ର ଯତ୍ନ ନେବାରେ ବ୍ୟସ୍ତ ଅଛନ୍ତି । ରାକ୍ଷୀ ସାୱାନ୍ତ ବିଗ ବସ ୧୪ରେ ତାଙ୍କ ମାଙ୍କ ପାଇଁ ଯାଇଥିଲେ । ସେଠାରେ ମିଳିଥିବା ରାଶିରେ ସେ ତାଙ୍କ ମାଙ୍କ ଚିକିତ୍ସାରେ ଲଗାଇଛନ୍ତି । ତେବେ ଆଜି ରାକ୍ଷୀ ତାଙ୍କ ମାଙ୍କ ଅପରେସନ କରାରାଇବାକୁ ଯାଉଛନ୍ତି । ଏହି ସମୟରେ ରାକ୍ଷୀ ଡାକ୍ତରଖାନାର ଏକ ଭିଡିଓ ସେୟାର କରିଛନ୍ତି ।

ଯେଉଁଥିରେ ରାକ୍ଷୀ ଏବଂ ତାଙ୍କ ମା ସଲମାନଙ୍କୁ ଆଶୀର୍ବାଦ ଦେଉଥିବା ନଜର ଆସିଛନ୍ତି । ଏହି ଭିଡିଓରେ ରାକ୍ଷୀ ସୋହେଲ ଖାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି । ରାକ୍ଷୀ ସାୱନ୍ତ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି । ରାକ୍ଷୀ ଏହି ଭିଡିଓରେ କହିଛନ୍ତି, ଆଜି ହେଉଛି ମା’ଙ୍କ ଅପରେସନ୍, ଶେଷରେ ଡାକ୍ତର ସଞ୍ଜୟ ଶର୍ମା ତାଙ୍କ କ୍ୟାନ୍ସର ରୋଗକୁ ସମ୍ପୂର୍ଣ୍ଣ ରୂପେ ହଟାଇ ଦେବେ । ମା ତୁମର କ୍ୟାନ୍ସର ସବୁଦିନ ପାଇଁ ଦୂର ହୋଇଯିବ । ଏହି ଭିଡିଓରେ ରାକ୍ଷୀଙ୍କ ମା ସଲମାନ ଖାନଙ୍କୁ ଆଶୀର୍ବାଦ କରୁଥିବା ନଜର ଆସିଛନ୍ତି । ଏଥି ସହିତ, ଏହି ଭିଡିଓରେ ସଲମାନ ଖାନଙ୍କ ପୁରା ପରିବାର ଏବଂ ସୋହେଲ ଖାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ