Masthead

ଛାତ୍ରଛାତ୍ରୀଙ୍କୁ ଶିକ୍ଷୟତ୍ରୀଙ୍କ ଅସମ୍ମାନ ବ୍ୟବହାର, ଧାରଣାରେ ଅଭିଭାବକ

ଚାନ୍ଦବାଲି (ବଡ଼ ଖବର ବ୍ୟୁରୋ): ସ୍କୁଲରେ ଶିକ୍ଷୟତ୍ରୀଙ୍କ ଅପମାନଜନକ ଓ ଅସମ୍ମାନଜନକ ବ୍ୟବହାର । ଛାତ୍ରଛାତ୍ରୀ ସହିତ ଅଭିଭାବକମାନେ ସ୍କୁଲ ଆଗରେ ଧାରଣା ଦେବା ସହିତ ତୀବ୍ର ପ୍ରତିବାଦ କରିଛନ୍ତି । ପିଲାମାନଙ୍କୁ ଗାଳି ଦେବା, ମନୋବଳ ଭଙ୍ଗ କରିବା ଓ ଅମାନବୀୟ ଆଚରଣ ନେଇ ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗ ଉପରେ ଆଙ୍ଗୁଳି ନିର୍ଦ୍ଦେଶ କରିଛନ୍ତି ଅଭିଭାବକମାନେ । ଏମିତି ଅଭିଯୋଗ ଦେଖିବାକୁ ମିଳିଛି ଚାନ୍ଦବାଲି ବ୍ଲକ ମେଘା ସାହି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ।

କୁସୁମ ପୁରୀ ନାମକ ଜଣେ ଶିକ୍ଷୟତ୍ରୀ ବିଗତ ଦିନରେ ବଦଳିକୁ ନେଇ ଅନେକ ବିବାଦ ଦେଖିବାକୁ ମିଳିବା ପରେ ଏହି କିଛି ମାସ ହେବ ଚାନ୍ଦବାଲି ବ୍ଲକ ଶିକ୍ଷା ଅଧିକାରୀ ଶୁଭେନ୍ଦୁ ମହାରାଜ ତାଙ୍କୁ ମେଘାସାହି ସରକାରୀ ବିଦ୍ୟାଳୟରେ ଶିକ୍ଷା ଦାନ କରିବା ପାଇଁ ନିର୍ଦେଶ ଦେଇଥିଲେ । ସ୍କୁଲରେ କାର୍ଯ୍ୟ କରିବା ୪ମାସ ନପୂରୁଣୁ ତାଙ୍କ ନାମରେ ଛାତ୍ରଛାତ୍ରୀ, ଅବିଭାବକ ଓ ପ୍ରଧାନ ଶିକ୍ଷକଙ୍କୁ ଅଶାଳୀନ ବ୍ୟବହାର ଦେଖାଇବା ସହିତ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ ପଚାରିବାରୁ କୋର୍ଟର ନାଲି ଆଖି ଦେଖିଇବାକୁ ପଛାଇ ନାହାନ୍ତି ।

ଗତ କିଛି ମାସ ଧରି ପିଲାମାନଙ୍କୁ ଶିକ୍ଷା ଦେବା ପରିବର୍ତ୍ତେ ମାନସିକ ନିର୍ଯାତନା ହୋଇଆସୁଛି । ଯାହାର ପ୍ରଭାବରେ ପଢ଼ା ଉପରେ ଏବଂ ଆତ୍ମବିଶ୍ୱାସ ଉପରେକୁ ପ୍ରଭାବ ପଡ଼ିଛି। ପିଲାମାନେ ସ୍କୁଲକୁ ଯିବାକୁ ଭୟ କରୁଛନ୍ତି। ଶିକ୍ଷୟତ୍ରୀଙ୍କ ବ୍ୟବହାର ଅତ୍ୟନ୍ତ ଅପମାନଜନକ ବୋଲି କହୁଛନ୍ତି ଛାତ୍ରଛାତ୍ରୀ । ଯଦି ଉକ୍ତ ଶିକ୍ଷୟିତ୍ରୀଙ୍କୁ ଅନ୍ୟତ୍ର ବଦଳି କରା ନଯାଏ ତାହେଲେ ଆମେ ପିଲାକୁ ଅନ୍ୟ ସ୍କୁଲକୁ ସ୍ଥାନାନ୍ତର କରିବା କରିବା ପାଇଁ ବାଧ୍ୟ ହେବା ସହିତ ସ୍କୁଲ ଆଗରେ ଧାରଣା ଦେଇଥିବା ଅବିଭାବକମାନେ ଚେତାବନୀ ଦେଇଛନ୍ତି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ 🔴 ହର୍ମୁଜ ପ୍ରଣାଳୀ ଉର୍ଜା ଏଵଂ ଭାରତୀୟଙ୍କ ମୃତ୍ୟୁକୁ ନେଇ ଉଦବେଗ ପ୍ରକାଶ 🔴 ଏମ୍ସ ଡାକ୍ତରୀ ଛାତ୍ରୀଙ୍କ ଆତ୍ମହତ୍ୟା 🔴 ଶ୍ରୀମନ୍ଦିରରୁ ବନସ୍ପତି ଘିଅ ଜବତ 🔴 ନିଟ୍‌ ୟୁଜି ପୁନଃ ପରୀକ୍ଷା, ଟେଲିଗ୍ରାମ୍‌ ବନ୍ଦ 🔴 ବାୟୁସେନାର ଶକ୍ତିଶାଳୀ ବିମାନ ଦୁର୍ଘଟଣାଗ୍ରସ୍ତ 🔴 କେନ୍ଦୁଝରରେ ପୋଲିସର ଏନକାଉଣ୍ଟର 🔴 କୁମକୁମ ଭାଗ୍ୟ”ରେ ନିଜ ଚରିତ୍ର ପାଇଁ ଜଣାଶୁଣା ଟିଭି ଅଭିନେତ୍ରୀ ସଞ୍ଚିତା ଉଗାଲେଙ୍କ ମୃତ୍ୟୁ 🔴 ଗଣଶିକ୍ଷା ମନ୍ତ୍ରୀଙ୍କ ବଡ ସୂଚନା,୧୮ରେ ଖୋଲିବ ସ୍କୁଲ 🔴 ଖସିଲା ତେଲ ବଢିଲା ସୁନା ଦର 🔴 ଆମେରିକା-ଇରାନ୍ ଚୁକ୍ତିର ୧୪ ବଡ଼ ସର୍ତ୍ତ