Masthead

୩ ମୁଖ୍ୟମନ୍ତ୍ରୀଙ୍କୁ ମାଓନେତାର ନିବେଦନ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ନକ୍ସଲ ପନ୍ଥିଙ୍କ ପିଏଲଜିଏ ବାହିନୀ ଗଠନର ୨୫ ବର୍ଷ ପାଳନ କରିବା ନିମନ୍ତେ ଏକ ପ୍ରେସ ବିଜ୍ଞପ୍ତି ଜାରି କରିଛନ୍ତି । ୧୬ ପୃଷ୍ଠାର ଏହି ପୁସ୍ତିକାରେ ମାଓ ସଂଗଠନ ଲେଖିଛି ଯେ ଗତ ୧୧ ମାସ ମଧ୍ୟରେ ୩୨୦ ଜଣ ନକ୍ସଲପନ୍ଥିଙ୍କୁ ହତ୍ୟା କରାଯାଇଛି । ସୁରକ୍ଷା ବାହିନୀର ଗୁଳିରେ ନିହତ ନକ୍ସଲଙ୍କ ମଧ୍ୟରେ ୧୮୩ ଜଣ ପୁରୁଷ ଏବଂ ୧୧୭ ଜଣ ମହିଳା ମାଓବାଦୀ ଅଛନ୍ତି । ଦଣ୍ଡକାରଣ୍ୟ ଅଞ୍ଚଳରେ ସର୍ବାଧିକ ୨୪୩ ଜଣ ମାଓବାଦୀ ନିହତ ହୋଇଥିବା ଉଲ୍ଲେଖ ରହିଛି ।

ବିହାର ଓ ଝାଡ଼ଖଣ୍ଡରେ ୨୨ ଜଣ, ଆସାମରେ ଜଣେ, ଓଡ଼ିଶାରେ ୩୩ ଜଣ, ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ରରେ ୭ ଜଣ, ତେଲେଙ୍ଗାନାରେ ୮ ଜଣ ଏବଂ ଏଓବିରେ ୬ ଜଣ ନକ୍ସଲ ନିହତ ହୋଇଛନ୍ତି । ମାଓ ସଂଗଠନର ସାଧାରଣ ସମ୍ପାଦକ ବାସଭ ରାଜୁଙ୍କ ସହ ନିହତ ନକ୍ସଲମାନଙ୍କ ମଧ୍ୟରେ ୮ ଜଣ କେନ୍ଦ୍ରୀୟ କମିଟି ସଦସ୍ୟ ଅଛନ୍ତି । ସେମାନେ ୧୫ ଟି ରାଜ୍ୟ ଏବଂ ୨୫ ଟି ଜିଲ୍ଲା ସ୍ତରୀୟ କମିଟିର ମୁଖ୍ୟ ଥିଲେ । ମାଓବାଦୀଙ୍କ କେନ୍ଦ୍ରୀୟ ସାମରିକ କମିଶନ ଡିସେମ୍ବର ୨ ରୁ ୮ ତାରିଖ ପର୍ୟ୍ୟନ୍ତ ପିଏଲଜିଏର ୨୫ ତମ ବାର୍ଷିକ ପାଳନ କରିବାକୁ ଆହ୍ୱାନ କରିଛି ।

ସେପଟେ ମାଓ ନେତା ଅନନ୍ତ ଜାରି କଲା ଶାନ୍ତି ବାର୍ତ୍ତାର ପ୍ରେସ୍‌ ରିଲିଜ । ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ମାଓ ସଙ୍ଗଠନ ପ୍ରବକ୍ତା ହେଉଛି ଅନନ୍ତ । ମାଓ ଦମନ ଅପରେସନ ବନ୍ଦ କରିବା ପାଇଁ ନିଦେଦନ କଲା ଅନନ୍ତ । ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀଙ୍କୁ ମାଓନେତା ଅନନ୍ତ ନିବେଦନ କରିଛି । ଏ ବର୍ଷ ପିଏଲଜିଏ ସପ୍ତାହ ପାଳିବନି, ଖୁବ୍‌ଶୀଘ୍ର ଅସ୍ତ୍ରବିରତି କରିବ ସଂଗଠନ ବୋଲି କହିଛି । ଅସ୍ତ୍ରବିରତି ପାଇଁ ୧୫ ଫେବ୍ରୁଆରୀ ଯାଏଁ ଡେଡ୍‌ଲାଇନ ମାଗିଛି ମାଓ ସଙ୍ଗଠନ । ୨୦୨୬ ପୂର୍ବରୁ ମାଓ ସଙ୍ଗଠନର ସବୁ ସଦସ୍ୟ ଆତ୍ମସମର୍ପଣ କରିବ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ହର୍ମୁଜ ପ୍ରଣାଳୀ ଅବରୋଧ କଲେ ୨୦ ଗୁଣ ଅଧିକ କାର୍ଯ୍ୟାନୁଷ୍ଠାନ 🔴 ଟ୍ରମ୍ପଙ୍କ ବଡ ଘୋଷଣା, ଦୁର୍ବଳ ହୋଇ ପଡିଛି … 🔴 ମୋଜତାବ ଖାମେନେଇ ଇରାନର ନୂଆ ସୁପ୍ରିମ ଲିଡର୍ 🔴 ଆଇସକ୍ରିମ ଫ୍ୟାକ୍ଟ୍ରିରେ ବ୍ଲାଷ୍ଟ, ଜଣେ ମୃତ 🔴 ସାଉଦିରେ ଇରାନର ମିସାଇଲ ଆକ୍ରମଣ, ଜଣେ ଭାରତୀୟଙ୍କ ସମେତ ୨ ମୃତ 🔴 ପୁଣି ସରଗରମ ହେବ ବିଧାନସଭା 🔴 ଦୁବାଇରେ ପୁଣି ଆଟାକ୍ କଲା ଇରାନ 🔴 ତହସିଲଦାର ଓ ଆରଆଇଙ୍କ ବିରୋଧରେ ଚିଠି