Masthead

କରଞ୍ଜିଆରେ ବାଘ ଆତଙ୍କ

କରଞ୍ଜିଆ (ବଡ଼ ଖବର ବ୍ୟୁରୋ): କରଞ୍ଜିଆ ବନଖଣ୍ଡ ଅଧିନ ଠାକୁରମୁଣ୍ଡା ରେଞ୍ଜ ଅଞ୍ଚଳର କାଳିଆଜିଆଣୀ ଗାଁ ନିକଟ ସଂରକ୍ଷିତ ଜଙ୍ଗଲକୁ ଶିମିଳିପାଳ କୋର ଏରିଆରୁ ଏକ ମହାବଳ ବାଘ ଚାଲି ଆସିଥିବାରୁ ବାଘକୁ ନେଇ ଠାକୁରମୁଣ୍ଡା ଅଞ୍ଚଳରେ  ଭୟ ଲାଗି ରହିଛି । ତେବେ ବର୍ତ୍ତମାନ ସୁଦ୍ଧା କେହି ବାଘକୁ ନ ଦେଖିଥିଲେ ମଧ୍ୟ ବାଘର ପାଦ ଚିହ୍ନ ହିଁ ଅଞ୍ଚଳରେ ତାର ଗତିବିଧି ସଂକ୍ରାନ୍ତରେ ସ୍ପଷ୍ଟ ପ୍ରମାଣ ଦେଇଛି । ଯାହାକୁ ନେଇ ବିଶେଷ କରି ହାତୀ ଘୋଡା ଓ ସାଲେଇବେଡା ପଞ୍ଚାୟତର ଆଖପାଖ ଗ୍ରାମଗୁଡିକରେ କୋକୁଆ ଭୟ ଅଧିକ ଦେଖାଯାଇଛି।

ଗାଁ ମୁହାଁ ହୋଇ ବାଘ ଆସିଥିବାର ଖବର ପାଇବା ପରେ ସମ୍ପୃକ୍ତ ଅଞ୍ଚଳରେ ବନକର୍ମଚାରୀମାନେ ପହଞ୍ଚି ସ୍ଥିତିକୁ ନିୟମିତ ଅନୁଧ୍ୟାନ କରୁଛନ୍ତି । ତେବେ ବନ ବିଭାଗର କହିବା ଅନୁଯାୟୀ ବାଘର ଗତିବିଧି ନଜର ରଖିବା ପାଇଁ ଜଙ୍ଗଲରେ ୨୦ ରୁ ଉର୍ଦ୍ଧ୍ବ କେମେରା ଲଗା ଯାଇଛି । ଗତକାଲି ଠାରୁ ବାଘ ବୁଲୁଥିବା ଅଞ୍ଚଳରେ ଡାକବାଜି ଦ୍ୱାରା ଲୋକଙ୍କୁ ସଚେତନ କରିବାର କାର୍ୟ୍ୟକ୍ରମ ଆରମ୍ଭ କରିଛି ବନ ବିଭାଗ । ଅନ୍ୟପଟେ ବନ ବିଭାଗର କର୍ମଚାରୀ ଓ ବାଘଙ୍କ ସୁରକ୍ଷା ପାଇଁ ରହିଥିବା ବିଭିନ୍ନ ବ୍ୟବସ୍ଥା ଜରିଆରେ ବାଘର ଗତିବିଧିକୁ ନେଇ ଏକ ସ୍ୱତନ୍ତ୍ର ଟିମ କାର୍ୟ୍ୟ କରୁଥିବା ନେଇ ସୂଚନା ଦେଇଛନ୍ତି କରଞ୍ଜିଆ ଡ଼ିଏଫଓ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି