Masthead

ବାପାଙ୍କୁ ଦେଖିବାକୁ ଆସିନଥିଲେ ଆଉ ଏବେ ଭୋଟ ପାଇଁ…

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):  ଉପ ନିର୍ବାଚନ ପାଇଁ କମ୍ପୁଛି ନୂଆପଡା । ହେବି ୱେଟ୍‌ଙ୍କ ପ୍ରଚାର ଭିତରେ ବଢ଼ିବାରେ ଲାଗିଛି ଆରୋପ, ପ୍ରତିଆରୋପ । ଏହାରି ଭିତରେ ସକାଳୁ ସକାଳୁ ସାମ୍ବାଦିକ ସମ୍ମିଳନୀ କରି ନବୀନ ପଟ୍ଟନାୟକଙ୍କ କଟାକ୍ଷର ଜବାବ ରଖିଛନ୍ତି ବିଜେପି ପ୍ରାର୍ଥୀ ଜୟ ଢୋଲକିଆ । କହିଛନ୍ତି, ରାଜେନ୍ଦ୍ର ଢୋଲକିଆ ମେଡିକାଲରେ ଥିଲା ବେଳେ ଆସିନଥିଲେ ନବୀନ। ଏବେ ଭୋଟ୍ ପାଇଁ ଆସିଛନ୍ତି ନୂଆପଡ଼ା। ଆଜି କିଛି ଏଭଳି ଭାବେ ସିଧା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ କଡ଼ା ସମାଲୋଚନା କରିଛନ୍ତି ଜୟ ଢୋଲକିଆ।

ଗତକାଲି ନୂଆପଡ଼ାରେ ନିର୍ବାଚନୀ ପ୍ରଚାର ପାଇଁ ଯାଇଥିବା ବେଳେ ନବୀନ ବିଜେପିକୁ ସମାଲୋଚନା କରିବା ସହ ଜୟଙ୍କୁ ନିଶାନା କରିଥିଲେ। ପ୍ରାର୍ଥୀ ଚୋରି କରିଥିବା ଅଭିଯୋଗ କରିଥିଲେ। ଯାହାର ଜବାବ ଦେବା ସହ ନବୀନଙ୍କ ଉପରେ ପାଲଟା ଅଭିଯୋଗ ଲଗାଇଛନ୍ତି ଜୟ। ବାପା ହସ୍ପିଟାଲରେ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଥିଲେ, ସେତେବେଳେ ଥରେ ବି ସେ ଦେଖିବାକୁ ଆସିନଥିଲେ। ତାଙ୍କ ରଣନୀତି କଣ ଥିବ ସେଥିପାଇଁ ନବୀନ ଏମିତି କହିଥାଇପାରନ୍ତି। ନୂଆପଡ଼ାବାସୀ ସବୁ କଥା ଭଲ ଭାବେ ବୁଝିଛନ୍ତି ବୋଲି କହିଛନ୍ତି ଜୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା