ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବିଜେଡିର କୃଷକ ସମାବେଶରୁ ଦୁରେଇ ରହିଲେ ଦଳର ବରିଷ୍ଠ ନେତା ତଥା ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଓ ଅରୁଣ ବିଧାୟକ । ଉଭୟ ଅରୁଣ ସାହୁ ଓ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ନବୀନ ପଟ୍ଟନାୟକଙ୍କ ସରକାରରେ ଦୀର୍ଘଦିନ ଧରି କୃଷି ଓ ସମବାୟ ମନ୍ତ୍ରୀ ରହିଥିଲେ । ଲଗାତାର ୨୦ ଦିନ ଧରି ଦଳରେ କନ୍ଦଳ ବୃଦ୍ଧି ପାଉଥିବାରୁ ସେଥିରେ ବ୍ରେକ ଦେବା ଲାଗି କର୍ମୀ ଏକ କରିବା ପାଇଁ ବିଜେଡି ଚାଷୀ ଆନ୍ଦୋଳନର ଡ଼ାକରା ଦେଇଥିଲା । ପ୍ରେସମିଟରେ ୧୭ ତାରିଖରେ ଆନ୍ଦୋଳନ କରିବାକୁ ଘୋଷଣା କରିଥିବା ବେଳେ ପ୍ରଫୁଲ୍ଲ ମଲିକଙ୍କ ବୟାନକୁ ଦେଖି ୧୫ରେ ଆନ୍ଦୋଳନ କରାଯିବ ବୋଲି ପ୍ରେସ ରିଲିଜ ଦେଇଥିଲା ବିଜେଡି । ଉଭୟ ରଣେନ୍ଦ୍ର ଓ ଅରୁଣ କାହିଁକି କାର୍ଯ୍ୟକ୍ରମରୁ ଦୁରେଇ ରହିଲେ ଜଣା ପଡ଼ିନାହିଁ । ପୂର୍ବରୁ ଅନେକ ଆନ୍ଦୋଳନରେ ଅରୁଣ ମୁଖ୍ୟ ଭୂମିକାରେ ଦେଖା ଦେଉଥିଲେ । ରାଜା ସ୍ୱାଇଁ ପୂର୍ବରୁ ହୋଇଥିବା ଓବିସି ଆନ୍ଦୋଳନରେ ମନ୍ତବ୍ୟ ଦେଇ ଦଳୀୟ କନ୍ଦଳର ପୋଲ ଖୋଲିଥିଲେ ।
ଆଗକୁ ପଢନ୍ତୁ
