Masthead

ମୋ ଉପକାରି ବଗିଚା ନାମରେ ଅର୍ଥ ହରିଲୁଟ

ଚାନ୍ଦବାଲି(ବଡ଼ ଖବର ବ୍ୟୁରୋ):ଚାନ୍ଦବାଲି ବ୍ଲକ ଗୋପିନାଥପୁର ପଞ୍ଚାୟତରେ ମୋ ଉପକାରି ବଗିଚା ନାମରେ ଅର୍ଥ ହରିଲୁଟ କରାଯାଇଥିବା ଘଟଣା ଏବେ ରୋଚକ ମୋଡ ନେଇଛି । ଏନେଇ ରାଜ୍ୟ ଲୋକାୟୁତଙ୍କ ଦ୍ୱାରା ଗଠିତ ଏକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ତଦନ୍ତ ସମୟରେ ଉପସ୍ଥିତ ଥିବା ବ୍ଲକ ସହକାରୀ ଯନ୍ତ୍ରି ସ୍ମୃତିରଞ୍ଜନ ତରାଇ ତଦନ୍ତ କରିବାକୁ ଆସିଥିବା ଅଧିକାରିଣୀଙ୍କ ପ୍ରଶ୍ନରେ ସନ୍ତୋଷ ଜନକ ଉତ୍ତର ଦେଇ ପାରି ନଥିଲେ । ଅନ୍ୟ ପକ୍ଷରେ ତଦନ୍ତ ବେଳେ ବହୁ ରୋଚକ ତଥ୍ୟ ଦେଖିବାକୁ ମିଳିଥିଲା । ମୋ ଉପକାରି ବଗିଚାରେ କଦଳୀ ଲେମ୍ବୁ, ଅମୃତଭଣ୍ଡା ଆଦି ଗଛ ଲଗାଇବା ବଗିଚା ଘେରିବା ସହ ଜଳ ନିସ୍କାସନର ବ୍ୟବସ୍ଥା ନିୟମ ଥିଲେବି ତାହା ଦେଖିବାକୁ ମିଳିନଥିଲା ।

କେତେକ ହିତାଧିକାରୀ ନିଜର ବାଇଗଣ ଏବଂ ପୋଇ ବାଡିକୁ ଦେଖାଇ ଥିଲେ । ଗୁରୁତ୍ୱ ପୂର୍ଣ୍ଣ କଥାହେଲା ଲୋକାୟତର ନିର୍ଦ୍ଦେଶ ତଦନ୍ତ ସମୟରେ ତତ୍କାଳୀନ ବିଡ଼ିଓ ଜୋତିବିକାଶ ଦାସ ଏବଂ ବର୍ତ୍ତମାନର ବଡିଓ କିମ୍ବା ଏବିଓ ଉପସ୍ଥିତ ରହିବା କଥା ହେଲେ ହେଲେ ସେମାନେ ଘଟଣା ସ୍ଥଳକୁ ଆସି ନଥିଲେ । ଏହି ତଦନ୍ତ ବାଲିପଦା ,କେଶରପୁର, ହରିଚନ୍ଦନ ପୁର ଗ୍ରାମରେ କିଛି ହିତାଧିକାରୀଙ୍କ ବଗିଚା ତଦନ୍ତ କରାଯାଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ଫାଇଲ ଗାଏବ ଘଟଣା, କମିଶନରେଟ ପୋଲିସକୁ ଚିଠି ଲେଖିଲେ ୨ ପୂର୍ବତନ ଆଇଏଏସ 🔴 ସ୍ୱର୍ଣ୍ଣ ଜିତିଲେ ଶର୍ମିଳା 🔴 ଅଭିଯୋଗ ଶୁଣିଲାନି ପ୍ରଶାସନ, ଘଣ୍ଟ ବାଡେଇ ପ୍ରତିବାଦ କଲେ ଗ୍ରାମବାସୀ 🔴 ୧୨ ଜିଲ୍ଲାକୁ ୟେଲୋ ଆଲର୍ଟ 🔴 ଆଶୀର୍ବାଦ ବର୍ଷାରେ ଭିଜୁଛନ୍ତି ଭକ୍ତ 🔴 ଅସଲ ରୂପ ଦେଖାଇଲେଣି ସୁଜାତା, ସାବଧାନ ନେତା 🔴 ଓଡ଼ିଶାର ୭୧ ସରକାରୀ ହାଇସ୍କୁଲରେ ଆରମ୍ଭ ହେବ +୨ ପାଠପଢା