Masthead

ଆହତ ଅବସ୍ଥାରେ ବୁଲୁଛି ହାତୀ ଛୁଆ

କେନ୍ଦୁଝର (ବଡ଼ ଖବର ବ୍ୟୁରୋ): ଆହତ ଅବସ୍ଥାରେ ବୁଲୁଛି ହାତୀ ଛୁଆ । କେନ୍ଦୁଝର ଜିଲ୍ଲା ପାଟଣା ରେଂଜ ଅଞ୍ଚଳରେ ଗତ କିଛି ଦିନ ହେବ ଏକ ୨୯ଟିକିଆ ହାତୀ ପଲ ଘୁରି ବୁଲୁଛନ୍ତି। ବିଭିନ୍ନ ସମୟରେ ହାତୀ ପଲ ଗାଁ ମୁହାଁ ହେଉଥିବାରୁ ବନବିଭାଗ ହାତୀମାନଙ୍କ ଗତିପଥକୁ ନଜର ରଖିଛି। ତେବେ ଗତ କାଲି ଯମୁନାପଶି ଅଞ୍ଚଳରେ ବନବିଭାଗ ଥର୍ମାଲ ଡ୍ରୋନ୍ ମାଧ୍ୟମରେ ହାତୀମାନଙ୍କୁ ଟ୍ରାକ୍ କରୁଥିବା ବେଳେ ଏକ ଉଦ୍ଦବେଗ ଜନକ ଘଟଣା ଦେଖିବାକୁ ପାଇଛି।

ହାତୀ ପଲରେ ଥିବା ଗୋଟିଏ ଛୁଆ ହାତୀ ଆହାତ ଅବସ୍ଥାରେ ଛୋଟେଇ ଛୋଟେଇ ଚାଲୁଥିବା ଦେଖିବାକୁ ମିଳିଛି। ଛୁଆ ହାତୀଟିର ଆଗ ପଟର ବାମ ଗୋଡ଼ରେ ଆଘାତ ଲାଗିଥିବା ସ୍ପଷ୍ଟ ଜଣାପଡ଼ୁଥିବା ବେଳେ ଅନ୍ୟ ହାତୀମାନେ ଆହାତ ଛୁଆ ହାତୀଟିକୁ ସାଥୀରେ ଯାଉଥିବାର ଚିତ୍ର ଦେଖିବାକୁ ମିଳିଛି। ଅନ୍ୟପକ୍ଷରେ ବନବିଭାଗ ଘଟଣାକୁ ଗୁରୁତର ଭାବେ ନେବା ସହିତ ଅତ୍ୟାଧୁନିକ ଡ୍ରୋନ୍ ମାଧ୍ୟମରେ ମନିଟରିଂ କରୁଛି। ତେବେ ଏହି ହାତୀ ପଲରେ ୧୨ଟି ମାଇ ହାତୀ ୧୧ଟି ପୁରୁଷ ହାତୀ ଓ ୬ଟି ଛୁଆ ହାତୀ ଥିବା ଜଣାପଡି ଥିବା ବେଳେ ଛୁଆ ହାତୀଟିର ତୁରନ୍ତ ଆରୋଗ୍ୟ ପାଇଁ ପୁରା ଜିଲ୍ଲା ବାସୀ କାମନା କରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି 🔴 ତୀର୍ଥଯାତ୍ରୀ ବସ ଦୁର୍ଘଟଣା ଗ୍ରସ୍ତ 🔴 ବର୍ଷାକୁ ଅରେଞ୍ଜ ୱାର୍ଣ୍ଣିଂ 🔴 ବନସ୍ତେ ଡାକିଲା ଗଜ, ବରଷକେ ଥରେ ଆସିଛି ରଜ…. 🔴 ଭାରତୀୟ ନୂତନ ସ୍ଥଳସେନା ମୁଖ୍ୟ 🔴 ଆସାମରେ ବାୟୁସେନା ବିମାନ ଦୁର୍ଘଟଣା । 🔴 ଓଏଏସ ପ୍ରେମିକକୁ ମହଙ୍ଗା ପଡ଼ିଲା ପ୍ରେମ!ଚନ୍ଦ୍ରିକାଙ୍କ ମୃତ୍ୟୁ ବନ୍ଧାହେଲେ ଭୀମସେନ 🔴 ଆଜି ସଜବାଜ କାଲି ପହିଲି ରଜ 🔴 ଗୋମାଫିଆଙ୍କ ଘରେ ପୋଲିସର ଚଢ଼ାଉ 🔴 ଆଜିଠାରୁ ମହିଳା ବିଶ୍ୱକପ୍ ମହାକୁମ୍ଭ 🔴 ବଢିଲା ନିଟ୍ (ୟୁଜି)ପରୀକ୍ଷା ସମୟ ଅବଧି