ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରିବା ସହ କଡ଼ା ଜବାବ୍ ଦେଇଛନ୍ତି। ସେ କହିଛନ୍ତି, ମିଛ ପ୍ରତିଶ୍ରୁତି ନୁହେଁ ୫୦୦ ଦିନର ସରକାର ଉପରେ ଭରସା ଓ ବିଶ୍ୱାସର ଭୋଟ ଦେବେ ନୂଆପଡ଼ାବାସୀ। ଡବଲ ଇଂଜିନ, କ୍ୟାପଟେନ ଫିଟ୍ ବିଜେପିକୁ ହିଁ ବାଛିବେ, ପଦ୍ମଫୁଲରେ ଭୋଟ ଦେବେ। ଏହାସହ ନବୀନଙ୍କ ୨୪ବର୍ଷର ବିଶ୍ବାସଘାତକତାର ଜବାବ ଦେବାକୁ ପ୍ରସ୍ତୁତ ହେଉଛନ୍ତି ନୂଆପଡ଼ାବାସୀ । ଯିଏ ମିଶନ ଶକ୍ତି ମହିଳାଙ୍କ ସହ ପ୍ରତିକଥାରେ ବିଶ୍ବାସଘାତ କରିଛି ତାର ଜବାବ ନିର୍ବାଚନରେ ସୁଭଦ୍ରା ଭଉଣୀମାନେ ଦେବେ ବୋଲି ସୋସିଆଲ ମିଡିଆରେ ଲେଖିଛନ୍ତି ପ୍ରଭାତି ପରିଡ଼ା ।

ଗତକାଲି ନିର୍ବାଚନୀ ପ୍ରଚାର ବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ, ତାଙ୍କ ସହ ବେଇମାନୀ ହୋଇଥିବା କଥା କହିଥିଲେ । ଯାହାକୁ ନେଇ ଜୋର ଧରିଛି ରାଜନୀତି। ଏଥିସହ ସେ କହିଛନ୍ତି ମିଛ ପ୍ରତିଶ୍ରୁତି ନୁହେଁ ୫୦୦ ଦିନର ସରକାର ଉପରେ ଭରସା ଓ ବିଶ୍ୱାସର ଭୋଟ ଦେବେ ନୂଆପଡ଼ାବାସୀ । ଡବଲ ଇଂଜିନ, କ୍ୟାପଟେନ ଫିଟ୍ ବିଜେପିକୁ ହିଁ ବାଛିବେ, ପଦ୍ମଫୁଲରେ ଭୋଟ ଦେବେ । ପ୍ରଭାତୀ ପରିଡ଼ା ନବୀନ ପଟ୍ଟନାୟକଙ୍କୁ କଟାକ୍ଷ କରି କହିଛନ୍ତି, ବିଶ୍ୱାସଘାତକତା କଣ ଏବେ ବୋଧେ ଛାମୁଙ୍କୁ ଲାଗିଲା ।

