Masthead

ବଞ୍ଚିଥିଲେ ୧୦୦ ବର୍ଷର ହୋଇଥାନ୍ତେ ଦେଶର ଏହି ଶ୍ରେଷ୍ଠ ପ୍ରଧାନମନ୍ତ୍ରୀ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଆଜି ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତଃ ପିଭି ନରସିହ୍ମା ରାଓଙ୍କ ୧୦୦ତମ ଜନ୍ମବାର୍ଷିକୀ । ୨୮ ଜୁନ୍ ୧୯୨୧ରେ ଏବେର ତେଲେଙ୍ଗାନାରେ ତାଙ୍କର ଜନ୍ମ ହୋଇଥିଲା । ଭାରତର ଅର୍ଥନୀତି ସୁଧାରକ ଭାବେ ତାଙ୍କୁ ସଦା ସ୍ମରଣ କରାଯାଏ । ୧୯୯୧ରୁ ୧୯୯୬ ଯାଏଁ ସେ ଦେଶର ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ଦାୟିତ୍ୱ ନେବା ପୂର୍ବରୁ ଭାରତୀୟ ଅର୍ଥବ୍ୟବସ୍ଥା କଷ୍ଟକର ସମୟ ଦେଇ ଗତି କରୁଥିଲା ।

ତାଙ୍କରି ସମୟରେ ଦେଶରେ ଆର୍ଥିକ ଉଦାରୀକରଣର ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବିଦେଶୀ ପୁଞ୍ଜି ପାଇଁ ଥିବା ପ୍ରତିବନ୍ଧକକୁ ସେ କୋହଳ କରିଥିଲେ । ସେ ହିଁ ମନମୋହନ ସିଂଙ୍କୁ ରାଜନୀତିକୁ ଆଣି ଦେଶର ଅର୍ଥମନ୍ତ୍ରୀର ଦାୟିତ୍ୱ ଦେଇଥିଲେ । କଂଗ୍ରେସର ନେତା ହୋଇଥିଲେ ବି ସବୁ ଦଳର ନେତା ତାଙ୍କୁ ଆଦର କରୁଥିଲେ । ତାଙ୍କ ଉଦ୍ୟମରେ ହିଁ ଦେଶର ଅର୍ଥନୀତି ଅଭିବୃଦ୍ଧି ଆଡକୁ ଗତି କରିଥିଲା । ପରବର୍ତ୍ତୀ ସମୟରେ ଅଟଳ ବିହାରୀ ବାଜପାୟୀ ଓ ମନମୋହନ ସିଂ ଏହାକୁ ଆଗକୁ ବଢାଇଥିଲେ । ଦେଶ ପାଇଁ ତାଙ୍କର ଅନେକ ଅବଦାନ ଥିଲେ ମଧ୍ୟ ତାଙ୍କୁ ଯେଉଁ ସମ୍ମାନ ମିଳିବା କଥା, ସେହି ପରିମାଣରେ ମିଳିପାରି ନାହିଁ । ୨୩ ଡିସେମ୍ବର ୨୦୦୪ରେ ସେ ଆଖି ବୁଜିଥିଲେ ।

ତାଙ୍କ ମୃତ୍ୟୁ ବେଳେ ଦେଶରେ ତାଙ୍କରି ଦଳ କଂଗ୍ରେସ ସରକାରରେ ଥିଲା, ତାଙ୍କ ରାଜନୈତିକ ଶିଷ୍ୟ ମନମୋହନ ସିଂ ପ୍ରଧାନମନ୍ତ୍ରୀ ଥିଲେ, ତଥାପି ସେ ସେହି ସମ୍ମାନରୁ ବଞ୍ଚିତ ହୋଇଥିଲେ, ଯାହାର ସେ ହକଦାର । ତେବେ ତାଙ୍କ କାର୍ଯ୍ୟ ପାଇଁ ଦେଶ ତାଙ୍କୁ ଜଣେ ମହାନ ପ୍ରଧାନମନ୍ତ୍ରୀ ଭାବେ ନିଶ୍ଚୟ ମନେ ରଖିବ । ୧୦୦ ତମ ଜନ୍ମବାର୍ଷିକୀ ଅବସରରେ ପିଭି ନରସିହ୍ମା ରାଓଙ୍କୁ ଶ୍ରଦ୍ଧାଞ୍ଜଳି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଜିଦରେ ଅଟଳ ଜେଲ ମୁଖିଆ 🔴 ଆଧ୍ୟାତ୍ମିକ ଗୁରୁ ସାଧ୍ୱୀ ରିତମ୍ଭରାଙ୍କ କିଟ୍‍ ଓ କିସ୍‍ ପରିଦର୍ଶନ 🔴 ଭତ୍ତା ଟଙ୍କା ପାଇଁ ରାଜରାସ୍ତାରେ ବୃଦ୍ଧବୃଦ୍ଧା