Masthead

କାଣି ନଦୀରେ ଧସିଲା ବନ୍ଧ

ଦଶରଥପୁର (ବଡ଼ ଖବର ବ୍ୟୁରୋ): ଲଗାଣ ବର୍ଷା ଯୋଗୁଁ ଧସିଲା ବୈତରଣୀ ନଦୀ ବନ୍ଧ । କାଲି ରାତି ୯ ଘଟିକା ସମୟରେ ଦୁଦୁରାଅଣ୍ଟା ପଞ୍ଚାୟତ କୁଅଁରସାହି ନିକଟରେ ୫୦ ଫୁଟ ରୁ ଅଧିକ ଧସିଲା ବୈତରଣୀ ନଦୀ ବନ୍ଧ । ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଂଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଧସିଥିବା ସ୍ଥାନରେ ବାଲିବସ୍ଥା ପକାଯାଇଛନ୍ତି । ବୈତରଣୀ ନଦୀରେ ଜଳସ୍ତର ଅଧିକ ଥିବାରୁ ନଦୀକୁଳିଆ ଲୋକଙ୍କ ମନରେ ଭୟ ସୃଷ୍ଟି ହୋଇଛି ।

ଘଟଣାସ୍ଥଳରେ ମଙ୍ଗଳପୁର ଥାନା ର ଆଇଆଇସି ଭୁବନ କୁମାର ସେଠୀଙ୍କ ନିର୍ଦ୍ଦେଶ କ୍ରମେ ଗତକାଲି ରାତିଠୁ ବୈତରଣୀ ନଦୀ ବନ୍ଧ ଉପରେ ସୁରକ୍ଷ୍ୟା ବ୍ୟବସସ୍ଥା କରାଯାଇଛି । ଲଗାଣ ବର୍ଷା ଦ୍ବିଗୁଣ ବଢ଼ାଇଦେଇଛି ଦଶରଥପୁର ଅଞ୍ଚଳବାସୀଙ୍କ ଦୁଃଖ । ଯାହାଫଳ ରେ କେଉଁଠି ନଦୀ ବନ୍ଧର ଅତଡ଼ା ଖସି ବନ୍ଧ ଧସୁଛି ତ ଆଉ କେଉଁଠି ନଦୀ ବନ୍ଧ ବୁଡି ଗାଁ କୁ ବନ୍ୟା ଜଳ ପ୍ରବାହିତ ହେଉଛି । ଦଶରଥପୁର ରେ ଏବେ ୨୦ ରୁ ଅଧିକ ପଞ୍ଚାୟତ ଜଳବନ୍ଧୀ ଅବସ୍ଥାରେ ଅଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ 🔴 ଲସ୍କର-ଏ-ତୋଏବାର ଆତଙ୍କୀ ମହମ୍ମଦ ଆସିଫ ନିହତ 🔴 ଭକ୍ତଙ୍କ ପାଇଁ ଖୋଲିଲା ଶ୍ରୀଗୁଣ୍ଡିଚା ମନ୍ଦିର; ୩ ଦିନ ସମ୍ପୂର୍ଣ୍ଣ ମାଗଣା ଦର୍ଶନ 🔴 ନବନିର୍ମାଣ କୃଷକ ସଂଗଠନର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା 🔴 ପୁରୀରେ ଖଜା ଗୋଦାମରେ ରେଡ୍ 🔴 ହନୁମାନ ଛକରେ ଗୁଳିକାଣ୍ଡ 🔴 ଘାଇ ଆଣିଲା ବିପଦ 🔴 ‘ନିଆଳିରେ ୨୭୫ ଅପମିଶ୍ରିତକାରୀଙ୍କ ନାଁରେ ଏତଲା’ 🔴 ସୋରୋରେ ବନ୍ୟା ସ୍ଥିତି 🔴 ଆସୁଛି ଆଉ ଏକ ଲଘୁଚାପ 🔴 ଆଣ୍ଡାମାନ ସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ