Masthead

ରାଜ୍ୟରେ ଅସମ୍ଭାଳ ଜାଡ଼

ଭୁବନେଶ୍ୱର (ବଡ଼ ଖବର ବ୍ୟୁରୋ): ପୁଣି ଖସିଲା ପାରଦ। ଶୀତର ପ୍ରକୋପରେ ଲୋକେ କଲବଲ । ରାଜ୍ୟରେ ଅସମ୍ଭାଳ ଜାଡ଼ । ଥଣ୍ଡାରେ କମ୍ପୁଛି ରାଜଧାନୀ ଭୁବନେଶ୍ୱର । କୋରାପୁଟ, କନ୍ଧମାଳ, ଶିମିଳିପାଳରେ ବି କଲବଲ କରୁଛି ଶୀତ ।  ଗୁରୁବାର ଓ ଶୁକ୍ରବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳର ବିକ୍ଷିପ୍ତ ସ୍ଥାନରେ ଶୀତ ଲହରୀ ବହିପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଗୁରୁବାର ସୁନ୍ଦରଗଡ଼, କନ୍ଧମାଳ, କୋରାପୁଟ, କଳାହାଣ୍ଡି ଓ ଝାରସୁଗୁଡ଼ାରେ ମଧ୍ୟ ଘନ କୁହୁଡ଼ି ଦୃଶ୍ୟମାନ ହୋଇପାରେ ବୋଲି ପୂର୍ବାନୁମାନ ଦିଆଯାଇଛି ।

ଆଭ୍ୟନ୍ତରୀଣ ଓଡ଼ିଶା ଓ ଦକ୍ଷିଣ ଓଡ଼ିଶାରେ ରାତି ତାପମାତ୍ରା ୧୦ ଡିଗ୍ରୀରୁ ୧୨ ଡିଗ୍ରୀ ଭିତରେ ରହିପାରେ । ବୁଧବାର ୧୦ରୁ ଅଧିକ ସ୍ଥାନରେ ଶୀତ ଲହରୀ ରହିବ ବୋଲି ଆକଳନ ଦିଆଯାଇଥିଲା । କିନ୍ତୁ ଗୁରବାର ମାତ୍ର ୪ଟି ସ୍ଥାନରେ ଶୀତ ଲହରୀ ବହିବ ବୋଲି କୁହାଯାଇଛି । ରାଜ୍ୟର ୧୨ଟି ସହର ୧୦ ଡିଗ୍ରୀ ତଳେ ଥିଲା । ଜି ଉଦୟଗିରି ଓ ସେମିଳିଗୁଡ଼ାରେ ୫ ଡିଗ୍ରୀ, ଫୁଲବାଣୀରେ ୬.୫, ଝାରସୁଗୁଡ଼ାରେ ୭, ଚିପିଲିମାରେ ୭.୬, କିରେଇରେ ୮.୧, ଭବାନୀପାଟଣାରେ ୮.୮, ଅନୁଗୁଳ ଓ ଦାରିଙ୍ଗବାଡ଼ିରେ ୯, ରାଉରକେଲାରେ ୯.୧, ସୁନ୍ଦରଗଡ଼ରେ ୯.୨ ଓ ବଲାଙ୍ଗୀରରେ ରାତି ତାପମାତ୍ରା ୧୦ ଡିଗ୍ରୀ ରହିଥିଲା ।

ବୌଦ୍ଧରେ ୧୦.୫, କୋରାପୁଟରେ ୧୦.୭, ସୋନପୁରରେ ୧୦.୯, କେନ୍ଦୁଝରରେ ୧୧, ସମ୍ବଲପୁରରେ ୧୧.୪, ରାୟଗଡ଼ା ଓ ନୂଆପଡ଼ାରେ ୧୧.୬, ଟିଟିଲାଗଡ଼ରେ ୧୨.୬, ମାଲକାନଗିରିରେ ୧୨.୮ ଡିଗ୍ରୀ ଥିଲା । ଭୁବନେଶ୍ୱରରେ ୧୩ ଓ କଟକରେ ୧୨.୬ ଡିଗ୍ରୀ ରହିଥିଲା । ଝାରସୁଗୁଡ଼ାରେ ସ୍ୱାଭାବିକଠାରୁ ୬.୬ ଡିଗ୍ରୀ କମ୍ ରହିଥିଲା । ଭୁବନେଶ୍ୱରରେ ୨.୯, ଗୋପାଳପୁରରେ ୨.୬, ହୀରାକୁଦ, କୋରାପୁଟ ଓ କଟକରେ ସ୍ୱାଭାବିକଠାରୁ ୨ ଡିଗ୍ରୀ କମ୍ ରେକର୍ଡ ହୋଇଛି ।

ଆଗକୁ ପଢନ୍ତୁ
ବ୍ରେକିଙ୍ଗ୍ ନ୍ୟୁଜ୍
🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ 🔴 ଇରାନର କ୍ରାଉନ୍ ଜୁଏଲ୍ ଖାର୍ଗ ଦ୍ବୀପରେ ଆମେରିକାର ଆକ୍ରମଣ 🔴 ମାର୍ଚ୍ଚରୁ ଡରାଇଲାଣି ତାତି 🔴 ଆଜି ଗୃହରେ ପୁଣି ଉଠିବ ଗ୍ୟାସ୍ ପ୍ରସଙ୍ଗ! 🔴 ବକେୟା ଟ୍ରାଫିକ୍ ଚାଲାଣ ସମାଧାନ ପାଇଁ ନୂଆ ବ୍ୟବସ୍ଥା 🔴 ରାଜ୍ୟସଭା ନିର୍ବାଚନ ପାଇଁ କଂଗ୍ରେସ ଜାରି କଲା ହ୍ବିପ୍ 🔴 ହର୍ମୁଜରେ ଭାରତକୁ ଅନୁମତି 🔴 ଓମାନର ସଲାଲାହ ବନ୍ଦର ଉପରେ ଇରାନୀ ଡ୍ରୋନ୍ ଆକ୍ରମଣ 🔴 108 ହାର୍ଡକୋର ମାଓବାଦୀ ଆତ୍ମସମର୍ପଣ 🔴 ମଧ୍ୟପ୍ରାଚ୍ୟରେ ଯୁଦ୍ଧ, ଓଡ଼ିଆଙ୍କ ଫେରିବା ଉପରେ ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ 🔴 ଶେରଗଡ ଘଟଣାକୁ ନେଇ ହୁଲୁସ୍ତୁଲ ହୋଇପାରେ ଗୃହ