‘ପାଣ୍ଡିଆନଙ୍କ ପାଲତୁ ଦଳ ଚଳାଉଛନ୍ତି’

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ସିନିୟର୍ ସିଟିଜେନ୍ ସେଲ୍‌ ଉପସଭାପତି ପଦରୁ ଇସ୍ତଫା ଦେବା ପରେ ବର୍ଷିଲେ ଦେବାଶିଷ ସାମନ୍ତରାୟ । କହିଲେ ବିଜୁ ଜନତା ଦଳ ଏବେ ବ୍ୟୁରୋକ୍ରାଟିକ୍ ଦଳ ହୋଇଯାଇଛି । ବିଜୁ ବାବୁଙ୍କ ଆଦର୍ଶରେ ଆଉ ବିଜେଡି ପରିଚାଳିତ ହେଉନାହିଁ । ନବୀନ ପଟ୍ଟନାୟକ ଅସୁସ୍ଥ ଥିଲେ ସେଥିପାଇଁ ମୁଁ ଗଣମାଧ୍ୟମକୁ ଆସୁ ନଥିଲି। କିନ୍ତୁ ନବୀନ ପଟ୍ଟନାୟକଙ୍କ ଦେହ ଭଲ ହେବା ପରେ ମଧ୍ୟ ମତେ ନବୀନ ପଟ୍ଟନାୟକଙ୍କ ସହିତ ସାକ୍ଷାତ କରିବା ପାଇଁ ଦିଆଗଲା ନାହିଁ।

ସେଥିପାଇଁ ମୁଁ ବରିଷ୍ଠ ନାଗରିକ ସେଲର ଉପାଧ୍ୟକ୍ଷ ପଦବୀରୁ ଆଜି ଇସ୍ତଫା ଦେଇଛି। ସେ ଆହୁରି ମଧ୍ୟ କହିଛନ୍ତି ବିଜୁ ଜନତା ଦଳ ଏବେ ଗୋଟିଏ ବ୍ୟୁରୋକାଟିକ ଦଳ ହୋଇଗଲାଣି। ଭୈରବଙ୍କ ପାଲତୁ ଆଦିତ୍ୟ ମହାପାତ୍ର ଏବେ ଦଳ ଚଳାଉଛନ୍ତି। ନବୀନ ପଟ୍ଟନାୟକ ଥିବା ପର୍ଯ୍ୟନ୍ତ ମୋର ବିଜୁ ଜନତା ଦଳ ଛାଡିବାର ନାହିଁ। ବିଜୁ ବାବୁ ଙ୍କ ନାଁରେ ଦଳ ତିଆରି ହେଲା ହେଲେ ବିଜୁ ଲିଗିସିନାହିଁ ବୋଲି କହିଛନ୍ତି ଦେବାଶିଷ । ନବୀନ ପଟ୍ଟନାୟକ ମତେ ବହୁତ ଭଲ ପାଆନ୍ତି।

ସେ ମତେ ଦେଖା କରିବାକୁ ଚାହାନ୍ତି। କିନ୍ତୁ ମତେ ଦେଖା କରେଇ ଦିଆ ଗଲା ନାହିଁ। ନବୀନ ପଟ୍ଟନାୟକ ଙ୍କର ଯେଉଁମାନେ ପାଖ ଲୋକ ଥିଲେ ସେମାନଙ୍କର ବର୍ତ୍ତମାନ ଦଳର କୌଣସି ସ୍ଥାନର ନାହିଁ। ନୂଆପଡ଼ା ଉପ ନିର୍ବାଚନରେ ଜିଲ୍ଲା ବାହାରୁ ଯେଉଁ ପ୍ରାର୍ଥୀ ଦିଆ ଯାଇଥିଲା ମୁଁ ଭାବୁଛି ଏ ନିଷ୍ପତି ନବୀନ ପଟ୍ଟନାୟକଙ୍କର ନଥିଲା ବୋଲି କହିଛନ୍ତି ଦେବାଶିଷ ସାମନ୍ତରାୟ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଅତି ଭୀଷଣ ବାତ୍ୟା ରୂପ ନେଲା ‘ଅର୍ଣ୍ଣବ’