Masthead

୧୯ରେ ଲଘୁଚାପ ସମ୍ଭାବନା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଦାନା ବାନ୍ଧିଲାଣି ଲଘୁଚାପ । ଉତ୍ତର ଥାଇଲାଣ୍ଡ ଉପରେ ଗୋଟିଏ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ୧୮ ତାରିଖ ସନ୍ଧ୍ୟା ସୁଦ୍ଧା ଏହା ଆଣ୍ଡାମାନ ସାଗରକୁ ଚାଲି ଆସିଥିବ । ଆସନ୍ତା ୧୯ରେ ଉତ୍ତର ଆଣ୍ଡାମାନ ସାଗରରେ ଲଘୁଚାପ ସମ୍ଭାବନା ରହିଛି ।  ଧୀରେଧୀରେ ଏହା ଆହୁରି ଘନୀଭୂତ ହେବା ସହ ପରବର୍ତ୍ତୀ ୩-୪ ଦିନ ଭିତରେ ପଶ୍ଚିମ-ଉତ୍ତର ପଶ୍ଚିମ ଦିଗରେ ଗତି କରି ଉତ୍ତର ଆନ୍ଧ୍ର-ଦକ୍ଷିଣ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବା ସମ୍ଭାବନା ଅଛି । ଭାରତୀୟ ପାଣିପାଗ ବିଜ୍ଞାନ ବିଭାଗ (ଆଇଏମ୍‌ଡି) ଏଭଳି ପୂର୍ବାନୁମାନ ଦେଖାଇଛି ।

ସମ୍ଭାବ୍ୟ ଲଘୁଚାପ ଓଡ଼ିଶାରେ ପ୍ରବଳ ବର୍ଷା କରାଇବ । ବିଶେଷ କରି ଉପକୂଳ ଅଞ୍ଚଳ ଏବଂ ପାଶ୍ୱର୍ବର୍ତ୍ତୀ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ । ୨୩ରୁ ଓଡ଼ିଶାରେ ବର୍ଷା ପ୍ରକୋପ ବଢ଼ିବ । ୨୬ ଯାଏଁ ବର୍ଷା ଲାଗି ରହିପାରେ । ବର୍ତ୍ତମାନର ଆକଳନ ଅନୁସାରେ ସମ୍ଭାବ୍ୟ ଲଘୁଚାପ ଘନୀଭୂତ ହୋଇ ଗଭୀର ଅବପାତ ରୂପ ନେବା ନେଇ ସଙ୍କେତ ମିଳୁଛି । ୨୪ରୁ ୨୬ ତାରିଖ ଭିତରେ ଏହା ଉତ୍ତର ଆନ୍ଧ୍ର, ସମଗ୍ର ଓଡ଼ିଶା ଉପକୂଳ କିମ୍ବା ପଶ୍ଚିମବଙ୍ଗର ଦୀଘା ନିକଟରେ ସ୍ଥଳଭାଗରେ ପ୍ରବେଶ କରିପାରେ । ସେପଟେ ବାତ୍ୟା ଚର୍ଚ୍ଚା ଭିତରେ ଆଇଏମଡି ଡିଜି ସ୍ପଷ୍ଟୀକରଣ ରଖିଛନ୍ତି। ଆଇଏମଡି ବାତ୍ୟାର ପୂର୍ବାନୁମାନ କରିନି। ୧୯ ତାରିଖରେ ଏକ ଲଘୁଚାପ ସୃଷ୍ଟି ହୋଇପାରେ ବୋଲି କହିଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର। ଓଡ଼ିଶାରେ ବର୍ଷାର ପରିମାଣ ବଢ଼ିପାରେ। ୨୩ ତାରିଖରୁ ବର୍ଷା ବଢ଼ିପାରେ। ବାତ୍ୟା ହେବ ନା ଅବପାତର ରୂପ ନେବ ଆକଳନ କରାଯାଇନଥିବା ସୂଚନା ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ 🔴 ୧୯ରେ ଲଘୁଚାପ ସମ୍ଭାବନା 🔴 ପାଣିପାଗ ଆକଳନରେ ଆହୁରି ସଶକ୍ତ ହେବ ଓଡିଶା 🔴 ମଝି ସମୁଦ୍ରରେ ଭାରତ-ପାକିସ୍ତାନ ମୁହାଁମୁହିଁ 🔴 ଆମେରିକାରେ ହେଲିକପ୍ଟର କ୍ରାସ୍, ୩ ମୃତ 🔴 ମୂର୍ତ୍ତି ବିସର୍ଜନ ବେଳେ ୨ ଛାତ୍ର ମୃତ 🔴 ଆସୁଛି ବଡ଼ ବର୍ଷା! 🔴 ଜେଲ୍ ରୁ ମୁକୁଳି ପାରିବେନି ଦାରା ସିଂ! 🔴 ୨ ହଜାରରୁ କମ୍ UPI ଦେଣନେଣ ଦେୟମୁକ୍ତ 🔴 ଖଟିଆରେ ବୁହା ହେଲା ଦୁଇ ଭାଇଙ୍କ ମୃତଦେହ 🔴 ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ୩ ବାତ୍ୟାର ଆଶଙ୍କା, ଗୋଟିଏ ନେଇ ପାରେ ଶକ୍ତିଶାଳୀ ରୂପ