Masthead

ନିତ୍ୟାନନ୍ଦ ଗଣ୍ଡଙ୍କ ସ୍ତ୍ରୀ ଦେଲେ ଓଟିଇଟି ପରୀକ୍ଷା

ରାଇଘର (ବଡ଼ ଖବର ବ୍ୟୁରୋ):  ନବରଙ୍ଗପୁର ଜିଲ୍ଲା ଶିକ୍ଷକ ଓଟିଇଟି ପରୀକ୍ଷାରେ ହାଇପ୍ରୋଫାଇଲ ଶିକ୍ଷକ ପ୍ରାର୍ଥୀନୀ । ଓଡିଶା ସରକାରଙ୍କ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସ୍ତ୍ରୀ ଚୈଇତି ଗଣ୍ଡ  OTET ପରୀକ୍ଷା ଦେଇଛନ୍ତି ।  ଚୈଇତି ଗଣ୍ଡ ଉମରକୋଟ ବ୍ଲକ ଡଙ୍ଗରୀଗୁଡା ୟୁଭି-୩ ସ୍କୁଲରେ ଶିକ୍ଷକତା କରୁଛନ୍ତି । ଓଡିଶା ସରକାରଙ୍କ ନିୟମ ଅନୁଯାୟୀ ଯୋଗ୍ୟ ଶିକ୍ଷକ ହେବା ପାଇଁ ସାଧାରଣ ଶିକ୍ଷକ ଭାବେ ନିଜର ପରୀକ୍ଷା କେନ୍ଦ୍ର ନୂଆଗଡ ସ୍ଥିତ ସରସ୍ବତୀ ଶିଶୁ ମନ୍ଦିରରେ ଯୋଗ ଦେଇ (ଓଡିଶା ଟିଚର ଏଲିଜେବୁଲ୍‌ ଟେଷ୍ଟ) ପରୀକ୍ଷା  ଦେଇଛନ୍ତି ।

ସେ 2nd Sitting (2.00 pm ରୁ 4.30 pm ପର୍ଯ୍ୟନ୍ତ ) ରେ ହୋଇଥିବା Paper-II ରେ Social Science ର ପରୀକ୍ଷା ଦେଇଥିଲେ । ତାଙ୍କର ପରୀକ୍ଷା ଭଲ ହୋଇଥିବା କହିବା ସହ ନିଶ୍ଚୟ ପାସ ହେବେ ବୋଲି କହିଛନ୍ତି । ସେହିଭଳି ନିଜ ସ୍ୱାମୀ ମନ୍ତ୍ରୀ ହୋଇଥିଲେ ମଧ୍ୟ ସେ ତାଙ୍କର କର୍ତ୍ତବ୍ୟ କରିବେ ଆଉ ମୁଁ ଶିକ୍ଷକ ହିସାବ ରେ ମୋର କାର୍ଯ୍ୟ କରିବି  ବୋଲି କହିଛନ୍ତି । ଆଉ ଯେଉଁମାନେ ବିଦ୍ୟାଳୟ ରେ ପିଲାଙ୍କୁ ନିୟମିତ ଶିକ୍ଷାଦାନ କରୁଥିବେ ତାଙ୍କ ପାଇଁ ଆଜିର ପ୍ରଶ୍ନ ଗୁଡିକ ସରଳ ଥିବା କହିଥିଲେ । ସରକାର ଙ୍କ OTET ବାଧ୍ୟତା ମୂଳକ କଥା କୁ ସ୍ୱାଗତ କରିଛନ୍ତି । ସେହିଭଳି ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀଙ୍କ ପତ୍ନୀ ତରୁଣୀ ମାଝୀ ମଧ୍ୟ RCD ବିଦ୍ୟାଳୟରେ OTET ପରୀକ୍ଷା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼