Masthead

ଦ୍ରୁତ ଗତିରେ ମାଡି ଆସିଲା..ଲୋକଙ୍କ ଚଢେଇ ଚାଲିଗଲା

କୋରେଇ (ବଡ଼ ଖବର ବ୍ୟୁରୋ): ଯାଜପୁର ଜିଲ୍ଲା ୨୦ନଂ ଜାତୀୟ ରାଜପଥର ନୂଆଗଡ ଗୋଲେଇ ଛକ ନିକଟରେ କାର ଦୁର୍ଘଟଣାରେ ଜଣେ ମହିଳା ମୃତ ଓ ଅନ୍ୟ ୭ଜଣ ଆହତ। ଆହତଙ୍କ ମଧ୍ୟରୁ ଦୁଇଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। ସୂଚନା ମୁତାବକ କୋରେଇ ଥାନା ନୂଆଗଡ ଗୋଲେଇ ଛକ ନିକଟରେ ଏକ କାର ଦୁର୍ଘଟଣାରେ ଜଣେ ମହିଳା ସମେତ ୮ଜଣ ଆହତ ହୋଇ ଦାନଗଦି ମେଡିକାଲକୁ ଆସିଥିଲେ। ମୃତକ ହେଲେ କୋରେଇ ଥାନା ବଳଦିଆ ଗ୍ରାମର ମମତା ସାମଲ ।

ଗୁରୁତର ଆହତ ଥିବା ଅଂଶୁ ଚୌଧୁରୀ ଓ ପିଙ୍କି ମାଝୀଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟ ଆହତ ମାନେ ଦାନଗଦି ମେଡିକାଲରେ ଭର୍ତ୍ତି ହୋଇ ଏବେ ଚିକିତ୍ସାଧିନ ଅବସ୍ଥାରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ଆକାଶ ମଲ୍ଲିକ ଓ ପୂଜା ମଲ୍ଲିକଙ୍କୁ ଜିଲ୍ଲା ମୁଖ୍ୟ ସ୍ବାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ଆହତ ବ୍ୟକ୍ତିମାନଙ୍କ କହିବା ମୁତାବକ ଏକ କାର ଭାରସାମ୍ୟ ହରାଇ ସେମାନଙ୍କ ଉପରକୁ ମାଡି ଆସିଥିଲା। ତେବେ ଦୁର୍ଘଟଣଶର ସମ୍ମୁଖୀନ ହୋଇଥିବା ଲୋକେ ବ୍ୟାସନଗର ସହରକୁ କାଳିପୂଜା ଦେଖିବାକୁ ଆସିଥିଲେ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା 🔴 ଭୁବନେଶ୍ୱରରେ ହେବ ଭିସା ସେଣ୍ଟର 🔴 ମଣ୍ଡେଇ ମହୋତ୍ସବରେ ମନ୍ତ୍ରୀ-ବିଧାୟକ ମୁହାଁମୁହିଁ 🔴 କଂଗ୍ରେସ ସହ ଅଛି, ଥିଲି, ରହିବି…ମୋକିମ 🔴 ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା 🔴 ଦୁଇ ସପ୍ତାହ କଲବଲ କରିବ ଜାଡ଼ 🔴 ବିଦ୍ୟାଳୟରୁ ତାଲା ଭାଙ୍ଗି ଲୁଟ୍ 🔴 ଅଡୁଆରେ ବାଣପୁର ଥାନା ପୋଲିସ 🔴 ବିପଦରେ ମେଘନାଦ ପାଚେରି 🔴 ଦିଲ୍ଲୀ ବିସ୍ଫୋରଣ ଘଟଣା, ଓଡ଼ିଶା ଲିଙ୍କ୍‌ 🔴 କଲବଲ କରୁଛି ପ୍ରବଳ ଥଣ୍ଡା