Masthead

ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇଲେ ନେପାଳ ସରକାର । ନାଗରିକଙ୍କ ଅଧିକାର ବ୍ୟାହତ ହେବା ପରେ ସେପ୍ଟେମ୍ବର ୪ ତାରିଖରୁ ନେପାଳରେ ଜଳୁଥିବା ନିଆଁ ଲିଭିଛି । ସୋସିଆଲ ମିଡିଆ ସାଇଟ୍ ଉପରେ ସରକାରୀ ନିଷେଧ ବିରୋଧରେ ରାଜରାସ୍ତାକୁ ଓହ୍ଲାଇଥିବା  ଯୁବକ ଯୁବତୀଙ୍କ ଭିତରୁ ୨୦ ଜଣଙ୍କ ଜୀବନ  ଯିବା ପରେ ସୋସିଆଲ ମିଡିଆ ଉପରୁ ବ୍ୟାନ୍ ହଟାଇଛନ୍ତି ନେପାଳ ସରକାର । ଏହାସହ ହିଂସାରେ ଜୀବନ ହରାଇଥିବା ଯୁବକଙ୍କ ପରିବାରକୁ କ୍ଷତିପୂରଣ ଦେବା ସହ ଘଟଣାର ନ୍ୟାୟିକ ଯାଞ୍ଚ କରାଯିବା ବୋଲି ଘୋଷଣା କରିଛନ୍ତି ନେପାଳ ସଞ୍ଚାର ଓ ସୂଚନା ପ୍ରସାରଣ ମନ୍ତ୍ରୀ ପୃଥ୍ବୀ ସୁବ୍ବା ଗୁରୁଙ୍ଗ ।

ସୋସିଆଲ ମିଡିଆ ବ୍ୟାନ୍‌ କରି ଯୁବପିଢ଼ିଙ୍କ ସ୍ବର ଚପାଇବାକୁ ସରକାର ଉଦ୍ୟମ କରୁଥିବା ଅଭିଯୋଗ କରିଥିଲେ । ସରକାର ଦୁର୍ନୀତିରେ ବୁଡ଼ି ରହିଥିବା ବେଳେ ଏବେ ସୋସିଆଲ ମିଡିଆ ବ୍ୟାନ୍‌ କରି ଅରାଜକତା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛି । କେବଳ ସୋସିଆଲ ମିଡିଆରେ ବ୍ୟାନ୍‌ ଲାଗିବା ଯୋଗୁ ନୁହେଁ ବରଂ ସରକାରଙ୍କ ବିଫଳତାକୁ ନେଇ ଯୁବପିଢ଼ିଙ୍କ ବିଦ୍ରୋହ ଯୋଗୁ ଓଲି ସରକାର ବ୍ୟାକଫୁଟ୍‌କୁ ଚାଲିଯାଇଥିବା କୁହାଯାଉଛି । ଯେଉଁଥିପାଇଁ ଆନ୍ଦୋଳନ ବନ୍ଦ କରିବା ସହ ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ମାତ୍ର ୪ଘଣ୍ଟାର ଆନ୍ଦୋଳନରେ ଆଣ୍ଠେଇ ପଡ଼ିଥିବା ସରକାର ଗୁଳି ଚଳାଇଥିଲେ।

ପୁଲିସ-ଜନତା ସଂଘର୍ଷରେ ୨୦ ଜଣଙ୍କ ଜୀବନ ଯାଇଥିବା ବେଳେ ୩୦୦ରୁ ଅଧିକ ଆହତ ହୋଇଛନ୍ତି । ଗତ ଗୁରୁବାର ଅନୁଷ୍ଠିତ ବୈଠକରେ ଯୋଗାଯୋଗ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ପୃଥ୍ୱୀ ସୁବ୍ବା ଗୁରୁଙ୍ଗ, ମନ୍ତ୍ରାଳୟର ଅଧିକାରୀ, ନେପାଳ ଟେଲିକମ୍ୟୁନିକେସନ୍ କର୍ତ୍ତୃପକ୍ଷଙ୍କ ପ୍ରତିନିଧି, ଟେଲିକମ୍ ଅପରେଟର ଏବଂ ଇଣ୍ଟରନେଟ୍ ସେବା ପ୍ରଦାନକାରୀମାନେ ଉପସ୍ଥିତ ଥିଲେ । ଏହି ବୈଠକରେ ସମସ୍ତ ଅଣପଞ୍ଜିକୃତ ପ୍ଲାଟଫର୍ମଗୁଡ଼ିକୁ ତୁରନ୍ତ ପ୍ରଭାବରୁ ନିଷିଦ୍ଧ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା । ଫେସବୁକ୍, ହ୍ଵାଟ୍ସଆପ୍ ଓ ଏକ୍ସ ଭଳି ଲୋକପ୍ରିୟ ପ୍ଲାଟଫର୍ମ ପଞ୍ଜିକୃତ ନହୋଇଥିବାରୁ ଏଗୁଡ଼ିକ ଉପରେ ନିଷେଧାଦେଶ ଜାରି ହୋଇଥିଲା‌ ।

ସେପଟେ  ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ, ସୋମବାର ଦିନ କିଛି ଆନ୍ଦୋଳନକାରୀ ସଂସଦ ପରିସରରେ ପ୍ରବେଶ କରିବା ପରେ ପ୍ରତିବାଦ ହିଂସାତ୍ମକ ହୋଇଥିଲା। ଏହା ପରେ, ପୁଲିସକୁ ଭିଡ଼କୁ ଏଡ଼ାଇବା ପାଇଁ ପାଣି ବର୍ଷା, ଗ୍ୟାସ ଏବଂ ଗୁଳି ବ୍ୟବହାର କରିବାକୁ ପଡିଥିଲା। ଯାହାପରେ ନେପାଳ ସରକାରଙ୍କ ନିର୍ଦ୍ଦେଶ ପରେ  ସୋମବାର ରାତିରୁ ଫେସବୁକ୍, ଏକ୍ସ ଏବଂ ହ୍ୱାଟ୍ସଆପ୍ ଭଳି ସୋସିଆଲ ମିଡିଆ ସାଇଟଗୁଡ଼ିକ ପୁଣି କାର୍ୟ୍ୟକ୍ଷମ ହୋଇଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ଅଗଷ୍ଟ ୩ରୁ ପୁଣି ବର୍ଷା! 🔴 ବନ୍ୟା ପାଣିରୁ ଜୀବନ ବଞ୍ଚାଇବା ପାଇଁ ତାଳ ଗଛରେ କଟିଲା ଦିନ 🔴 ମେଡିକାଲ୍ ପିଜି ପରୀକ୍ଷାରେ ପେପର ଲିକ୍! 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ