Masthead

ସରକାରଙ୍କ ଷଡ଼ଯନ୍ତ୍ର ?

ଭୁବନେଶ୍ୱର(ବଡ଼ ଖବର ବ୍ୟୁରୋ): ” ଖରସ୍ରୋତା ” ଏବେ ରାଜ୍ୟ ସରକାରଙ୍କ ବେକରେ କଣ୍ଟା। ଖରସ୍ରୋତା ପ୍ରକଳ୍ପକୁ ନେଇ ଅକଳରେ ନବୀନ ପଟ୍ଟନାୟକ। ଆରଟିଆଇ ରିପୋର୍ଟକୁ ସରକାରଙ୍କୁ ଘେରିଲା କଂଗ୍ରେସ। ଆଇ ଆଇ ଟି ହାଇଦ୍ରାବାଦ କୌଣସି ରିପୋର୍ଟ ଦେଇ ନାହିଁ। ଆଇ ଆଇ ଟି ହାଇଦ୍ରାବାଦର ଫେକ ରିପୋର୍ଟ ଦେଖାଇ ଖରସ୍ରୋତା ପ୍ରକଳ୍ପ କରିବାକୁ ମସୁଧା କରୁଛି ବିଜେଡି ସରକାର। କଂଗ୍ରେସ ଆଣିଛି ଏଭଳି ସାଂଘାତିକ ଅଭିଯୋଗ।

ଓଡିଶା ଇତିହାସରେ ଏଭଳି ଘଟଣା ପ୍ରଥମ । ଘୋଟାଲା ପାଇଁଆଇଆଟିର ବିଶ୍ଵ ସନୀୟତାକୁ ବ୍ୟବହାର କରିଛନ୍ତି ସରକାର । ପ୍ରଶାସନର ସର୍ବୋଚ୍ଚ ସ୍ତରରେ ଏହି ଷଡଯନ୍ତ୍ର କରାଯାଇଛି ଯେଉଁଥିପାଇଁ ପ୍ରତାପ ଦେବଙ୍କ ସହ ଅନ୍ୟ ବିଜେଡି ନେତା ମୁଁହ ଖୋଲୁ ନାହାଁନ୍ତି । ଜାଲ ସାର୍ଟିଫିକେଟ ପଛରେ କିଏ ସବୁଠୁ ବଡ ପ୍ରଶ୍ନ ? ଜାଲି ରିପୋର୍ଟର ରଚୟିତା କିଏ ? ଯେଉଁ କଣ୍ଟ୍ରାକ୍ଟର କାମ ନେଇଛି ତାକୁ ବ୍ଲାକଲିଷ୍ଟ କରାଯାଉ । ଘୋଟାଲା ପଛରେ ସମ୍ପୃକ୍ତ ସରକାରୀ ଅଧିକାରୀଙ୍କ ବିରୋଧରେ ଭିଜିଲାନ୍ସ କିମ୍ବା କ୍ରାଇମବ୍ରାଞ୍ଚ ହେଉ ତଦନ୍ତ। ଖରସ୍ରୋତା ଜଳ ପ୍ରକଳ୍ପକୁ ତୁରନ୍ତ ବନ୍ଦ କରାଯାଉ । ସେପଟେ କଂଗ୍ରେସର ଏଭଳି ଅଭିଯୋଗକୁ ଖଣ୍ଡନ କରିଛି ବିଜେଡି। ରାଜନେତିକ ଉଦ୍ଦେଶ୍ୟ ରଖି କଂଗ୍ରେସ ଏଭଳି ଅଭିଯୋଗ ଆଣିଛି ବୋଲି ବିଜେଡି ବିଧାୟକ ପ୍ରତାପ ଦେଵ କହିଛନ୍ତି। ଖରସ୍ରୋତା ଏବେ ଓଡିଶା ରାଜନୀତିର ସେଣ୍ଟରେ। ଆରୋପ ପ୍ରତ୍ୟାରୋପର ରାଜନୀତି ଭିତରେ ଖରସ୍ରୋତା ଆନ୍ଦୋଳନ ଜାରି ରହିଛି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ