Masthead

ବିଧାୟକଙ୍କୁ ବିରୋଧ…ଗୋଟେ ପଟେ ବାଇକ ରାଲି, ଅନ୍ୟପଟେ ଶପଥ ପାଠ

ସୋର (ବଡ଼ ଖବର ବ୍ୟୁରୋ): ବାଲେଶ୍ୱର ବିଜେଡିରେ ଗୋଷ୍ଠୀକନ୍ଦଳ । ଗୋଟିଏ ଦିନରେ ୨ଟି ପଦଯାତ୍ର । ବିଧାୟକ ପର୍ଶୁରାମ ଧଡାଙ୍କୁ ହରାଇବା ପାଇଁ ଅସନ୍ତୁଷ୍ଟ କର୍ମୀଙ୍କ ପଦଯାତ୍ର ଓ ବାଇକ ରାଲି କରିଥିବା ବେଳେ ଅନ୍ୟପଟେ ପର୍ଶୁରାମଙ୍କ ସମର୍ଥକମାନେ ତାଙ୍କୁ ଜିତାଇବା ପାଇଁ ସମର୍ଥକଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି । କିଛି ଦିନ ପୂର୍ବରୁ କେନ୍ଦୁଝରରେ ମଧ୍ୟ ପର୍ଶୁରାମ ଧଡାଙ୍କୁ ବିରୋଧ କରାଯାଇଥିବା ଦେଖିବାକୁ ମିଳିଥିଲା । ୧୨ ତାରିଖରେ ଘଟଗାଁ ତାରିଣୀ ମନ୍ଦିରରେ ବିଧାୟକଙ୍କୁ ବିରୋଧ କରି ତାଙ୍କୁ ଆଗାମୀ ନିର୍ବାଚନରେ ହରାଇବା ପାଇଁ ଶପଥ ପାଠ କରାଇଥିଲେ ।

ନିର୍ବାଚନ ଯେତେ ପାଖେଇ ଆସୁଛି ରାଜନୈତିକ ଉଷ୍ମତା ସେତେ ଜୋର ଧରୁଛି । ବିଧାୟକଙ୍କୁ ବିରୋଧ କରି ଗୋଟେପଟେ ବାଇକ ରାଲି ଅନ୍ୟପଟେ ମନ୍ଦିରରେ ଦୀପଦାନ । ବିଧାୟକ ପର୍ଶୁରାମଙ୍କର ସମର୍ଥକ ମାନେ ହଜାର ହଜାର ସଂଖ୍ୟାରେ ସୋର ରେଳ ଷ୍ଟେସନ ନିକଟରୁ ଏକ ବାଇକରାଲି ବାହାରି ସୋର ବ୍ଲକ ସାଜନପୁର ପଞ୍ଚାୟତ ଶିରାପୁର ଠାରେ ଥିବା ମାଆ ଦାଣ୍ଡଖେଳାଇ ମନ୍ଦିରରେ ବିଧାୟକଙ୍କ ପାଇଁ ପୂଜାର୍ଚନା କରିଥିଲେ ।

ଏଥିସହିତ ବିଧାୟକ ଓ ମୁଖ୍ୟମନ୍ତ୍ରୀଙ୍କର ଦୀର୍ଘାୟୁ କାମନା କରିବା ସହିତ ଆଗାମୀ ନିର୍ବାଚନରେ ଓଡ଼ିଶାରେ ବିଜେଡି ସରକାର ଓ ସୋରରେ ପର୍ଶୁରାମ ଧଡ଼ା ତୃତୀୟ ଥର ପାଇଁ ବିଧାୟକ ଭାବେ ବିଜୟ ଲାଭ କରିବା ପାଇଁ ସମର୍ଥକ ମାନେ ଶିରାପୁର ସ୍ଥିତ ଦାଣ୍ଡ ଖେଳାଇ ମନ୍ଦିରରେ ଚଣ୍ଡୀ ପାଠ ଦୀପଦାନ ଓ ଶପଥ ପାଠ କରିଥିଲେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ 🔴 ପ୍ରସନ୍ନ ଯିବେ ବିଜେପି!, ଚର୍ଚ୍ଚା ବଢାଇଲା କେକ୍ 🔴 ବନ୍ୟା ପାଣିରେ ଭାସି ବୃଦ୍ଧ ନିଖୋଜ 🔴 ୨୪ ଘଣ୍ଟା ପ୍ରବଳ ବର୍ଷା 🔴 ମୋ ପାଇଁ ଛୁଆଙ୍କୁ ଲଗାଇଛନ୍ତି ନବୀନ: ଧର୍ମେନ୍ଦ୍ର ପ୍ରଧାନ 🔴 ବୈତରଣୀରେ ବଢ଼ୁଛି ପାଣି, ପୁଣି ଡରାଇଲା ବନ୍ୟା 🔴 ଓଡ଼ିଶା ଜଙ୍ଗଲରେ ଅସୁରକ୍ଷିତ କି ‘ବାଘ’? 🔴 ଲିଫ୍ଟ ମନା କରିବା ପଡ଼ିଲା ମହଙ୍ଗା 🔴 ଆଜି ସୃଷ୍ଟି ହେବ ଲଘୁଚାପ, ୧୧ ଯାଏଁ ପ୍ରବଳ ବର୍ଷା 🔴 ବିଜୟଙ୍କ ଛାଡ଼ପତ୍ର ମାମଲାରେ ବଡ଼ ଟ୍ୱିଷ୍ଟ 🔴 ବ୍ରିକ୍ସ ବୈଠକ, ୩ ଦେଶକୁ ବଡ଼ ସହଯୋଗ ଘୋଷଣା କଲା ଭାରତ