Masthead

ମାଓ ନେତା ଚେତୁ ସମେତ ୧୦ ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି (ବଡ଼ ଖବର ବ୍ୟୁରୋ): ମାଓ ନେତା ଚେତୁ ସମେତ ୧୦ ନକ୍ସଲଙ୍କ ଆତ୍ମସମର୍ପଣ । ଛତିଶଗଡ଼ ବସ୍ତର ଆଇଜିଙ୍କ ନିକଟରେ କଲେ ଆତ୍ମସମର୍ପଣ । ମାଓ ନେତା ଚେତୁ ନାଁରେ ୨୫ ଲକ୍ଷ ଟଙ୍କାର ପୁରସ୍କାର ଥିଲା । ଅନ୍ୟ ନକ୍ସଲଙ୍କ ନାଁରେ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ପୁରସ୍କାର ରହିଥିଲା । ୨୦୧୩ ଝିରମ ଘାଟି ଆକ୍ରମଣରେ ଚେତୁ ସଂପୃକ୍ତ ଥିବା ପୋଲିସର ସୂଚନା । ୩୩ କଂଗ୍ରେସ କର୍ମୀଙ୍କୁ ହତ୍ୟା ଘଟଣାରେ ଆତ୍ମସମର୍ପଣ ନକ୍ସଲଙ୍କ ସଂପୃକ୍ତି ଥିଲା।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ଜଗଦଲପୁର ଠାରେ ବସ୍ତର ଆଇଜି ପି ସୁନ୍ଦର ରାଜ ନିକଟ ୧୦ ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ନାଁରେ  ୬୫ ଲକ୍ଷ୍ୟ ପୁରସ୍କାର ଥିଲା। ଆଜି ଦୁର୍ଦ୍ଦାନ୍ତ ତଥା ଦଣ୍ଡକାରଣ୍ୟ ସ୍ବତନ୍ତ୍ର ଜୋନାଲ କମିଟିର ମୁଖ୍ୟ ଚେତୁ ଓରଫ ଶ୍ୟାମ ଦାଦା ନିଜର ୯ ଜଣ ସାଥୀଙ୍କୁ ନେଇ ଛତିଶଗଡର ବସ୍ତର ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି।

ଅନ୍ୟ ନକ୍ସଲମାନେ ହେଲେ ଏସିଏମ କ୍ୟାଡ଼ର ପ୍ରକାଶ,ଏସିଏମ କ୍ୟାଡ଼ର ରାମ, କମଲେଶ, ରାଜୁ, ନବୀନ,ପାର୍ଟି ମେମ୍ବର ରାମଶୀଲା,ପାର୍ଟି ମେମ୍ବର ଜୟନ୍ତି କଶ୍ୟପ। ବସ୍ତର ଆଇଜି ପି.ସନ୍ଦୁରରାଜଙ୍କ ସମ୍ମୁଖରେ ଏମାନେ ଆତ୍ମସମର୍ପଣ କରିଛନ୍ତି। ମାଓ ନେତା ଚେତୁ ନାମରେ ସରକାର ୨୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରିଥିଲେ। ଅନ୍ୟ ନକ୍ସଲ ନାମରେ ୪୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କାର ପୁରସ୍କାର ରହିଥିଲା। ୨୦୧୩ରେ ଝିରମ ଘାଟି ଆକ୍ରମଣରେ ଚେତୁ ମୁଖ୍ୟ ଖଳନାୟକ ଥିବା ପୁଲିସ କହିଛି। ସେ ୩୩ ଜଣ କଂଗ୍ରେସ କର୍ମୀଙ୍କୁ ହତ୍ୟା କରିବାରେ ସାମିଲ ଥିଲା। ଚେତୁର ଆତ୍ମସମର୍ପଣ ପରେ ଦରଭା ଡିଭିଜନ ଏକ ପ୍ରକାର ଭାଙ୍ଗି ଗଲା କହିଲେ ଅତ୍ୟୁକ୍ତି ହେବ ନାହିଁ।  ସରକାରଙ୍କର ପୂନର୍ବାସ ନୀତିରେ ପ୍ରଭାବିତ ହୋଇ ଆହୁରି ନକ୍ସଲ ମୁଖ୍ୟସ୍ରୋତରେ ସାମିଲ ହେବେ ଓ ଏହାର ଫାଇଦା ଉଠାଇବା ନେଇ ନକ୍ସଲ ନେତା ମଧ୍ୟ ପ୍ରେସ ବିଜ୍ଞପ୍ତିରେ ଓ ଅଡିଓ ଟେପରେ ଅନ୍ୟ ନକ୍ସଲମାନଙ୍କୁ ସୂଚନା ଦେଇସାରିଛନ୍ତି।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା 🔴 ନାବାଳକ ପେଟରେ ପଶିଗଲା ସାଇକେଲ ହ୍ୟାଣ୍ଡେଲ 🔴 ଫୁଲୁଛି ମହାନଦୀ, ସନ୍ଧ୍ୟା ସୁଦ୍ଧା ଆସିପାରେ ୯ ଲକ୍ଷ କ୍ୟୁସେକ୍ ପାଣି.. 🔴 କାଦୁଅରେ ପଶି କଲବଲ ହେଲା ଦନ୍ତା 🔴 ବନ୍ୟା ସ୍ଥିତି ନେଇ ରାଜସ୍ୱ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ 🔴 ଆଜି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷା! 🔴 ବୁଡିଗଲା ପୋଲ, ଧୋଇଗଲା ରାସ୍ତା 🔴 ମହାପ୍ରଭୁଙ୍କ ବନକଲାଗି, ୫ ଘଣ୍ଟା ଦର୍ଶନ ବନ୍ଦ 🔴 ୮ ଜିଲ୍ଲାରେ ସ୍କୁଲ୍ ଛୁଟି 🔴 ଭୂମିକମ୍ପରେ ଦୋହଲିଲା ଜାପାନ, ୭.୧ ତୀବ୍ରତାରେ କମ୍ପିଲା ଅନେକ ଅଞ୍ଚଳ 🔴 ସନ୍ଧ୍ୟା ସୁଦ୍ଧା ବଡ଼ ବନ୍ୟା