‘ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ):   ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିବା ସହ କଡ଼ା ଜବାବ୍ ଦେଇଛନ୍ତି। ସେ କହିଛନ୍ତି, ମିଛ ପ୍ରତିଶ୍ରୁତି ନୁହେଁ ୫୦୦ ଦିନର ସରକାର ଉପରେ ଭରସା ଓ ବିଶ୍ୱାସର ଭୋଟ ଦେବେ ନୂଆପଡ଼ାବାସୀ। ଡବଲ ଇଂଜିନ, କ୍ୟାପଟେନ ଫିଟ୍ ବିଜେପିକୁ ହିଁ ବାଛିବେ, ପଦ୍ମଫୁଲରେ ଭୋଟ ଦେବେ। ଏହାସହ ନବୀନଙ୍କ ୨୪ବର୍ଷର ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ  ।  ଯିଏ ମିଶନ ଶକ୍ତି ମହିଳାଙ୍କ ସହ ପ୍ରତିକଥାରେ ବିଶ୍ବାସଘାତ କରିଛି ତାର ଜବାବ ନିର୍ବାଚନରେ ସୁଭଦ୍ରା ଭଉଣୀମାନେ ଦେବେ ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ପ୍ରଭାତି ପରିଡ଼ା ।

ଗତକାଲି ନିର୍ବାଚନୀ ପ୍ରଚାର ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାଙ୍କ ସହ ବେଇମାନୀ ହୋଇଥିବା କଥା କହିଥିଲେ । ଯାହାକୁ ନେଇ ଜୋର ଧରିଛି ରାଜନୀତି।  ଏଥିସହ ସେ କହିଛନ୍ତି ମିଛ ପ୍ରତିଶ୍ରୁତି ନୁହେଁ ୫୦୦ ଦିନର ସରକାର ଉପରେ ଭରସା ଓ ବିଶ୍ୱାସର ଭୋଟ ଦେବେ ନୂଆପଡ଼ାବାସୀ । ଡବଲ ଇଂଜିନ, କ୍ୟାପଟେନ ଫିଟ୍ ବିଜେପିକୁ ହିଁ ବାଛିବେ, ପଦ୍ମଫୁଲରେ ଭୋଟ ଦେବେ । ପ୍ରଭାତୀ ପରିଡ଼ା ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି କହିଛନ୍ତି, ବିଶ୍ୱାସଘାତକତା କଣ ଏବେ ବୋଧେ ଛାମୁଙ୍କୁ ଲାଗିଲା ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ