Masthead

ବଢିଲା ବାତ୍ୟା ଛନକା

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ବଢିଲା ବାତ୍ୟା ଛନକା । ଆଣ୍ଡାମାନ ସାଗରରେ ସୃଷ୍ଟିହେଲା ଲଘୁଚାପ । ଉତ୍ତର ଆଣ୍ଡାମାନ ସାଗର ଓ ତାର ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ରର ରୂପ ନେଇଛି ଘୂର୍ଣ୍ଣିବଳୟ । ଗତକାଲି ସନ୍ଧ୍ୟାରେ ଲଘୁଚାପ ସୃଷ୍ଟି ହୋଇଥିବା ନେଇ ପାଣିପାଗ ବିଭାଗ ସୂଚନା ଦେଇଛି ।

୨୧  ତାରିଖ ବେଳକୁ ଏହା ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ  ଅବପାତରେ ପରିଣତ ହେବ । ୨୨ ତାରିଖ ସୁଦ୍ଧା ପଶ୍ଚିମ କେନ୍ଦ୍ରୀୟ  ବଙ୍ଗୋପସାଗରେ ଗଭୀର ଅବପାତରେ ପରିଣତ ହୋଇପାରେ । ସମ୍ଭାବ୍ୟ ଗଭୀର ଅବପାତ ପଶ୍ଚିମ-ଉତ୍ତର ପଶ୍ଚିମ  ଦିଗରେ ଗତି କରି ୨୩ ତାରିଖ ସକାଳବେଳକୁ ଦକ୍ଷିଣ  ଓଡ଼ିଶା-ଉତ୍ତର ଆନ୍ଧ୍ର ଉପକୂଳ ପାଖକୁ ଆସିପାରେ । ଏଭଳି  ପୂର୍ବାନୁମାନ ଦେଖାଇଛି ଭାରତୀୟ ପାଣିପାଗ ବିଜ୍ଞାନ  ବିଭାଗ (ଆଇଏମ୍‌ଡି) ।

ଏହା ପ୍ରଭାବରେ ରାଜ୍ୟରେ ୨୨ ତାରିଖରୁ ବର୍ଷା ରହିପାରେ। ୨୩ରୁ ୨୫ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ଦକ୍ଷିଣ ଓ ଉପକୂଳରେ ଅଧିକ ବର୍ଷା ସମ୍ଭାବନା ଅଛି। ୨୫ ତାରିଖ ବେଳକୁ ପଶ୍ଚିମ ଓଡ଼ିଶା ଓ ପାଖ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ହୋଇପାରେ। ୨୨ ତାରିଖ (ମଙ୍ଗଳବାର) ରାଜ୍ୟର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଛି । ଗଜପତି, ଗଞ୍ଜାମ,ପୁରୀ,ଖୋର୍ଦ୍ଧା ଓ ନୟାଗଡ଼ର ଗୋଟିଏ ଦୁଇଟି ଜାଗାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ ।

ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, କେନ୍ଦୁଝର, ମୟୂରଭଞ୍ଜ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ଆଶଙ୍କା ଅଛି। ୨୩ ଓ ୨୪ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି। ୨୩ରେ କନ୍ଧମାଳ,ଗଜପତି,ଗଞ୍ଜାମ ଓ ପୁରୀରେ ପ୍ରବଳରୁ ଅତି ପ୍ରବଳ ବର୍ଷା ଆଶଙ୍କା ଥିବାବେଳେ ଆଉ କେତେକ ଜିଲ୍ଲାରେ ପ୍ରବଳରୁ ପ୍ରବଳତର ବର୍ଷା ହୋଇପାରେ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବିନା ଅନୁମତିରେ ଗଛ କାଟିବା ପଡ଼ିଲା ଭାରି, ନିଲମ୍ବିତ ଫରେଷ୍ଟର 🔴 ୨୨ରୁ ରାଜ୍ୟରେ ପ୍ରବଳ ବର୍ଷା 🔴 ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍, ଥାନାରେ ଏତଲା 🔴 ଉତ୍କଳ ୟୁନିଭର୍ସିଟିର ପ୍ରଶ୍ନପତ୍ର ପ୍ରଘଟ,୧୦୦କୁ ୧୦୦ ମେଳ ଖାଇଲା ପ୍ରଶ୍ନପତ୍ର! 🔴 ମମତାଙ୍କୁ ମିଳିଲା ଫୁଟବଲ୍ ଖେଳାଳି ଚିହ୍ନ 🔴 ବଢିଲା ବାତ୍ୟା ଛନକା 🔴 ଚାରିଆଡେ କୁଢ କୁଢ ଅଳିଆ, ଦୁର୍ଗନ୍ଧରେ ନାକ ଟେକୁଛନ୍ତି ଲୋକେ 🔴 ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ, ABVPର ବାଜିମାତ 🔴 ଆଣ୍ଡାମାନ ସାଗରରେ ସୃଷ୍ଟି ହେଉଛି ଆଉ ଏକ ଲଘୁଚାପ କ୍ଷେତ୍ର, ୨୪ ଯାଏଁ ବର୍ଷା 🔴 ସ୍କ୍ରବଟାଇଫସ୍‌କୁ ନେଇ ପ୍ରତିକ୍ରିୟା ରଖିଲେ ସ୍ୱାସ୍ଥ୍ୟମନ୍ତ୍ରୀ 🔴 ବିନା ଅନୁମତିରେ ଗଛ କାଟିବା ପଡ଼ିଲା ଭାରି, ନିଲମ୍ବିତ ଫରେଷ୍ଟର 🔴 ୨୨ରୁ ରାଜ୍ୟରେ ପ୍ରବଳ ବର୍ଷା 🔴 ଉତ୍କଳ ବିଶ୍ୱବିଦ୍ୟାଳୟ ପ୍ରଶ୍ନପତ୍ର ଲିକ୍, ଥାନାରେ ଏତଲା 🔴 ଉତ୍କଳ ୟୁନିଭର୍ସିଟିର ପ୍ରଶ୍ନପତ୍ର ପ୍ରଘଟ,୧୦୦କୁ ୧୦୦ ମେଳ ଖାଇଲା ପ୍ରଶ୍ନପତ୍ର! 🔴 ମମତାଙ୍କୁ ମିଳିଲା ଫୁଟବଲ୍ ଖେଳାଳି ଚିହ୍ନ