Masthead

ପ୍ରକୃତି ପ୍ରେମରେ ବସନ୍ତ

ପୁରୀ (ବଡ଼ ଖବର ବ୍ୟୁରୋ): ପ୍ରକୃତି ପ୍ରେମରେ ବସନ୍ତ । ପୁରୀର ବସନ୍ତ କୁମାର ବେହେରା । ପେସାରେ ଜଣେ ଗାଡ଼ି ମିସ୍ତ୍ରୀ । ବଡ଼ଦାଣ୍ଡରେ ରହିଛି ତାଙ୍କର ଛୋଟିଆ ଗାଡ଼ି ଗ୍ୟରେଜ । ଦିନ ଜାକରେ ଯାହା ରୋଜଗାର କରନ୍ତି ସେଥିରୁ ଅଧା ଟଙ୍କାରେ ଗଛ କିଣନ୍ତି ବାକି ଅଧା ଟଙ୍କାରେ ତାଙ୍କର ପରିବାର ଚଳାନ୍ତି। ଆପଣ ଭାବୁଥିବେ ବସନ୍ତ ବୋଧେ ଫୁଲ ଗଛ ତାଙ୍କ ଘର ପାଇଁ କିଣୁଥିବେ, କିନ୍ତୁ ବସନ୍ତ ଗଛ କିଣନ୍ତି ଲୋକଙ୍କ ସେବା ପାଇଁ । ଖରା ଦିନେ ଲୋକ କିପରି ଟିକେ ଛାଇ ଆଉ ଥଣ୍ଡା ପବନ ଟିକେ ପାଇ ପାରିବେ ସେଥିପାଇଁ ପୁରୀର ରାସ୍ତା କଡ଼ରେ ଖାଲିଥିବା ଜାଗା ମାନଙ୍କରେ ଲଗାଇଛନ୍ତି ଗଛ ।

ଯେମିତି କି ବର ଗଛ, ଓସ୍ତ ଗଛ, ଜାମୁକୋଳି ଗଛ, ଆମ୍ବ ଗଛ, ପିଜୁଳି ଗଛ, ଚାକୁଣ୍ଡା ଗଛ ଲଗାଇଛନ୍ତି । ଖାଲି ସେତିକି ନୁହେଁ ବସନ୍ତ ପୁରୀ ବାଲୁଖଣ୍ଡ ଅଭୟରଣ୍ୟରେ ମଧ୍ୟ ବହୁତ ଗଛ ଲଗେଇଛନ୍ତି। ଏପରିକି ସକାଳେ ଆଉ ସନ୍ଧ୍ୟାରେ କିଛି ସାଙ୍ଗ ମାନଂକୁ ନେଇ ସବୁଦିନ ବୁଲି ବୁଲି ଗଛ ମାନଙ୍କ ମୂଳରେ ପାଣି ଦିଅନ୍ତି। ଯଦି ପ୍ରଶାସନ ତରଫରୁ କିଛି ପ୍ରେତ୍ସାହନ ମିଳନ୍ତା ତେବେ ଆଗକୁ ଆହୁରି ଅଧିକ ରୁ ଅଧିକ ଗଛ ଲଗାଇବେ ବୋଲି କହିଛନ୍ତି ବସନ୍ତ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ 🔴 ଛାତ୍ରୀଙ୍କୁ ମାଡ଼ମାରି ଚକ୍ଷୁ ନଷ୍ଟ କଲେ ଶିକ୍ଷୟିତ୍ରୀ 🔴 ସମ୍ବଲପୁର ପୋଲିସର ଏନକାଉଣ୍ଟର 🔴 ୧୩ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ 🔴 ଭୁଲିଗଲେ ରାଗ ରୁଷା, ଏକାଠି ହେଲେ ରାଜା-ସୁଜାତା 🔴 ପ୍ରବଳରୁ ପ୍ରବଳତର ବର୍ଷା ସମ୍ଭାବନା 🔴 ମାଡ଼ି ଆସୁଛି ଲଘୁଚାପ ବର୍ଷା; ୧୨ ତାରିଖ ଯାଏ ରାଜ୍ୟରେ ପ୍ରବଳ ଛେଚିବ 🔴 ଶିକ୍ଷକଙ୍କ ମାଡରେ ଛାତ୍ର ଗୁରୁତର 🔴 ବାୟା କରୁଛି 80’sର ଟ୍ରେଣ୍ଡ୍ 🔴 ହଠାତ୍ ଉଭାନ୍ ହୋଇଗଲା ସମୁଦ୍ର! 🔴 ସୃଷ୍ଟି ହେଲା ଲଘୁଚାପ