Masthead

ଆଜି ବହୁ ହେଭିୱେଟ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଓ ଦେଶରେ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଚାଲିଛି ମତଦାନ । ଆଜି ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର ୯୬ଟି ଆସନରେ ଚାଲିଛି ଭୋଟିଂ। ଏହି ପର୍ଯ୍ୟାୟରେ ମୋଟ୍ ୧୭୧୭ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ଆନ୍ଧ୍ରପ୍ରଦେଶର ମୋଟ୍ ୨୫ ଓ ତେଲେଙ୍ଗାନାର ମୋଟ୍ ୧୭ଟି ଆସନ ସମେତ ଉତରପ୍ରଦେଶର ୧୩ଟି , ମହାରାଷ୍ଟ୍ରର ୧୧ଟି, ପଶ୍ଚିମବଙ୍ଗର ୮ଟି, ବିହାରର ୫ଟି, ଓଡ଼ିଶା ଓ ଝାଡ଼ଖଣ୍ଡର ୪ଟି ଲେଖାଏଁ ଏବଂ ଜମ୍ମୁ କାଶ୍ମୀରର ଗୋଟିଏ ଆସନରେ ମତଦାନ କରାଯିବ । ଆଜି ବହୁ ହେଭିୱେଟ୍‌ଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଭୋଟର ।

ଏଆଇଏମଆଇଏମ ମୁଖ୍ୟ ଅସାଦୁଦ୍ଦିନ ଓଏସୀଙ୍କ ଭାଗ୍ୟ ପରୀକ୍ଷା । ଭୋଟ୍‌ ବାକ୍ସରେ ବନ୍ଦ ହେବ ଏସପି ମୁଖ୍ୟ ଅଖିଳେଶଙ୍କ ଭାଗ୍ୟ । ସେହିପରି ଟଏମସିର ମହୁଆ ମୈତ୍ର, ଶତ୍ରୁଘ୍ନ ସିହ୍ନା, ୟୁସୁଫ ପଠାନଙ୍କ ଭାଗ୍ୟ ପରୀକ୍ଷା । ବିଜେପିର ଗିରିରାଜ ସିଂ ଓ ଜେଡିୟୁର ଲଲନ ସିଂଙ୍କ ଭାଗ୍ୟ ପରୀକ୍ଷା । ଆନ୍ଧ୍ର ପ୍ରଦେଶ କଂଗ୍ରେସ ମୁଖ୍ୟ ୱାଇଏସ୍‌ ଶର୍ମିଳାଙ୍କ ଭାଗ୍ୟ ପରୀକ୍ଷା । ବିଜେପିର ଅର୍ଜୁନ ମୁଣ୍ଡା ଓ ମାଧବୀଲତାଙ୍କ ଭାଗ୍ୟ ପରୀକ୍ଷା । ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୧୭.୭ କୋଟି ମତଦାତା ୯୨ ହଜାର ମତଦାନ କେନ୍ଦ୍ରକୁ ଯାଇ ମତ ସାବ୍ୟସ୍ତ କରିବେ । ଏହି ମତଦାତା ମାନଙ୍କ ମଧ୍ୟରେ ୮.୯୭ କୋଟି ପୁରୁଷ ଏବଂ ୮.୭୩ କୋଟି ମହିଳା ରହିଛନ୍ତି । ସେହିପରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ନିୟୋଜିତ ରହିଛନ୍ତି ୧୯ଲକ୍ଷ ପୋଲିଂ ଅଧିକାରୀ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼