Masthead

ବିଜେଡିରେ ବଡ଼ ବିଦ୍ରୋହ

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ପଦାରେ ପଡ଼ିଲା ବିଜେଡିର ବଡ଼ ଅନ୍ତଃକନ୍ଦଳ । ବରିଷ୍ଠ ଉପସଭାପତି ଗ୍ରହଣ ପାଇଁ ମନା କଲେ ଦେବାଶିଷ ସାମନ୍ତରାୟ । ସିନିୟର୍ ସିଟିଜେନ୍ ସେଲ୍‌ ଉପସଭାପତି ପଦ ନେବାକୁ ମନା କଲେ । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଲେ ଚିଠି । ବିଜୁ ବାବୁଙ୍କ ଆଦର୍ଶରେ ଆଉ ଦଳ ଚାଲୁନଥିବା ଚିଠିରେ ଲେଖିଲେ । ଆମ ପାର୍ଟି ବର୍ତ୍ତମାନ ନୂଆ ଆଇଡୋଲୋଜିରେ ଅଗ୍ରସର ହେଉଛି ।

କଣ ପାଇଁ ଗତ ନିର୍ବାଚନରେ ଦଳ ହାରିଲା ସ୍ବୀକାର କି ପ୍ରକାଶ କରାଗଲାନି । ମାତ୍ର ସବୁ କର୍ମୀଙ୍କ ପାଟିରେ ପରାଜୟ କାରଣ ପରିପ୍ରକାଶ ହେଉଛି । କେହି କୁହନ୍ତୁ ବା ନ କୁହନ୍ତୁ ୨୦୨୪ ପରାଜୟ କାରଣ ସମସ୍ତେ ଜାଣନ୍ତି । ବର୍ତ୍ତମାନ ସ୍ଥିତିରେ ଆପଣ ନିଜେ ବ୍ୟକ୍ତିଗତ ଭାବେ ହସ୍ତକ୍ଷେପ କରନ୍ତୁ । ମୁଁ ବିଜେଡିର ଜଣେ ସାଧାରଣ କର୍ମୀ ଭାବେ କାମ କରି ଚାଲିବି । ସେପଟେ ସାଂସଦ ଦେବାଶିଷ ସାମନ୍ତରାୟଙ୍କ କଥାକୁ ସମର୍ଥନ କଲେ ଭୂପିନ୍ଦର ସିଂ । ଗତ ନିର୍ବାଚନ ସମୟରେ ବିଜୁ ପଟ୍ଟନାୟକଙ୍କ ପୋଷ୍ଟର ଦେଖିବାକୁ ମିଳିଲାନି ।

ନୂଆପଡ଼ା ଉପନିର୍ବାଚନରେ ସମାନ କଥା ଦେଖିବାକୁ ମିଳିଲା । ବିଜୁ ପଟ୍ଟନାୟକଙ୍କୁ ହଟାଯିବା ପରଠୁ ବିଜେଡିର ପରାଜୟ ଆରମ୍ଭ ହୋଇଛି । ବିଜୁଙ୍କୁ ଛାଡ଼ି ବିଜେଡିର ପରିକଳ୍ପନା ସମ୍ଭବ ନୁହେଁ । ନୂଆପଡ଼ା ପ୍ରାର୍ଥୀ ଚୟନ ସମୟରେ କାହାର ମତାମତ ନିଆଗଲାନାହିଁ । ଏବେ ଉତ୍ତରାଧିକାରୀର କିଛି ଆବଶ୍ୟକତା ନାହିଁ । ନବୀନ ପଟ୍ଟନାୟକ ଦଳର ନେତୃତ୍ବ ନିଅନ୍ତୁ, ସେ ସବୁ କିଛି ବୁଝନ୍ତୁ ବୋଲି କହିଛନ୍ତି ଭୂପିନ୍ଦର ସିଂ ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ବିଜେଡି ଛାଡ଼ିଲେ ବାଲେଶ୍ୱର ସଦର ବ୍ଲକ ଅଧ୍ୟକ୍ଷା 🔴 ଓଏଏସ ଅଧିକାରୀଙ୍କ ଘରେ ଭିଜିଲାନ୍ସର ଚଢ଼ାଉ 🔴 ଇରାନ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ଜୟଶଙ୍କର 🔴 ବିମାନ ଭଡ଼ାରେ ପ୍ରାୟ ୧୫ ପ୍ରତିଶତ ବୃଦ୍ଧି 🔴 ଦୁଇ ଭାଇଙ୍କୁ ଧାରୁଆ ଅସ୍ତ୍ରରେ ମରଣାନ୍ତକ ଆକ୍ରମଣ 🔴 ଦ୍ଵିତୀୟ ଦିନରେ ସରଗରମ ହୋଇପାରେ ଗୃହ