Masthead

ଇଡି ରିମାଣ୍ଡରେ ଅଲ୍‌ ଫଲାହ ପ୍ରତିଷ୍ଠାତା

ନୂଆଦିଲ୍ଲୀ (ବଡ଼ ଖବର ବ୍ୟୁରୋ): ଦିଲ୍ଲୀ ବିସ୍ଫୋରଣ ପରେ ସ୍କାନରରେ ଅଛି ଫରିଦାବାଦର ଅଲ୍‌ ଫଲାହ ୟୁନିଭର୍ସିଟିଅଲ ଫଲାହ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠାତା ଗିରଫ । ଜୱାଦ ଅହମ୍ମଦ ସିଦ୍ଦିକିଙ୍କୁ ଗିରଫ କଲା ଇଡି । ଆର୍ଥିକ ଠକେଇ ମାମଲାରେ ଗିରଫ କରିଛି ଇଡି । ୧୩ ଦିନିଆ ଇଡି ରିମାଣ୍ଡରେ ଗଲେ ଅଲ୍‌ ଫଲାହ ପ୍ରତିଷ୍ଠାତା । ଡିସେମ୍ବର ୧ ତାରିଖ ଯାଏଁ ଇଡି ରିମାଣ୍ଡରେ ରହିବେ ସିଦ୍ଦିକି । ବିଶ୍ୱବିଦ୍ୟାଳୟ ପରିସରରେ ଖୋଳତାଡ଼ ଓ ଯାଞ୍ଚ ପରେ ମିଳିଥିବା ପ୍ରମାଣକୁ ଆଧାର କରି ଜୱାଦଙ୍କୁ ଗିରଫ କରାଯାଇଛି ।

ଆଜି ସକାଳେ ତାଙ୍କ ବାସଭବନରେ ମଧ୍ୟ ଚଢାଉ କରିଥିଲା ଇଡି । ମନି ଲଣ୍ଡ୍ରିଂରେ ଆସୁଥିବା ଟଙ୍କା ଆତଙ୍କୀ ଗତିବିଧି ଓ ଲାଲକିଲ୍ଲା ବିସ୍ଫୋରଣରେ ନିୟୋଜିତ ହୋଇଥିଲା କି ନାହିଁ ତାହାର ଯାଞ୍ଚ କରୁଛି ତଦନ୍ତକାରୀ ଟିମ୍ । ଯାଞ୍ଚରେ କୋଟିଏ ଟଙ୍କାର ଆର୍ଥିକ ହେରଫେର ମାମଲା ସାମ୍ନାକୁ ଆସିଥିଲା । ୪୮ ଲକ୍ଷରୁ ଅଧିକ ଟଙ୍କା ଓ ଡିଜିଟାଲ ପ୍ରମାଣ ହାସଲ କରିଛି ଇଡି । ଏହି ଚଢ଼ାଉ ସମୟରେ ବିଶ୍ୱବିଦ୍ୟାଳୟରେ ଅନେକ ଅନିୟମିତତା ଘଟଣା ସାମ୍ନାକୁ ଆସିଛି । ଜୱାଦଙ୍କ ନାଁରେ ଆର୍ଥିକ ହେରଫେରକୁ ମାମଲା ରୁଜୁ କରିଥିଲା ଦିଲ୍ଲୀ କ୍ରାଇମବ୍ରାଞ୍ଚ । ଅଧିକ ପଚରାଉଚରା ପାଇଁ ହେପାଜତକୁ ନେଲା ଇଡି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼ 🔴 ୩୦ରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ 🔴 ଆପ ଛାଡିଲେ ରାଘବ ଚଡ୍ଡା 🔴 ଆଜି ଉପକୂଳରେ ୪୫ ଡିଗ୍ରି ଟପିପାରେ ପାରଦ 🔴 ବଲାଙ୍ଗିର ଯିବେ ମୁଖ୍ୟମନ୍ତ୍ରୀ 🔴 ପ୍ରେମିକ ସାଜିଲା ସଇତାନ 🔴 ପ୍ଲଟ୍‌ ବ୍ୟବସାୟୀଙ୍କ ହତ୍ୟା ଘଟଣା, ମାଷ୍ଟରମାଇଣ୍ଡ ପୁତୁରା ଓ ଝିଆରୀ 🔴 ଶୁକ୍ରବାର ଆଲୋଚନା ହେବାର ସମ୍ଭାବନା: ଟ୍ରମ୍ପ 🔴 ରେକର୍ଡ ଭାଙ୍ଗିଲା ତାତି, ୨୫ ସ୍ଥାନରେ ତାମପାତ୍ରା ୪୦ ଡିଗ୍ରି 🔴 ପଶ୍ଚିମବଙ୍ଗ-ତାମିଲନାଡୁରେ ଭୋଟ୍ 🔴 ଜନଗଣନା ବେଳେ ଅଧିକାରୀଙ୍କୁ ନିସ୍ତୁକ ମାଡ଼