ଛାତ୍ରଛାତ୍ରୀଙ୍କୁ ଶିକ୍ଷୟତ୍ରୀଙ୍କ ଅସମ୍ମାନ ବ୍ୟବହାର, ଧାରଣାରେ ଅଭିଭାବକ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ସ୍କୁଲରେ ଶିକ୍ଷୟତ୍ରୀଙ୍କ ଅପମାନଜନକ ଓ ଅସମ୍ମାନଜନକ ବ୍ୟବହାର । ଛାତ୍ରଛାତ୍ରୀ ସହିତ ଅଭିଭାବକମାନେ ସ୍କୁଲ ଆଗରେ ଧାରଣା ଦେବା ସହିତ ତୀବ୍ର ପ୍ରତିବାଦ କରିଛନ୍ତି । ପିଲାମାନଙ୍କୁ ଗାଳି ଦେବା, ମନୋବଳ ଭଙ୍ଗ କରିବା ଓ ଅମାନବୀୟ ଆଚରଣ ନେଇ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଅଭିଭାବକମାନେ । ଏମିତି ଅଭିଯୋଗ ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ମେଘା ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ।

କୁସୁମ ପୁରୀ ନାମକ ଜଣେ ଶିକ୍ଷୟତ୍ରୀ ବିଗତ ଦିନରେ ବଦଳିକୁ ନେଇ ଅନେକ ବିବାଦ ଦେଖିବାକୁ ମିଳିବା ପରେ ଏହି କିଛି ମାସ ହେବ ଚାନ୍ଦବାଲି ବ୍ଲକ ଶିକ୍ଷା ଅଧିକାରୀ ଶୁଭେନ୍ଦୁ ମହାରାଜ ତାଙ୍କୁ ମେଘାସାହି ସରକାରୀ ବିଦ୍ୟାଳୟରେ ଶିକ୍ଷା ଦାନ କରିବା ପାଇଁ ନିର୍ଦେଶ ଦେଇଥିଲେ । ସ୍କୁଲରେ କାର୍ଯ୍ୟ କରିବା ୪ମାସ ନପୂରୁଣୁ ତାଙ୍କ ନାମରେ ଛାତ୍ରଛାତ୍ରୀ, ଅବିଭାବକ ଓ ପ୍ରଧାନ ଶିକ୍ଷକଙ୍କୁ ଅଶାଳୀନ ବ୍ୟବହାର ଦେଖାଇବା ସହିତ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିବାରୁ କୋର୍ଟର ନାଲି ଆଖି ଦେଖିଇବାକୁ ପଛାଇ ନାହାନ୍ତି ।

ଗତ କିଛି ମାସ ଧରି ପିଲାମାନଙ୍କୁ ଶିକ୍ଷା ଦେବା ପରିବର୍ତ୍ତେ ମାନସିକ ନିର୍ଯାତନା ହୋଇଆସୁଛି । ଯାହାର ପ୍ରଭାବରେ ପଢ଼ା ଉପରେ ଏବଂ ଆତ୍ମବିଶ୍ୱାସ ଉପରେକୁ ପ୍ରଭାବ ପଡ଼ିଛି। ପିଲାମାନେ ସ୍କୁଲକୁ ଯିବାକୁ ଭୟ କରୁଛନ୍ତି। ଶିକ୍ଷୟତ୍ରୀଙ୍କ ବ୍ୟବହାର ଅତ୍ୟନ୍ତ ଅପମାନଜନକ ବୋଲି କହୁଛନ୍ତି ଛାତ୍ରଛାତ୍ରୀ । ଯଦି ଉକ୍ତ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରା ନଯାଏ ତାହେଲେ ଆମେ ପିଲାକୁ ଅନ୍ୟ ସ୍କୁଲକୁ ସ୍ଥାନାନ୍ତର କରିବା କରିବା ପାଇଁ ବାଧ୍ୟ ହେବା ସହିତ ସ୍କୁଲ ଆଗରେ ଧାରଣା ଦେଇଥିବା ଅବିଭାବକମାନେ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ 🔴 ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ 🔴 ଜଳବନ୍ଦୀଙ୍କୁ କରାଯିବ ଏୟାରଲିଫ୍ଟ 🔴 ୧୮ରୁ ବିଧାନସଭା ଅଧିବେଶନ 🔴 ୭ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ 🔴 ନୀଳଗିରି ବସ୍‌ଷ୍ଟାଣ୍ଡ ନିକଟ ପେଟ୍ରୋଲ ପମ୍ପରେ ବିସ୍ଫୋରଣ 🔴 ଆସନ୍ତାକାଲି ପର୍ଯ୍ୟନ୍ତ ଓଡ଼ିଶା ପାଇଁ ଗୁରୁତ୍ବପୂର୍ଣ୍ଣ 🔴 ସଂଧ୍ୟା ସୁଦ୍ଧା ମାଲକାନଗିରି ଦେଇ ଯିବ ‘ଅର୍ଣ୍ଣବ’ 🔴 ‘ମାଲକାନଗିରି ବେଶୀ ପ୍ରଭାବିତ’ 🔴 IAS ସ୍ତରରେ ଅଦଳବଦଳ 🔴 ଘରେ ପଶିଲେ, ଲୁଟିଲେ..ଟିଭି ଭାଙ୍ଗି ଚାଲିଗଲେ