ମୋ ଉପକାରି ବଗିଚା ନାମରେ ଅର୍ଥ ହରିଲୁଟ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ):ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତରେ ମୋ ଉପକାରି ବଗିଚା ନାମରେ ଅର୍ଥ ହରିଲୁଟ କରାଯାଇଥିବା ଘଟଣା ଏବେ ରୋଚକ ମୋଡ ନେଇଛି । ଏନେଇ ରାଜ୍ୟ ଲୋକାୟୁତଙ୍କ ଦ୍ୱାରା ଗଠିତ ଏକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ସମୟରେ ଉପସ୍ଥିତ ଥିବା ବ୍ଲକ ସହକାରୀ ଯନ୍ତ୍ରି ସ୍ମୃତିରଞ୍ଜନ ତରାଇ ତଦନ୍ତ କରିବାକୁ ଆସିଥିବା ଅଧିକାରିଣୀଙ୍କ ପ୍ରଶ୍ନରେ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ । ଅନ୍ୟ ପକ୍ଷରେ ତଦନ୍ତ ବେଳେ ବହୁ ରୋଚକ ତଥ୍ୟ ଦେଖିବାକୁ ମିଳିଥିଲା । ମୋ ଉପକାରି ବଗିଚାରେ କଦଳୀ ଲେମ୍ବୁ, ଅମୃତଭଣ୍ଡା ଆଦି ଗଛ ଲଗାଇବା ବଗିଚା ଘେରିବା ସହ ଜଳ ନିସ୍କାସନର ବ୍ୟବସ୍ଥା ନିୟମ ଥିଲେବି ତାହା ଦେଖିବାକୁ ମିଳିନଥିଲା ।

କେତେକ ହିତାଧିକାରୀ ନିଜର ବାଇଗଣ ଏବଂ ପୋଇ ବାଡିକୁ ଦେଖାଇ ଥିଲେ । ଗୁରୁତ୍ୱ ପୂର୍ଣ୍ଣ କଥାହେଲା ଲୋକାୟତର ନିର୍ଦ୍ଦେଶ ତଦନ୍ତ ସମୟରେ ତତ୍କାଳୀନ ବିଡ଼ିଓ ଜୋତିବିକାଶ ଦାସ ଏବଂ ବର୍ତ୍ତମାନର ବଡିଓ କିମ୍ବା ଏବିଓ ଉପସ୍ଥିତ ରହିବା କଥା ହେଲେ ହେଲେ ସେମାନେ ଘଟଣା ସ୍ଥଳକୁ ଆସି ନଥିଲେ । ଏହି ତଦନ୍ତ ବାଲିପଦା ,କେଶରପୁର, ହରିଚନ୍ଦନ ପୁର ଗ୍ରାମରେ କିଛି ହିତାଧିକାରୀଙ୍କ ବଗିଚା ତଦନ୍ତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’