Masthead

ବିଦ୍ୟୁତ୍ କାଟକୁ ନେଇ ଧାରଣାରେ ଗ୍ରାମବାସୀ

ତିର୍ତ୍ତୋଲ (ବଡ଼ ଖବର ବ୍ୟୁରୋ): ବାରମ୍ବାର ବିଦ୍ୟୁତ୍ କାଟକୁ ବିରୋଧ କରି ବିଦ୍ୟୁତ ସବଷ୍ଟେସନ ସମ୍ମୁଖରେ ଶତାଧିକ ଜନସାଧାରଣଙ୍କ ଧାରଣା। ଏଭଳି ଚିତ୍ର ଦେଖିବାକୁ ମିଳିଛି ପାରାଦୀପ ବିଦ୍ୟୁତ ଡ଼ିଭିଜନ ଅଧୀନ ଗୋରଡ ସବ ଷ୍ଟେସନ ସମ୍ମୁଖରେ। ଗତକାଲି ରାତିରେ ପାଞ୍ଚୋଟି ପଞ୍ଚାୟତର ଶତାଧିକ ଲୋକ ଏହି ବିଦ୍ୟୁତ ଫାଟକ ସମ୍ମୁଖରେ ଧାରଣାରେ ବସିଥିବା ଦେଖିବାକୁ ମିଳିଥିଲା।

ସେମାନଙ୍କ ଅଭିଯୋଗ ଅନୁଯାୟୀ ଏହି ସବଷ୍ଟେସନ ଅଧୀନରେ ଥିବା ଗୋରଡ଼, ବଣିତ, ପଣ୍ଡୁଆ, ହାତୀକେନା ସହ ଏକାଧିକ ପଂଚାୟତ ହଜାର ହଜାର ପରିବାର ବିଦ୍ୟୁତ କାଟକୁ ନେଇ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କୌଣସି କାରଣ ନଥାଇ ପ୍ରତିଦିନ ବାରମ୍ବାର ବିଦ୍ୟୁତ କାଟ କରାଯାଉଛି। କେବଳ ସେତିକି ନୁହେଁ ବିଦ୍ୟୁତକୁ ପୁନର୍ବାର ସଂଯୋଗୀ କରଣ କରିବା ପାଇଁ ସବଷ୍ଟେସନରେ କୌଣସି କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଇନାହିଁ। ଯେଉଁଥିପାଇଁ ଥରେ କାଟ ହେଲେ ତିନି ଚାରିଘଣ୍ଟା ପର୍ଯ୍ୟନ୍ତ ବିନା ବିଦ୍ୟୁତରେ ଚଳିବା ପାଇଁ ଜନସାଧାରଣ ବାଧ୍ୟ ହେଉଛନ୍ତି। ତେବେ ଏହାକୁ ବିରୋଧ କରି ଗ୍ରାମବାସୀ ଧାରଣାରେ ବସିବା ସହ ଏହାର ସ୍ଥାୟୀ ସମାଧାନ ପାଇଁ ଦାବି କରିଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ